ପୋଷ୍ଟ କରାଯିବା ଦିନାଙ୍କ:
23 OCT 2026 12:52PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାବିନା ପଟେଲଙ୍କୁ ଏସୀୟ ପାରା ଗେମ୍ସ ୨୦୨୬ର ମହିଳା ସିଙ୍ଗଲ୍ସ କ୍ଲାସ୍ ୪-୫ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ।
ଏହା ତାଙ୍କ ପାଇଁ ଆଉ ଏକ ପଦକ ଏବଂ ଆଉ ଏକ ମାଇଲଖୁଣ୍ଟ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଯେ, ବର୍ଷ ବର୍ଷ ଧରି ତାଙ୍କର ନିରନ୍ତର ପ୍ରଦର୍ଶନ ଏବଂ କ୍ରୀଡା କ୍ଷେତ୍ରରେ ଉତ୍କର୍ଷ ହାସଲ କରିବା ପାଇଁ ଅବିଚଳିତ ନିଷ୍ଠା ପ୍ରକୃତରେ ପ୍ରଶଂସନୀୟ । ତାଙ୍କର ଆଗାମୀ ଉଦ୍ୟମଗୁଡିକ ପାଇଁ ପ୍ରଧାନମନ୍ତ୍ରୀ ଶୁଭକାମନା ଜଣାଇଛନ୍ତି ।
ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି;
“ଆଉ ଏକ ପଦକ, ସଫଳତାର ଆଉ ଏକ ମାଇଲଖୁଣ୍ଟ!
ଏସୀୟ ପାରା ଗେମ୍ସ ୨୦୨୬ର ମହିଳା ସିଙ୍ଗଲ୍ସ କ୍ଲାସ୍ ୪-୫ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଭାବିନାଙ୍କୁ ଅଭିନନ୍ଦନ । ବର୍ଷ ବର୍ଷ ଧରି ତାଙ୍କର ନିରନ୍ତର ପ୍ରଦର୍ଶନ ଏବଂ କ୍ରୀଡା କ୍ଷେତ୍ରରେ ଉତ୍କର୍ଷ ହାସଲ ପାଇଁ ତାଙ୍କର ସମର୍ପଣ ପ୍ରକୃତରେ ପ୍ରଶଂସନୀୟ । ତାଙ୍କର ଆଗାମୀ ଉଦ୍ୟମଗୁଡିକ ପାଇଁ ମୋର ଶୁଭକାମନା : PM @narendramodi"
SR