ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ତିରୁ ଭୁମ୍ମିଡି ଏଥିରାଜ ଜୀଙ୍କ ଦେହାନ୍ତରେ ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
21 OCT 2026 3:01PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତିରୁ ଭୁମ୍ମିଡି ଏଥିରାଜ ଜୀଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ପ୍ରଦାନ କରାଯାଇଥିବା ଐତିହାସିକ ‘ସେଙ୍ଗୋଲ’ (ରାଜଦଣ୍ଡ) ନିର୍ମାଣରେ ତାଙ୍କର ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ ।
୨୦୨୩ ମସିହାରେ, ଯେତେବେଳେ ସରକାର ନୂତନ ସଂସଦ ଭବନରେ ‘ସେଙ୍ଗୋଲ’କୁ ଏକ ଗୌରବମୟ ସ୍ଥାନ ପ୍ରଦାନ କରିଥିଲେ, ସେତେବେଳେ ତାଙ୍କୁ ଭେଟିବାର ସୌଭାଗ୍ୟ ମିଳିଥିବା କଥା ମନେ ପକାଇ ଶ୍ରୀ ମୋଦୀ କହିଛନ୍ତି ଯେ, ତାଙ୍କ ଜୀବନ ଏବଂ କାରିଗରୀ କୌଶଳ ଭାରତର ଗୌରବମୟ ପରମ୍ପରା ଓ ଜାତୀୟ ଯାତ୍ରା ମଧ୍ୟରେ ଏକ ଅନନ୍ୟ ସେତୁ ସଦୃଶ । ସେ ତାଙ୍କ ପରିବାରବର୍ଗ ଏବଂ ପ୍ରଶଂସକମାନଙ୍କ ନିକଟରେ ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି;
ତିରୁ ଭୁମ୍ମିଡି ଏଥିରାଜ ଜୀଙ୍କ ଦେହାନ୍ତ ଯୋଗୁଁ ମୁଁ ଗଭୀର ଦୁଃଖିତ । ତାମିଲନାଡୁର ଏକ ପ୍ରତିଷ୍ଠିତ ପରିବାରରୁ ଆସିଥିବା ଥିରୁ ଭୁମିଦି ଏଥିରାଜ ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ନେହେରୁଙ୍କୁ ପ୍ରଦାନ କରାଯାଇଥିବା ଐତିହାସିକ ‘ସେଙ୍ଗୋଲ’ ନିର୍ମାଣରେ ତାଙ୍କର ପ୍ରୟାସ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବେ । ଅନେକ ବର୍ଷ ପରେ, ୨୦୨୩ ମସିହାରେ ଆମ ସରକାରଙ୍କୁ ନୂତନ ସଂସଦ ଭବନରେ ‘ସେଙ୍ଗୋଲ’କୁ ଏକ ଗୌରବମୟ ସ୍ଥାନ ଦେବାର ସୌଭାଗ୍ୟ ମିଳିଥିଲା । ସେହି ସମୟରେ, ମୋତେ ତିରୁ ଭୁମ୍ମିଡି ଏଥିରାଜ ଜୀଙ୍କୁ ଭେଟିବାର ଏବଂ ଆମ ଦେଶ ତଥା ସଂସ୍କୃତି ପାଇଁ ସେ କରିଥିବା କାର୍ଯ୍ୟ ନିମନ୍ତେ କୃତଜ୍ଞତା ଜଣାଇବାର ସୌଭାଗ୍ୟ ମିଳିଥିଲା । ତାଙ୍କ ଜୀବନ ଏବଂ କାରିଗରୀ କୌଶଳ ଭାରତର ଗୌରବମୟ ପରମ୍ପରା ଓ ଆମର ରାଷ୍ଟ୍ରୀୟ ଯାତ୍ରା ମଧ୍ୟରେ ଏକ ଅନନ୍ୟ ସେତୁ ସଦୃଶ । ତାଙ୍କ ପରିବାରବର୍ଗ ଏବଂ ପ୍ରଶଂସକମାନଙ୍କ ନିକଟରେ ମୁଁ ଗଭୀର ସମବେଦନା ଜଣାଉଛି । ଓମ୍ ଶାନ୍ତି ।”
திரு உம்மிடி எத்திராஜ் அவர்களின் மறைவை அறிந்து மிகவும் வேதனையடைந்தேன். தமிழ்நாட்டை பூர்வீகமாகக் கொண்ட ஒரு பாரம்பரியமிக்க குடும்பத்திலிருந்து வந்த இவர், முன்னாள் பிரதமர் நேருவுக்கு வழங்கப்பட்ட வரலாற்றுச் சிறப்புமிக்க செங்கோலை வடிவமைத்தமைக்காக என்றும் நினைவுகூரப்படுவார். பல ஆண்டுகளுக்குப் பின்பு, 2023-ல், புதிய நாடாளுமன்றக் கட்டடத்தில் அந்த செங்கோலுக்கு உரிய கௌரவத்தை வழங்கி சிறப்பிக்கும் வாய்ப்பு எங்கள் அரசுக்கு கிடைத்தது. அப்போது திரு உம்மிடி எத்திராஜ் அவர்களை சந்தித்து, நமது நாட்டிற்கும் கலாச்சாரத்திற்கும் அவர் ஆற்றிய பங்களிப்பிற்காக நன்றி தெரிவிக்கும் பாக்கியம் எனக்குக் கிடைத்தது. அவரது வாழ்க்கையும், கலைத்திறனும், இந்தியாவின் பெருமைமிக்க வளமான பாரம்பரியத்திற்கும் நமது நாட்டின் வளர்ச்சிப் பயணத்திற்கும் இடையிலான போற்றத்தக்க தொடர்பை பிரதிபலிக்கின்றன. அவரது குடும்பத்தினருக்கும், ஆதரவாளர்களுக்கும் எனது ஆழ்ந்த இரங்கலைத் தெரிவித்துக் கொள்கிறேன். ஓம் சாந்தி."
SR
(ରିଲିଜ ଆଡି: 2326187)
ପରିଦର୍ଶକ କାଉଣ୍ଟର : 4
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Assamese
,
Gujarati
,
Tamil
,
Telugu
,
Kannada
,
Malayalam