ପୋଷ୍ଟ କରାଯିବା ଦିନାଙ୍କ:
19 OCT 2026 10:07PM by PIB Bhubaneswar
ଏସୀୟ ପାରା କ୍ରୀଡ଼ା-୨୦୨୬ର ମହିଳା ଜେ୨-୫୨ କିଗ୍ରା ଜୁଡୋ ବର୍ଗରେ ରୌପ୍ୟ ପଦକ ଜିତିଥିବାରୁ କୋକିଳାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ପୂର୍ବ ଏସୀୟ ପାରା କ୍ରୀଡ଼ାରେ ବ୍ରୋଞ୍ଜ ପଦକ ଜିତିବା ପରଠାରୁ ଏକ ନୂତନ ବର୍ଗରେ ରୌପ୍ୟ ପଦକ ହାସଲ କରିବା ପର୍ଯ୍ୟନ୍ତ କୋକିଳାଙ୍କ ଯାତ୍ରା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ତାଙ୍କର ଅଦମ୍ୟ ସହନଶୀଳତା, ନିଷ୍ଠା ଏବଂ ଦୃଢ଼ ସଂକଳ୍ପକୁ ପ୍ରତିଫଳିତ କରେ । ସେ ତାଙ୍କର ଆଗାମୀ ଦିନ ଗୁଡ଼ିକ ପାଇଁ ଉତ୍ତରୋତ୍ତର ସଫଳତା କାମନା କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସ ରେ ପୋଷ୍ଟ କରାଯାଇଛି;
“ଏସୀୟ ପାରା କ୍ରୀଡ଼ା-୨୦୨୬ରେ ମହିଳା ଜେ୨-୫୨ କିଗ୍ରା ଜୁଡୋ ବର୍ଗରେ ରୌପ୍ୟ ପଦକ ଜିତିଥିବାରୁ କୋକିଳାଙ୍କୁ ଅଭିନନ୍ଦନ! ପୂର୍ବ ଏସୀୟ ପାରା କ୍ରୀଡ଼ାରେ ବ୍ରୋଞ୍ଜ ପଦକ ଠାରୁ ଆରମ୍ଭ କରି ଏକ ନୂତନ ବର୍ଗରେ ରୌପ୍ୟ ପଦକ ହାସଲ କରିବା ପର୍ଯ୍ୟନ୍ତ ତାଙ୍କର ଏହି ଯାତ୍ରା ଅଦମ୍ୟ, ସହନଶୀଳତା, ନିଷ୍ଠା ଏବଂ ଦୃଢ଼ ସଂକଳ୍ପକୁ ଦର୍ଶାଏ । ଆସନ୍ତା ଦିନ ଗୁଡ଼ିକରେ ତାଙ୍କର ସଫଳତା ଅବ୍ୟାହତ ରହୁ ବୋଲି କାମନା କରୁଛି: ପ୍ରଧାନମନ୍ତ୍ରୀ @narendramodi ।”
SR