କ୍ୟାବିନେଟ
azadi ka amrit mahotsav

କେନ୍ଦ୍ର କ୍ୟାବିନେଟ୍‌ ନିଷ୍ପତ୍ତି: ରାଷ୍ଟ୍ରୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମର ଅବଧି ପାଞ୍ଚ ବର୍ଷ ବଢ଼ିଲା


୨୦୨୬-୨୭ ରୁ ୨୦୩୦-୩୧ ପର୍ଯ୍ୟନ୍ତ ଜାରି ରହିବ ଏନଏସଏପି

ପୋଷ୍ଟ କରାଯିବା ଦିନାଙ୍କ: 14 OCT 2026 4:06PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ରାଷ୍ଟ୍ରୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନଏସଏପି)ର ଅବଧି ଅତିରିକ୍ତ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରିଛି । ଏ ସଂକ୍ରାନ୍ତରେ ଗ୍ରାମୀଣ ବିକାଶ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହି ପ୍ରସ୍ତାବ ଅନୁଯାୟୀ, ୨୦୨୬-୨୭ ରୁ ୨୦୩୦-୩୧ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ପାଇଁ ଏନଏସଏପିକୁ ଜାରି ରଖାଯିବ । ଏଥିପାଇଁ ମୋଟ୍‌ ୫୩,୪୨୮ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏଥିରେ (୧) ଯୋଜନା ଓ ଉପ-ଯୋଜନାଗୁଡ଼ିକର ନାମ ପରିବର୍ତ୍ତନ, (୨) ଦିବ୍ୟାଙ୍ଗଜନ ଭତ୍ତା ପାଇଁ ଯୋଗ୍ୟତା ମାନଦଣ୍ଡ, ପରିସର ଏବଂ ସହାୟତା ରାଶିରେ ସଂଶୋଧନ ଏବଂ (୩) ବୃଦ୍ଧବୃଦ୍ଧା ଓ ବିଧବାଙ୍କ ପାଇଁ ଭତ୍ତା ଯୋଜନା ତଥା ପାରିବାରିକ ଲାଭ ଯୋଜନାକୁ ସେମାନଙ୍କର ବର୍ତ୍ତମାନର ସ୍ୱରୂପରେ ଜାରି ରଖିବା ଭଳି ବ୍ୟବସ୍ଥା ସାମିଲ ରହିଛି ।

 

ବିବରଣୀ:

ଯୋଜନା ଏବଂ ଉପ-ଯୋଜନାଗୁଡ଼ିକର ନାମ ପରିବର୍ତ୍ତନ:

 

ବର୍ତ୍ତମାନର ନାମ

ଅନୁମୋଦିତ ନାମ

ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନଏସଏପି)

ପ୍ରଧାନମନ୍ତ୍ରୀ ସାମାଜିକ ସହାୟତା ଯୋଜନା

ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ପେନସନ ଯୋଜନା (ଆଇଜିଏନଓଏପିଏସ)

ପ୍ରଧାନମନ୍ତ୍ରୀ ବାର୍ଦ୍ଧକ୍ୟ ପେନସନ ଯୋଜନା

ଇନ୍ଦିରା ଗାନ୍ଧୀ ଜାତୀୟ ବିଧବା ଭତ୍ତା ଯୋଜନା (ଆଇଜିଏନଡବ୍ଲୁପିଏସ)

ପ୍ରଧାନମନ୍ତ୍ରୀ ବିଧବା ପେନସନ ଯୋଜନା

ଇନ୍ଦିରା ଗାନ୍ଧୀ ଜାତୀୟ ଭିନ୍ନକ୍ଷମ ପେନସନ ଯୋଜନା (ଆଇଜିଏନଡିପିଏସ)

ପ୍ରଧାନମନ୍ତ୍ରୀ ଦିବ୍ୟାଙ୍ଗ ପେନସନ ଯୋଜନା

ଜାତୀୟ ପରିବାର ଲାଭ ଯୋଜନା

ପ୍ରଧାନମନ୍ତ୍ରୀ ପରିବାର ଲାଭ ଯୋଜନା

 

ଦିବ୍ୟାଙ୍ଗ ଜନ ଭତ୍ତାରେ ପରିବର୍ତ୍ତନ:

ଦିବ୍ୟାଙ୍ଗଜନ ଭତ୍ତା ଯୋଜନା ଅଧୀନରେ ସହାୟତା ରାଶି ବର୍ତ୍ତମାନ ଜନ୍ମରୁ ୭୯ ବର୍ଷ ବୟସ ବର୍ଗ ପାଇଁ ୩୭୫ ଟଙ୍କା ଏବଂ ୮୦ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସ ବର୍ଗ ପାଇଁ ୬୨୫ ଟଙ୍କା ହେବ । ଏହି ଯୋଜନାରେ ସହାୟତା ରାଶିର ପରିମାଣ ବୃଦ୍ଧି ସହିତ ନିମ୍ନଲିଖିତ ପରିବର୍ତ୍ତନଗୁଡ଼ିକ କରାଯାଇଛି:
 

  1. ଏହି ଯୋଜନା ଅଧୀନରେ ବେଞ୍ଚମାର୍କ ଭିନ୍ନକ୍ଷମତାର ମାନଦଣ୍ଡ ବର୍ତ୍ତମାନର ୮୦% ପରିବର୍ତ୍ତେ ୪୦% ରହିବ ।
  2. ଦିବ୍ୟାଙ୍ଗଜନ ଭତ୍ତା ପାଇଁ ସର୍ବନିମ୍ନ ବୟସ ମାନଦଣ୍ଡ ଏବେ ଜନ୍ମରୁ ଗ୍ରହଣ କରାଯିବ ।

 

ବୃଦ୍ଧ ଓ ବିଧବାମାନଙ୍କ ପାଇଁ ପେନ୍‌ସନ୍ ଯୋଜନା ଏବଂ ପାରିବାରିକ ଲାଭ ଯୋଜନା ସେଗୁଡ଼ିକର ବର୍ତ୍ତମାନର ସ୍ୱରୂପରେ ଜାରି ରହିବ ।

 

ଲାଭ:

ଏହି ଅନୁମୋଦନ ଦ୍ୱାରା ସମସ୍ତ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୩.୨୦ କୋଟି ହିତାଧିକାରୀ ଉପକୃତ ହେବେ ।

 

କାର୍ଯ୍ୟକାରିତା ରଣନୀତି ଏବଂ ଲକ୍ଷ୍ୟ:

ଦିବ୍ୟାଙ୍ଗଜନ ଭତ୍ତା ଅଧୀନରେ ଯୋଗ୍ୟତା ମାନଦଣ୍ଡରେ ପରିବର୍ତ୍ତନ, ହିତାଧିକାରୀଙ୍କ ସଂଖ୍ୟା ଏବଂ ସହାୟତା ହାର ସମ୍ବନ୍ଧୀୟ ମାର୍ଗଦର୍ଶିକା ତିନି ମାସ ମଧ୍ୟରେ ଜାରି ଏବଂ କାର୍ଯ୍ୟକାରୀ କରାଯିବ।

 

ପୃଷ୍ଠଭୂମି:

ଭାରତୀୟ ସମ୍ବିଧାନର ଧାରା ୪୧ ଅନ୍ତର୍ଗତ 'ରାଷ୍ଟ୍ର ପରିଚାଳନା ସମ୍ବନ୍ଧୀୟ ନିର୍ଦ୍ଦେଶାତ୍ମକ ନୀତି' ଅନୁଯାୟୀ କେନ୍ଦ୍ର ସରକାରଙ୍କ ଦାୟିତ୍ୱ ପୂରଣ କରିବା ଏବଂ ଗରିବ ପରିବାରଗୁଡ଼ିକୁ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ୧୫ ଅଗଷ୍ଟ ୧୯୯୫ରେ 'ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ' (ଏନଏସଏପି) ଆରମ୍ଭ କରାଯାଇଥିଲା। ଏଥିରେ ଶତ ପ୍ରତିଶତ କେନ୍ଦ୍ରୀୟ ସହାୟତା ପ୍ରଦାନ କରିବାର ଲକ୍ଷ୍ୟ ହେଉଛି ଦେଶର ସବୁ ସ୍ଥାନରେ ହିତାଧିକାରୀମାନଙ୍କୁ ସମାନ ଭାବରେ ସହାୟତା ଉପଲବ୍ଧ କରାଇବା।

ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଅଧିକାର ଆଇନ, ୨୦୧୬ ଅଧୀନରେ ଦିବ୍ୟାଙ୍ଗ ଭତ୍ତା ପାଇଁ ଯୋଗ୍ୟତା ମାନଦଣ୍ଡରେ ପରିବର୍ତ୍ତନ ଆବଶ୍ୟକ ହେଇଥିଲା। ତେଣୁ ଏହାକୁ ୪୦ ପ୍ରତିଶତର "ମାନକ ଭିନ୍ନକ୍ଷମତା" ସ୍ତର ସହିତ ଯୋଡ଼ା ଯାଇଥିଲା। ଏହା ସହିତ, ଦିବ୍ୟାଙ୍ଗ ସହାୟତା ସର୍ବଦା ଅନ୍ୟ ବର୍ଗଗୁଡ଼ିକୁ ପ୍ରଦାନ କରାଯାଉଥିବା ସମାନ ଯୋଜନା ଅପେକ୍ଷା ୨୫ ପ୍ରତିଶତ ଅଧିକ ହେବ ବୋଲି ବାଧ୍ୟତାମୂଳକ କରିଥିଲା।

 

*******

PS

 


(ରିଲିଜ ଆଡି: 2323552) ପରିଦର୍ଶକ କାଉଣ୍ଟର : 10