ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତରେ ନିଜର ଉପସ୍ଥିତି ବୃଦ୍ଧି କରିବା ପାଇଁ ବ୍ଲୁମବର୍ଗର ଯୋଜନାକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ
ଭାରତର ଅର୍ଥନୈତିକ ଅଭିବୃଦ୍ଧି ଓ ବିଶ୍ୱସ୍ତରୀୟ ନେତୃତ୍ୱ ଦିଗକୁ ଅଗ୍ରଗତିକୁ ବ୍ଲୁମବର୍ଗଙ୍କ ସ୍ୱୀକାର
ପୋଷ୍ଟ କରାଯିବା ଦିନାଙ୍କ:
13 OCT 2026 10:05PM by PIB Bhubaneswar
ଭାରତରେ ନିଜର ଉପସ୍ଥିତି ବୃଦ୍ଧି କରିବା ଏବଂ ଦେଶର ଅର୍ଥନୀତି, ବଜାର ଓ ଲୋକଙ୍କ ସହ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିଛନ୍ତି ।
ଏକ୍ସର ଏକ ପୋଷ୍ଟରେ, ମାଇକ ବ୍ଲୁମବର୍ଗ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ “ଭାରତର କ୍ରମାଗତ କାର୍ଯ୍ୟକାଳ ପାଇଁ ସର୍ବାଧିକ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ” ଭାବରେ ବର୍ଣ୍ଣନା କରିଛନ୍ତି ଏବଂ ଭାରତର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ତଥା ବିଶ୍ୱସ୍ତରୀୟ ନେତୃତ୍ୱ ଆଡକୁ ଅଗ୍ରଗତିକୁ ସ୍ୱୀକାର କରିଛନ୍ତି । ସେ ଭାରତର ଭବିଷ୍ୟତ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ଏବଂ ଭାରତରେ ବ୍ଲୁମବର୍ଗର ୩୦ ବର୍ଷ ପୂର୍ତ୍ତି ତଥା ଦେଶରେ ଏହାର ସମ୍ପ୍ରସାରଣ ଯୋଜନା ସମ୍ପର୍କରେ ଆଲୋଚନା କରି ଖୁସି ବ୍ୟକ୍ତ କରିଛନ୍ତି ।
ଏକ୍ସ ରେ ମାଇକ ବ୍ଲୁମବର୍ଗଙ୍କ ପୋଷ୍ଟ ର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ, ତାଙ୍କୁ ଭେଟି ସେ ଖୁସି ଅନୁଭବ କଲେ ଏବଂ ଭାରତରେ ୩୦ ବର୍ଷ ପୂରଣ କରିଥିବାରୁ ବ୍ଲୁମବର୍ଗଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଭାରତରେ ନିଜର ଉପସ୍ଥିତି ବୃଦ୍ଧି କରିବା ଏବଂ ଦେଶର ଅର୍ଥନୀତି, ବଜାର ଓ ଲୋକଙ୍କ ସହ ସମ୍ପର୍କକୁ ଆହୁି ସୁଦୃଢ଼ କରିବା ପାଇଁ ବ୍ଲୁମବର୍ଗଙ୍କ ଯୋଜନାକୁ ଶ୍ରୀ ମୋଦୀ ସ୍ୱାଗତ ଜଣାଇଛନ୍ତି । ଏହାସହିତ ଭାରତର ବିକାଶ ଯାତ୍ରା ଯୋଗୁ ବିଭିନ୍ନ କ୍ଷେତ୍ରରେ ସୃଷ୍ଟି ହେଉଥିବା ପ୍ରଚୁର ସୁଯୋଗ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କଲେ ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;
“ଆଜି ସକାଳେ ଆପଣଙ୍କୁ ଭେଟି ବହୁତ ଖୁସି ଲାଗିଲା ।
ଭାରତରେ ୩୦ ବର୍ଷ ପୂରଣ କରିଥିବାରୁ ବ୍ଲୁମବର୍ଗକୁ ଅଭିନନ୍ଦନ । ଭାରତରେ ନିଜର ଉପସ୍ଥିତି ବିସ୍ତାର କରିବା ଏବଂ ଆମର ଅର୍ଥନୀତି, ବଜାର ଓ ଜନସାଧାରଣଙ୍କ ସହ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ବ୍ଲୁମବର୍ଗର ଯୋଜନାକୁ ଆମେ ସ୍ୱାଗତ କରୁଛୁ ।
ଭାରତର ବିକାଶ ଯାତ୍ରା ବିଭିନ୍ନ କ୍ଷେତ୍ରରେ ଅପାର ସୁଯୋଗ ସୃଷ୍ଟି କରିବାର ଲାଗିଛି ।”
SR
(ରିଲିଜ ଆଡି: 2323206)
ପରିଦର୍ଶକ କାଉଣ୍ଟର : 2
ଏହି ରିଲିଜ ପଢନ୍ତୁ :
Urdu
,
English
,
हिन्दी
,
Marathi
,
Assamese
,
Manipuri
,
Bengali
,
Punjabi
,
Gujarati
,
Telugu
,
Kannada
,
Malayalam