ରେଳ ମନ୍ତ୍ରଣାଳୟ
ଭାରତୀୟ ରେଳବାଇରେ ସ୍ନାତକସ୍ତରୀୟ ଏନଟିପିସି ପାଇଁ ୩,୫୪୮ ପଦବୀ ଘୋଷଣା
ପଣ୍ୟବାହୀ ଟ୍ରେନ୍ ମ୍ୟାନେଜର ଆକାଉଣ୍ଟସରେ ଖାଲି ରହିଛି ସର୍ବାଧିକ ୨,୭୫୦ଟି ପଦବୀ
ଯୋଗ୍ୟ ପ୍ରାର୍ଥୀ ଚୟନ ସହ ବୟସ ସୀମା କୋହଳ, ସଂରକ୍ଷଣ ଓ ପରୀକ୍ଷା ଶୁଳ୍କ ଫେରସ୍ତ ବ୍ୟବସ୍ଥା
୬ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ଅନ୍ଲାଇନ ରେ ହେବ ଆବେଦନ
ପୋଷ୍ଟ କରାଯିବା ଦିନାଙ୍କ:
11 OCT 2026 11:16AM by PIB Bhubaneswar
ଭାରତୀୟ ରେଳବାଇ ପକ୍ଷରୁ ଅଣ-ବୈଷୟିକ ଲୋକପ୍ରିୟ ବିଭାଗ (ଏନଟିପିସି-ସ୍ନାତକୋତ୍ତର) ନିଯୁକ୍ତି ଅଧୀନରେ ୩,୫୪୮ଟି ପଦବୀ ପାଇଁ ନିଯୁକ୍ତି ଘୋଷଣା କରାଯାଇଛି। ରେଳବାଇ ନିଯୁକ୍ତି ବୋର୍ଡ (ଆରଆରବି) ପକ୍ଷରୁ ଜାରି କେନ୍ଦ୍ରୀକୃତ ନିଯୁକ୍ତି ବିଜ୍ଞପ୍ତି (ସିଇଏନ୍) ନଂ. ୦୬/୨୦୨୬ ଅନୁଯାୟୀ ଏହି ନିଯୁକ୍ତି ପ୍ରକ୍ରିୟା ହେବ। ଏହା ଯୋଗ୍ୟ ସ୍ନାତକ ଡିଗ୍ରୀଧାରୀ ଯୁବକଯୁବତୀଙ୍କୁ ଭାରତୀୟ ରେଳବାଇରେ କ୍ୟାରିୟର ଗଢ଼ିବା ସହ ଦେଶର ଅନ୍ୟତମ ବୃହତ୍ତମ ଜନସେବା ସଂଗଠନର କାର୍ଯ୍ୟଧାରାରେ ଯୋଗଦାନ କରିବାର ସୁଯୋଗ ପ୍ରଦାନ କରିବ।
ଏହି ନିଯୁକ୍ତିରେ ଚାରି ପ୍ରକାରର ପଦବୀ ସାମିଲ ରହିଛି, ଯେଉଁଥିରେ ମୁଖ୍ୟ ବାଣିଜ୍ୟିକ ସହ ଟିକେଟ୍ ପର୍ଯ୍ୟବେକ୍ଷକ, ସାମଗ୍ରୀ ଟ୍ରେନ୍ ପରିଚାଳକ , କନିଷ୍ଠ ଲେଖା ସହାୟକ ସହ ଟାଇପିଷ୍ଟ ଏବଂ ବରିଷ୍ଠ କ୍ଲର୍କ ସହ ଟାଇପିଷ୍ଟ ରହିଛି । ଏହି ପଦବୀଗୁଡ଼ିକ ବାଣିଜ୍ୟିକ ସେବା, ଟ୍ରେନ୍ ପରିଚାଳନା, ଲେଖା ଏବଂ ପ୍ରଶାସନ କ୍ଷେତ୍ରରେ କ୍ୟାରିୟରରେ ସୁଯୋଗ ପ୍ରଦାନ କରିଥାଏ , ଯାହା ଦେଶବ୍ୟାପୀ ରେଳବାଇ ସେବାର କୁଶଳ ପରିଚାଳନାରେ ସହାୟକ ହୋଇଥାଏ।
ମୋଟ ୩,୫୪୮ଟି ଖାଲି ପଦବୀ ମଧ୍ୟରୁ ୨,୭୫୦ଟି ପଦ 'ମାଲଗାଡ଼ି ଟ୍ରେନ୍ ମ୍ୟାନେଜର' ପାଇଁ ଉଦ୍ଦିଷ୍ଟ ଥିବାବେଳେ, ୩୭୧ଟି ପଦବୀ 'ସିନିୟର କ୍ଲର୍କ କମ୍ ଟାଇପିଷ୍ଟ' ପାଇଁ , ୩୦୦ଟି 'କନିଷ୍ଠ ଲେଖା ସହାୟକ ସହ ଟାଇପିଷ୍ଟ ' ଏବଂ ୧୨୭ଟି ' ଚିଫ୍ କମର୍ସିଆଲ୍ କମ୍ ଟିକେଟ୍ ସୁପରଭାଇଜର' ପଦବୀ ରହିଛି। ଏହି ପଦବୀଗୁଡ଼ିକ ସ୍ନାତକ (ଗ୍ରାଜୁଏଟ୍) ଡିଗ୍ରୀଧାରୀମାନଙ୍କୁ ରେଳବାଇ ପରିଚାଳନା ଏବଂ ପ୍ରଶାସନର ବିଭିନ୍ନ କାର୍ଯ୍ୟ କ୍ଷେତ୍ରରେ କାମ କରିବାକୁ ସୁଯୋଗ ପ୍ରଦାନ କରିବ।
ଏହି ପଦବୀଗୁଡ଼ିକ ପାଇଁ ପ୍ରାରମ୍ଭିକ ମୂଳ ଦରମା ସପ୍ତମ କେନ୍ଦ୍ରୀୟ ଦରମା ଆୟୋଗ ଅଧିନରେ ପ୍ରଦାନ କରାଯିବ। 'ଚିଫ୍ କମର୍ସିଆଲ୍ କମ୍ ଟିକେଟ୍ ସୁପରଭାଇଜର' ପଦବୀ ପାଇଁ ' ପ୍ରାରମ୍ଭିକ ମୂଳ ଦରମା ବେତନ ସ୍ତର ୬' ଅନୁଯାୟୀ ମାସିକ ୩୫,୪୦୦ ଟଙ୍କା ପ୍ରଦାନ କରାଯିବ, ଅନ୍ୟ ତିନୋଟି ବର୍ଗର ପ୍ରାରମ୍ଭିକ ମୂଳ ଦରମା ବେତନ ସ୍ତର ୫ ଅନୁଯାୟୀ ମାସିକ ୨୯,୨୦୦ ଟଙ୍କା ପ୍ରତି ମାସରେ ରହିଛି। ପ୍ରଯୁଜ୍ୟ ଭତ୍ତା ଏବଂ ଚାକିରି ସର୍ତ୍ତାବଳୀ ସମ୍ପୃକ୍ତ ନିୟମାବଳୀ ଦ୍ୱାରା ପରିଚାଳିତ ହେବ।
ଗୁରୁତ୍ୱପୂର୍ଣ୍ଣ ତାରିଖ ଏବଂ ଯୋଗ୍ୟତା ମାନଦଣ୍ଡ
ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ୮ ଅକ୍ଟୋବର ୨୦୨୬ରୁ ଆରମ୍ଭ ହୋଇଛି ଏବଂ ଯୋଗ୍ୟ ପ୍ରାର୍ଥୀମାନେ ୬ ନଭେମ୍ବର ୨୦୨୬ ରାତି ୧୧:୫୯ ପର୍ଯ୍ୟନ୍ତ ନିଜର ଆବେଦନ ଦାଖଲ କରିପାରିବେ। ପରୀକ୍ଷା ଶୁଳ୍କ ଜମା କରିବାର ଶେଷ ତାରିଖ ୮ ନଭେମ୍ବର ୨୦୨୬ ରହିଛି, ଆବେଦନରେ ସଂଶୋଧନ ଅବଧି ୯ ନଭେମ୍ବର ରୁ ୧୮ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ସମୟ ସ୍ଥିର କରାଯାଇଛି।
ପ୍ରାର୍ଥୀମାନଙ୍କ ନିକଟରେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ କିମ୍ବା ଏହାର ସମକକ୍ଷ ଯୋଗ୍ୟତା ରହିବା ଆବଶ୍ୟକ ଏବଂ ସେମାନଙ୍କୁ ନିର୍ଦ୍ଦିଷ୍ଟ-ପଦବୀ ପାଇଁ ଧାର୍ଯ୍ୟ ଯୋଗ୍ୟତାଭିତ୍ତିକ ସର୍ତ୍ତାବଳୀ ପୂରଣ କରିବାକୁ ପଡ଼ିବ। ୧ ଜାନୁଆରୀ ୨୦୨୭ ସୁଦ୍ଧା ବୟସ ସୀମା ୧୮-୩୩ ବର୍ଷ ରହିଛି, ନିର୍ଦ୍ଧାରିତ ନିୟମ ଅନୁସାରେ ପ୍ରାଥିଙ୍କର ବୟସ ସୀମା କୋହଳ କରାଯିବ।
ଯୋଗ୍ୟ ସ୍ନାତକମାନଙ୍କୁ ବିସ୍ତୃତ ବିଜ୍ଞପ୍ତି ସମୀକ୍ଷା କରିବାକୁ , ସେମାନଙ୍କ ପସନ୍ଦର ପଦବୀ ପାଇଁ ଆବଶ୍ୟକତା ନିଶ୍ଚିତ କରିବାକୁ ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବେଦନ ପ୍ରକ୍ରିୟା ଶେଷ କରିବାକୁ ପରାମର୍ଶ ଦିଆଯାଇଛି।
ଯୋଗ୍ୟତା ଆଧାରରେ ଚୟନ ପ୍ରକ୍ରିୟା ,ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ବ୍ୟବସ୍ଥା
ଏହି ଚୟନ ପ୍ରକ୍ରିୟାରେ ପ୍ରଥମ ପର୍ଯ୍ୟାୟରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି), ଦ୍ୱିତୀୟ ପର୍ଯ୍ୟାୟରେ ସିବିଟି,ଏବଂ ଆବଶ୍ୟକତା ଅନୁଯାୟୀ ଦସ୍ତାବିଜ ଯାଞ୍ଚ ଏବଂ ଡ଼ାକ୍ତରୀ ପରୀକ୍ଷା ଅନ୍ତର୍ଭୁକ୍ତ । ଚୟନ ଯେଗ୍ୟତା ଏବଂ ନିର୍ଦ୍ଧାରିତ ଯୋଗ୍ୟତା ସର୍ତ୍ତାବଳୀ ପୂରଣ ଉପରେ ଆଧାରିତ ହେବ। ନିଯୁକ୍ତି ପ୍ରକ୍ରିୟାର ବ୍ୟବସ୍ଥା ଅନୁଯାୟୀ ଯୋଗ୍ୟ ଦିବ୍ୟାଙ୍ଗ ପ୍ରାର୍ଥୀମାନେ ପ୍ରଯୁଜ୍ୟ ସଂରକ୍ଷଣ ଏବଂ ବୟସ ସୀମାରେ କୋହଳ ସୁବିଧା ସହିତ ଲେଖକ ସହାୟତା ଏବଂ କ୍ଷତିପୂରଣ ସମୟ ପାଇବା ପାଇଁ ହକଦାର ହେବେ ।
ସିଇଏନ୍ ନଂ 0୬/୨୦୨୬ ଅଧୀନରେ ଅନ୍ୟ ଏକ ବ୍ୟବସ୍ଥା ହେଉଛି 'ଜୁନିୟର ଆକାଉଣ୍ଟସ୍ ଆସିଷ୍ଟାଣ୍ଟ କମ୍ ଟାଇପିଷ୍ଟ' ଏବଂ 'ସିନିୟର କ୍ଲର୍କ କମ୍ ଟାଇପିଷ୍ଟ' ପଦବୀ ପାଇଁ କମ୍ପ୍ୟୁଟର-ଆଧାରିତ ଟାଇପିଂ ଦକ୍ଷତା ପରୀକ୍ଷା (ସିବିଟିଏସ୍ ଟି)ରୁ ଛାଡ଼ । ତଥାପି, ପ୍ରାର୍ଥୀମାନଙ୍କର ମୌଳିକ କମ୍ପ୍ୟୁଟର ଏବଂ ଟାଇପିଂ ଦକ୍ଷତା ଥିବା ଆଶା କରାଯାଏ, ଯାହା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିବା ଅନୁଯାୟୀ ଯୋଗଦେବା ପରେ ମୂଲ୍ୟାୟନ କରାଯିବ।
ନିଯୁକ୍ତି ସମ୍ବନ୍ଧୀୟ ସୂଚନା ପାଇଁ ଅଫିସିଆଲ୍ ଡିଜିଟାଲ୍ ପ୍ଲାଟଫର୍ମ
ପ୍ରାର୍ଥୀମାନେ ରେଳବାଇ ନିଯୁକ୍ତି ବୋର୍ଡର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ବିସ୍ତୃତ ବିଜ୍ଞପ୍ତି, ପଦବୀ ବଣ୍ଟନ, ଯୋଗ୍ୟତା ମାନଦଣ୍ଡ ଏବଂ ନିଯୁକ୍ତି ସମ୍ବନ୍ଧୀୟ ଅପଡେଟ୍ ପାଇପାରିବେ:
ଆର୍ ଆର୍ ବି ଅଫିସିଆଲ୍ ୱେବସାଇଟ୍: https://rrb.indianrailways.gov.in
ଅନ୍ଲାଇନ୍ ଆବେଦନ ପୋର୍ଟାଲ୍: https://www.rrbapply.gov.in
ନିଯୁକ୍ତି ସମ୍ବନ୍ଧୀୟ ପ୍ରାମାଣିକ ସୂଚନା ଏବଂ ଅପଡେଟ୍ ପାଇଁ ଏହି ଅଫିସିଆଲ୍ ପ୍ଲାଟଫର୍ମଗୁଡ଼ିକ ଉପରେ ନିର୍ଭର କରିବାକୁ ପ୍ରାର୍ଥୀମାନଙ୍କୁ ପରାମର୍ଶ ଦିଆଯାଉଛି।
*****
ns
(ରିଲିଜ ଆଡି: 2322375)
ପରିଦର୍ଶକ କାଉଣ୍ଟର : 4