ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜନ୍ମଦିନର ଶୁଭେଚ୍ଛା ପାଇଁ ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲାଙ୍କୁ ପ୍ରଧାନମନ୍ତ୍ରୀଙ୍କ କୃତଜ୍ଞତା
ପୋଷ୍ଟ କରାଯିବା ଦିନାଙ୍କ:
28 SEP 2026 10:57AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ମାନନୀୟ ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ, କୋଟି କୋଟି ଦେଶବାସୀଙ୍କ ପ୍ରତିଭା ଓ ପରିଶ୍ରମର ବଳରେ ଦେଶ ଆଜି ବିକାଶର ନୂଆ ନୂଆ ମାନଦଣ୍ଡ ସ୍ଥାପନ କରୁଛି। ଦେଶକୁ ଆହୁରି ସଶକ୍ତ, ସମୃଦ୍ଧ ଓ ଆତ୍ମନିର୍ଭର କରିବା ପାଇଁ ଆମେ ସଂକଳ୍ପବଦ୍ଧ ବୋଲି ସେ କହିଛନ୍ତି।
ଶ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି:
“ସ୍ନେହପୂର୍ଣ୍ଣ ବାର୍ତ୍ତା ପାଇଁ ଆପଣଙ୍କୁ ହୃଦୟରୁ କୃତଜ୍ଞତା, ମାନନୀୟ ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା ଜୀ। ଆପଣ ପ୍ରକାଶ କରିଥିବା ଭାବନା ମୋ ପାଇଁ ଅତ୍ୟନ୍ତ ମୂଲ୍ୟବାନ।
କୋଟି କୋଟି ଦେଶବାସୀଙ୍କ ପ୍ରତିଭା ଓ ପରିଶ୍ରମର ବଳରେ ଦେଶ ଆଜି ବିକାଶର ନିତନୂତନ ମାନଦଣ୍ଡ ସ୍ଥାପନ କରୁଛି। ସେମାନଙ୍କ ସହଯୋଗ ଓ ଆଶୀର୍ବାଦରେ ଭାରତକୁ ଆହୁରି ସଶକ୍ତ, ସମୃଦ୍ଧ ଓ ଆତ୍ମନିର୍ଭର କରିବା ପାଇଁ ଆମେ ସମ୍ପୂର୍ଣ୍ଣ ନିଷ୍ଠାର ସହ ସଂକଳ୍ପବଦ୍ଧ।”
*****
MT
(ରିଲିଜ ଆଡି: 2315772)
ପରିଦର୍ଶକ କାଉଣ୍ଟର : 9
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam