ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
୯/୧୧ ଆତଙ୍କବାଦ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିମାନଙ୍କୁ ସ୍ମରଣ କରିବା ସହିତ ଆତଙ୍କବାଦ ମୁକାବିଲା ପାଇଁ ଦୃଢ଼ ସଂକଳ୍ପ ଦୋହରାଇଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
28 SEP 2026 10:49AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୯/୧୧ର ଭୟାବହ ଆତଙ୍କବାଦୀ ଆକ୍ରମଣର ୨୫ତମ ବାର୍ଷିକୀ ଅବସରରେ ଏହି ଆକ୍ରମଣରେ ପ୍ରାଣ ହରାଇଥିବା ଲୋକମାନଙ୍କୁ ସ୍ମରଣ କରିବା ସହ ସମ୍ମାନ ଜଣାଇଛନ୍ତି। ଏହି ଆକ୍ରମଣ ଯେଉଁ ପରିବାରଗୁଡ଼ିକର ଜୀବନକୁ ସବୁଦିନ ପାଇଁ ବଦଳାଇ ଦେଇଥିଲା, ସେମାନଙ୍କ ପ୍ରତି ସେ ଏକାତ୍ମତା ପ୍ରକାଶ କରିଛନ୍ତି।
ଶ୍ରୀ ମୋଦୀ କହିଛନ୍ତି ଯେ, ସମଗ୍ର ବିଶ୍ୱରେ ଆତଙ୍କବାଦ ଅସଂଖ୍ୟ ଜୀବନ ନେଇଛି। ସୀମାପାର ଆତଙ୍କବାଦର ଶିକାର ଭାବେ ଭାରତ ଦୀର୍ଘ ଦଶନ୍ଧି ଧରି ଆତଙ୍କବାଦ ବିରୋଧୀ ଲଢ଼େଇରେ ଅଗ୍ରଣୀ ଭୂମିକା ନେଇଆସିଛି ବୋଲି ସେ ଉଲ୍ଲେଖ କରିଛନ୍ତି।
ସେ ଆହୁରି କହିଛନ୍ତି ଯେ, ଆତଙ୍କବାଦର ବିପଦ ନିରନ୍ତର ରୂପ ବଦଳାଉଥିବାବେଳେ, ଏହାର ସମସ୍ତ ରୂପ ଓ ପ୍ରକାଶ ବିରୋଧରେ ଭାରତର ସଂକଳ୍ପ ଓ ଦୃଢ଼ ବିରୋଧ ଅଟଳ ରହିଛି। ଏହି ବିପଦର ମୁକାବିଲା ପାଇଁ ହେଉଥିବା ସମସ୍ତ ପ୍ରୟାସ ପ୍ରତି ସେ ଏକାତ୍ମତା ପ୍ରକାଶ କରିଛନ୍ତି।
ପ୍ରଧାନମନ୍ତ୍ରୀ ୨୦୧୪ ମସିହାରେ ୯/୧୧ ମେମୋରିଆଲ୍ ଆଣ୍ଡ୍ ମ୍ୟୁଜିୟମ୍କୁ ତାଙ୍କର ଗସ୍ତର କିଛି ଝଲକ ମଧ୍ୟ ସେୟାର କରିଛନ୍ତି।
ଶ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରି କହିଛନ୍ତି;
“ଭୟାବହ ୯/୧୧ ଆକ୍ରମଣକୁ ୨୫ ବର୍ଷ ପୂରିଛି। ଆମେ ଏହି ଆକ୍ରମଣରେ ପ୍ରାଣ ହରାଇଥିବା ଲୋକମାନଙ୍କୁ ସ୍ମରଣ କରିବା ସହିତ ସମ୍ମାନ ଜଣାଉଛୁ ଏବଂ ଯେଉଁ ପରିବାରଗୁଡ଼ିକର ଜୀବନ ସବୁଦିନ ପାଇଁ ବଦଳିଯାଇଥିଲା, ସେମାନଙ୍କ ପ୍ରତି ଏକାତ୍ମତା ପ୍ରକାଶ କରୁଛୁ।
ସମଗ୍ର ବିଶ୍ୱରେ ଆତଙ୍କବାଦ ଅସଂଖ୍ୟ ଜୀବନ ନେଇଛି। ସୀମାପାର ଆତଙ୍କବାଦର ଶିକାର ଭାବେ ଭାରତ ଦୀର୍ଘ ଦଶନ୍ଧି ଧରି ଏହି ଲଢ଼େଇରେ ଅଗ୍ରଣୀ ଭୂମିକା ନେଇଆସିଛି।
ଆତଙ୍କବାଦର ବିପଦ ନିରନ୍ତର ରୂପ ବଦଳାଉଥିବାବେଳେ, ଏହାର ସମସ୍ତ ରୂପ ଓ ପ୍ରକାଶ ବିରୋଧରେ ଆମର ସଂକଳ୍ପ ଓ ଦୃଢ଼ ବିରୋଧ ଅଟଳ ରହିଛି। ଏହି ବିପଦର ମୁକାବିଲା ପାଇଁ ହେଉଥିବା ସମସ୍ତ ପ୍ରୟାସ ପ୍ରତି ଆମେ ଏକାତ୍ମତା ପ୍ରକାଶ କରୁଛୁ।
୨୦୧୪ ମସିହାରେ ୯/୧୧ ମେମୋରିଆଲ୍ ଆଣ୍ଡ୍ ମ୍ୟୁଜିୟମ୍କୁ ମୋର ଗସ୍ତର କିଛି ଝଲକ।”
*****
MT
(ରିଲିଜ ଆଡି: 2315751)
ପରିଦର୍ଶକ କାଉଣ୍ଟର : 10
ଏହି ରିଲିଜ ପଢନ୍ତୁ :
Bengali
,
Kannada
,
Bengali-TR
,
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Malayalam