ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶିକ୍ଷକ ଦିବସରେ ଶିକ୍ଷକମାନଙ୍କ ମହତ୍ତ୍ୱପୂର୍ଣ୍ଣ ଅବଦାନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା


ଡକ୍ଟର ଏସ୍. ରାଧାକୃଷ୍ଣନ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 05 SEP 2026 10:49AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉଲ୍ଲେଖ କରିଛନ୍ତି ଯେ, ଶିକ୍ଷକ ଦିବସ ହେଉଛି ସମାଜ ପ୍ରତି ଶିକ୍ଷକମାନଙ୍କ ମହତ୍ତ୍ୱପୂର୍ଣ୍ଣ ଅବଦାନକୁ ସମ୍ମାନ ଓ ପ୍ରଶଂସା କରିବାର ଦିନ। ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ଡକ୍ଟର ଏସ୍. ରାଧାକୃଷ୍ଣନ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ଦିନ ମଧ୍ୟ ଅଟେ।

 

ଏହାବ୍ୟତୀତ, ଗତକାଲି 'ଜାତୀୟ ଶିକ୍ଷକ ପୁରସ୍କାର' ବିଜେତାମାନଙ୍କୁ ୭, ଲୋକ କଲ୍ୟାଣ ମାର୍ଗ (ଏଲ୍‌କେଏମ୍‌)କୁ ଆମନ୍ତ୍ରଣ କରାଯାଇଥିବା ସମୟରେ ହୋଇଥିବା ଆଲୋଚନା ଓ ଭେଟଘାଟର କିଛି ଝଲକ ପ୍ରଧାନମନ୍ତ୍ରୀ ସେୟାର କରିଛନ୍ତି।

 

 ‘ଏକ୍ସ’ରେ ଏକ ପୋଷ୍ଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି:

 

“#TeachersDay ହେଉଛି ଆମ ସମାଜ ପ୍ରତି ଶିକ୍ଷକମାନଙ୍କ ମହତ୍ତ୍ୱପୂର୍ଣ୍ଣ ଅବଦାନକୁ ସମ୍ମାନ ଓ ପ୍ରଶଂସା କରିବାର ଦିନ। ଏହା ଡକ୍ଟର ଏସ୍. ରାଧାକୃଷ୍ଣନ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ଦିନ ମଧ୍ୟ ଅଟେ।

 

ଗତକାଲି ଯେତେବେଳେ 'ଜାତୀୟ ଶିକ୍ଷକ ପୁରସ୍କାର' ବିଜେତାମାନଙ୍କୁ ୭, ଏଲ୍‌କେଏମ୍‌କୁ ନିମନ୍ତ୍ରଣ କରାଯାଇଥିଲା, ସେତେବେଳେ କ’ଣ ଘଟିଥିଲା ​​ ତାହାର କିଛି ଝଲକ ଏଠାରେ ଦେଖନ୍ତୁ..."

 

*****

MT

 


(ରିଲିଜ ଆଡି: 2315744) ପରିଦର୍ଶକ କାଉଣ୍ଟର : 21