ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସୀୟ କ୍ରୀଡ଼ାରେ ମିକ୍ସଡ୍ ଡବଲ୍ସ ଟେବୁଲ୍ ଟେନିସ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବାରୁ ମାନୁଷ ଶାହା ଏବଂ ଦିୟା ଚିତାଲେଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
27 SEP 2026 6:12PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏସୀୟ କ୍ରୀଡ଼ାରେ ମିକ୍ସଡ୍ ଡବଲ୍ସ ଟେବୁଲ୍ ଟେନିସ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବାରୁ ମନୁଶ ଶାହା ଏବଂ ଦିୟା ଚିତାଲେଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ପଦକ ଭାରତରେ ଟେବୁଲ୍ ଟେନିସର ଲୋକପ୍ରିୟତା ବୃଦ୍ଧିରେ ଆଉ ଏକ ଗର୍ବର ମୁହୂର୍ତ୍ତ ଯୋଡ଼ିଛି ଏବଂ ଭବିଷ୍ୟତ ପାଇଁ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ସେମାନଙ୍କର ସଂକଳ୍ପ ଅନେକ ଯୁବ ଖେଳାଳିଙ୍କୁ ଏହି ଖେଳକୁ ଗ୍ରହଣ କରିବା ଏବଂ ଉଚ୍ଚତର ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରେରଣା ଯୋଗାଇବ।
ଏକ୍ସ ଉପରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସେୟାର କରିଛି:
"ଏସିଆନ୍ ଗେମ୍ସରେ ମିକ୍ସଡ୍ ଡବଲ୍ସ ଟେବୁଲ୍ ଟେନିସ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବାରୁ ମନୁଶ ଶାହା ଏବଂ ଦିୟା ଚିତାଲେଙ୍କୁ ଅଭିନନ୍ଦନ।
ଏହି ପଦକ ଭାରତରେ ଟେବୁଲ୍ ଟେନିସର ଲୋକପ୍ରିୟତା ବୃଦ୍ଧିରେ ଆଉ ଏକ ଗର୍ବର ମୁହୂର୍ତ୍ତ ଯୋଡ଼ିଛି। ଭବିଷ୍ୟତ ପାଇଁ ସେମାନଙ୍କୁ ଶୁଭେଚ୍ଛା।
ସେମାନଙ୍କର ଦୃଢ଼ ସଂକଳ୍ପ ଅନେକ ଯୁବ ଖେଳାଳିଙ୍କୁ ଏହି ଖେଳକୁ ଗ୍ରହଣ କରିବା ଏବଂ ଉଚ୍ଚତର ଲକ୍ଷ୍ୟ ରଖିବା ପାଇଁ ପ୍ରେରଣା ଦେବ: ପ୍ରଧାନମନ୍ତ୍ରୀ @narendramodi "
HS
(ରିଲିଜ ଆଡି: 2315597)
ପରିଦର୍ଶକ କାଉଣ୍ଟର : 14
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam