ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସୀୟ କ୍ରୀଡ଼ାରେ ମହିଳା ୫୦ ମିଟର ରାଇଫଲ ୩ୟ ପୋଜିସନ ଦଳଗତ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବାରୁ ତିଲୋତ୍ତମା ସେନ, ବିଦର୍ସା ବିନୋଦ କୋଚଲୁମକଲ ଏବଂ ଆଶି ଚୌକସେଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
ପୋଷ୍ଟ କରାଯିବା ଦିନାଙ୍କ:
26 SEP 2026 7:48PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏସୀୟ କ୍ରୀଡ଼ାରେ ମହିଳା ୫୦ ମିଟର ରାଇଫଲ ୩ୟ ପୋଜିସନ ଟିମ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ତିଲୋତ୍ତମା ସେନ, ବିଦର୍ସା ବିନୋଦ କୋଚାଲୁମକଲ ଏବଂ ଆଶି ଚୌକସେଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଚମତ୍କାର ପ୍ରଦର୍ଶନକୁ ଉଲ୍ଲେଖ କରିଛନ୍ତି।
ପ୍ରଧାନମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ସେମାନେ ଆହୁରି ଅନେକ ସଫଳତା ହାସଲ କରିବା ଜାରି ରଖିବେ ବୋଲି କାମନା କରିଥିଲେ।
ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସେୟାର କରିଛି:
"ତିଲୋତ୍ତମା ସେନ୍, ବିଦର୍ସା ବିନୋଦ କୋଚାଲୁମକାଲ ଏବଂ ଆଶି ଚୌକସେଙ୍କ ଦ୍ୱାରା ସୂକ୍ଷ୍ମତାର ଏକ ଚମତ୍କାର ପ୍ରଦର୍ଶନ!
ଏସୀୟ କ୍ରୀଡ଼ାରେ ମହିଳା ୫୦ ମିଟର ରାଇଫଲ ୩ୟ ପୋଜିସନ୍ ଟିମ୍ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ସେମାନଙ୍କୁ ଅଭିନନ୍ଦନ।
ଆଗାମୀ ସମୟରେ ସେମାନେ ଆହୁରି ଅନେକ ସଫଳତା ହାସଲ କରିବା ଜାରି ରଖନ୍ତୁ: ପ୍ରଧାନମନ୍ତ୍ରୀ @narendramodi
HS
(ରିଲିଜ ଆଡି: 2315595)
ପରିଦର୍ଶକ କାଉଣ୍ଟର : 9
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam