ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମିକ୍ସଡ୍ ଟିମ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ପରିନାଜ ଧାଲିୱାଲ ଏବଂ ଅନନ୍ତଜିତ ସିଂହ ନାରୁକାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
25 SEP 2026 11:18AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସୀୟ କ୍ରୀଡ଼ାରେ ମିକ୍ସଡ୍ ଟିମ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଆଜି ପରିନାଜ ଧାଲିୱାଲ ଏବଂ ଅନନ୍ତଜିତ୍ ସିଂ ନାରୁକାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନଙ୍କ ସଫଳତା ଏସୀୟ କ୍ରୀଡ଼ାରେ ଏହି ପ୍ରତିଯୋଗିତାରେ ଭାରତର ପ୍ରଥମ ପଦକ। ଶ୍ରୀ ମୋଦୀ ଉଭୟଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଶା ବ୍ୟକ୍ତ କରିଛନ୍ତି ଯେ ଏହି ସଫଳତା ଆଗାମୀ ସମୟରେ ଆହୁରି ଅନେକ ମାଇଲଖୁଣ୍ଟ ପ୍ରେରଣ କରିବ।
ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସେୟାର କରିଛି:
"ଏସିଆନ୍ ଗେମ୍ସରେ ମିକ୍ସଡ୍ ଟିମ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପରିନଜ୍ ଧାଲିୱାଲ୍ ଏବଂ ଅନନ୍ତଜିତ୍ ସିଂ ନାରୁକାଙ୍କୁ ଅଭିନନ୍ଦନ। ସେମାନଙ୍କର ଏହି ସଫଳତା ଏସୀୟ କ୍ରୀଡ଼ାରେ ଏହି ଇଭେଣ୍ଟରେ ଭାରତର ପ୍ରଥମ ପଦକ ଅଟେ। ଉଭୟଙ୍କୁ ଅନେକ ଶୁଭେଚ୍ଛା। ଏହି ସଫଳତା ଆଗାମୀ ସମୟରେ ଆହୁରି ଅନେକ ମାଇଲଖୁଣ୍ଟକୁ ଅନୁପ୍ରାଣିତ କରୁ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । "
HS
(ରିଲିଜ ଆଡି: 2314686)
ପରିଦର୍ଶକ କାଉଣ୍ଟର : 19
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Telugu
,
Kannada
,
Malayalam