ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମହାମହିମ ଶେଖ ଅହମ୍ମଦ ବିନ ରସିଦ ଅଲ ମକ୍ତୌମଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 23 SEP 2026 10:19AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାମହିମ ଶେଖ ଅହମ୍ମଦ ବିନ ରସିଦ ଅଲ ମକ୍ତୌମଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି। ରାଜ ପରିବାର ଏବଂ ଦୁବାଇର ଜନସାଧାରଣଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ଶ୍ରୀ ମୋଦୀ କହିଥିଲେ ଯେ ସମାଜ ସେବା ପାଇଁ ମହାମହିମ ଶେଖ୍ ଅହମଦ୍ ବିନ୍ ରସିଦ ଅଲ୍ ମୁକ୍ତୌମଙ୍କ ଉଦ୍ୟମ ଆଗାମୀ ପିଢ଼ି ପାଇଁ ସ୍ମରଣୀୟ ହୋଇ ରହିବ।

ଶ୍ରୀ ମୋଦୀ 'ଏକ୍ସ ’ରେ ପୋଷ୍ଟ କରିଛନ୍ତି:

ମହାମହିମ ଶେଖ ଅହମ୍ମଦ ବିନ୍ ରସିଦ ଅଲ ମକ୍ତୌମଙ୍କ ବିୟୋଗରେ ଗଭୀର ଦୁଃଖିତ। ସମାଜ ସେବା ପାଇଁ ତାଙ୍କର ପ୍ରୟାସ ଆଗାମୀ ପିଢ଼ି ପାଇଁ ସ୍ମରଣୀୟ ହୋଇ ରହିବ।

ମୁଁ ରାଜ ପରିବାର ଏବଂ ଦୁବାଇର ଜନସାଧାରଣଙ୍କୁ ହୃଦୟରୁ ସମବେଦନା ଜଣାଉଛି। ତାଙ୍କ ଆତ୍ମାକୁ ଚିର ଶାନ୍ତି ମିଳୁ।

@HHShkMohd

HS


(ରିଲିଜ ଆଡି: 2313719) ପରିଦର୍ଶକ କାଉଣ୍ଟର : 4