ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶରତଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କୁ ତାଙ୍କ ୧୫୦ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 15 SEP 2026 4:38PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରସିଦ୍ଧ ବଙ୍ଗଳା ଲେଖକ ଶରତଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କୁ ତାଙ୍କ ୧୫୦ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବିଶିଷ୍ଟ ଲେଖକଙ୍କୁ ସ୍ମରଣ କରି ଶ୍ରୀ ମୋଦୀ ତାଙ୍କ ସାହିତ୍ୟ ରଚନାର ସ୍ଥାୟୀ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ, ଯାହା ପ୍ରତ୍ୟେକ ଭାରତୀୟ ଭାଷା ଏବଂ ଅନେକ ବିଦେଶୀ ଭାଷାରେ ଅନୁବାଦିତ ହୋଇଛି। ସେ ଉଲ୍ଲେଖ କରିଥିଲେ ଯେ ଶରତଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଲେଖାଗୁଡ଼ିକ ଉନବିଂଶ ଶତାବ୍ଦୀର ଭାରତ, ବିଶେଷ କରି ଗ୍ରାମାଞ୍ଚଳର ବଙ୍ଗଳା ସମାଜର ସଠିକ୍ ଏବଂ ସମ୍ବେଦନଶୀଳ ଚିତ୍ରଣ ପ୍ରଦାନ କରିଥାଏ।

ପ୍ରଧାନମନ୍ତ୍ରୀ 'ଏକ୍ସ ’ରେ ପୋଷ୍ଟ କରିଛନ୍ତି:

ବିଶିଷ୍ଟ ବଙ୍ଗଳା ଲେଖକ, ବହୁମୁଖୀ ପ୍ରତିଭା ସମ୍ପନ୍ନ ଶରତଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କୁ ତାଙ୍କ ୧୫ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି।

ପ୍ରତ୍ୟେକ ଭାରତୀୟ ଭାଷା ଏବଂ ଅନେକ ବିଦେଶୀ ଭାଷାରେ ଅନୁବାଦିତ ତାଙ୍କର ରଚନାଗୁଡ଼ିକ ଉନବିଂଶ ଶତାବ୍ଦୀର ଭାରତ, ବିଶେଷ କରି ଗ୍ରାମାଞ୍ଚଳରେ ବଙ୍ଗଳା ସମାଜର ସଠିକ୍ ଚିତ୍ରଣ ପାଇଁ ସ୍ମରଣୀୟ ହୋଇ ରହିଛି। ସାମାଜିକ ସଂସ୍କାର, ମହିଳା ଅଧିକାର ଏବଂ ଜାତୀୟତାବାଦ ପ୍ରତି ତାଙ୍କର ପ୍ରତିବଦ୍ଧତା ମଧ୍ୟ ସମାନ ଭାବେ ଉଲ୍ଲେଖନୀୟ ଥିଲା।

ଆଗାମୀ ସମୟରେ ଅଧିକରୁ ଅଧିକ ଯୁବକଯୁବତୀ ତାଙ୍କ ଲେଖା ପଢ଼ନ୍ତୁ ବୋଲି ମୁଁ ଆହ୍ୱାନ କରୁଛି।

HS


(ରିଲିଜ ଆଡି: 2310510) ପରିଦର୍ଶକ କାଉଣ୍ଟର : 4