ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପୋଷଣ ପଦକ୍ଷେପ ଏବଂ ଅଙ୍ଗନୱାଡି ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଏକ ନିବନ୍ଧ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
08 SEP 2026 12:45PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀଙ୍କ ଦ୍ୱାରା ଲିଖିତ ଏକ ନିବନ୍ଧ ସେୟାର କରିଛନ୍ତି ।
ମାତୃ ବନ୍ଦନା ଯୋଜନା ଏବଂ ପୋଷଣ ମାହର ୧୦ ବର୍ଷ ଉପରେ ଲେଖାରେ ଅଙ୍ଗନୱାଡି ବ୍ୟବସ୍ଥାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାର ବାର୍ତ୍ତା ଉପରେ ଆଲୋକପାତ କରାଯାଇଛି। ଡିବିଟି, ସାମାଜିକ ଅଡିଟ୍ ଏବଂ ପୁଷ୍ଟିକର ଖାଦ୍ୟ କିପରି ଶିଶୁ, ମହିଳା ଏବଂ କିଶୋର ଝିଅମାନଙ୍କୁ ସାହାଯ୍ୟ କରୁଛି ତାହା ଏହା ରେଖାଙ୍କିତ କରେ । ଏହି ନିବନ୍ଧରେ ଉଲ୍ଲେଖ କରାଯାଇଛି ଯେ "ହମାରୀ ଅଙ୍ଗନୱାଡି, ହମାରୀ ଜିମେଦାରୀ" ଦୃଷ୍ଟିକୋଣ ଦ୍ୱାରା ପରିଚାଳିତ ଏହି ପ୍ରୟାସ ଏକ ଅପପୁଷ୍ଟି ମୁକ୍ତ ଏବଂ ବିକସିତ ଭାରତ ଦିଗରେ ପଥ ପରିଷ୍କାର କରୁଛି।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ୍ସ ରେ ପୋଷ୍ଟ ହୋଇଛି;
"ମାତୃ ବନ୍ଦନା ଯୋଜନା ଏବଂ ପୋଷଣ ମାହର ୧୦ବର୍ଷ ଅବସରରେ, କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀଙ୍କ ଦ୍ୱାରା ଏହି ପ୍ରବନ୍ଧ ଅଙ୍ଗନୱାଡି ବ୍ୟବସ୍ଥାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଏକ ବାର୍ତ୍ତା ପ୍ରଦାନ କରେ। ଡିବିଟି, ସାମାଜିକ ଅଡିଟ୍ ଏବଂ ପୁଷ୍ଟିକର ଖାଦ୍ୟ କିପରି ଶିଶୁ, ମହିଳା ଏବଂ କିଶୋର ଝିଅମାନଙ୍କୁ ସଶକ୍ତ କରୁଛି ସେ ଉପରେ ସେ ଆଲୋକପାତ କରିଛନ୍ତି। ଏହି ପ୍ରୟାସ 'ହମାରୀ ଅଙ୍ଗନୱାଡି, ହମାରୀ ଜିନ୍ଦେଗୀ " ଦୃଷ୍ଟିକୋଣ ସହିତ ଏକ ଅପପୁଷ୍ଟି ମୁକ୍ତ ଏବଂ ବିକଶିତ ଭାରତ ଗଠନ ପାଇଁ ପଥ ପରିଷ୍କାର କରୁଛି ।’’
HS
(ରିଲିଜ ଆଡି: 2307828)
ପରିଦର୍ଶକ କାଉଣ୍ଟର : 2
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam