ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତର ବ୍ରିକ୍ସ ଅଧ୍ୟକ୍ଷତା ଏବଂ ସ୍ଥାୟୀ ବିକାଶ ଉପରେ ଏକ ପ୍ରବନ୍ଧ ସେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 03 SEP 2026 10:28AM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବଙ୍କ ଦ୍ୱାରା ଲିଖିତ ଏକ ଲେଖା ସେୟାର କରିଛନ୍ତି।

 

ଲେଖାରେ ଲୋକକୈନ୍ଦ୍ରିକ ଜଳବାୟୁ କାର୍ଯ୍ୟକଳାପ ମାଧ୍ୟମରେ ଭାରତର ବ୍ରିକ୍ସ ଅଧ୍ୟକ୍ଷତା କିପରି ସ୍ଥାୟୀ ବିକାଶକୁ ଆଗକୁ ବଢ଼ାଉଛି, ତାହା ଉଲ୍ଲେଖ କରାଯାଇଛି। ସ୍ଥାୟୀ ଜୀବନଶୈଳୀ, ବନୀକରଣ, ସର୍କୁଲାର ଇକୋନୋମି ଏବଂ ସମ୍ପ୍ରଦାୟ-ଆଧାରିତ ଅନୁକୂଳନ ଭଳି ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯାଉଥିବା ଏଥିରେ କୁହାଯାଇଛି। ନିର୍ଗମନ ତୀବ୍ରତା ହ୍ରାସ ଏବଂ ଅଣ-ଜୀବାଶ୍ମ ଶକ୍ତି କ୍ଷମତା ବୃଦ୍ଧି କ୍ଷେତ୍ରରେ ଭାରତର ଅଗ୍ରଗତି ଏହି ଆଭିମୁଖ୍ୟକୁ ଆହୁରି ସୁଦୃଢ଼ କରୁଛି।

 

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ‘ଏକ୍ସ’ରେ ପୋଷ୍ଟ କରିଛି:

 

“କେନ୍ଦ୍ରମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବ ଲୋକକୈନ୍ଦ୍ରିକ ଜଳବାୟୁ କାର୍ଯ୍ୟକଳାପ ମାଧ୍ୟମରେ ଭାରତର ବ୍ରିକ୍ସ ଅଧ୍ୟକ୍ଷତା କିପରି ସ୍ଥାୟୀ ବିକାଶକୁ ଆଗକୁ ବଢ଼ାଉଛି, ତାହା ଉପରେ ଆଲୋକପାତ କରିଛନ୍ତି।

 

ମନ୍ତ୍ରୀ କହିଛନ୍ତି ଯେ, ସ୍ଥାୟୀ ଜୀବନଶୈଳୀ, ବନୀକରଣ, ସର୍କୁଲାର ଇକୋନୋମି ଏବଂ ସମ୍ପ୍ରଦାୟ-ଆଧାରିତ ଅନୁକୂଳନ ଭଳି ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯାଉଛି। ନିର୍ଗମନ ତୀବ୍ରତା ହ୍ରାସ ଏବଂ ଅଣ-ଜୀବାଶ୍ମ ଶକ୍ତି କ୍ଷମତା ବୃଦ୍ଧି କ୍ଷେତ୍ରରେ ଭାରତର ଅଗ୍ରଗତି ଏହି ଆଭିମୁଖ୍ୟକୁ ସୁଦୃଢ଼ କରୁଛି।”

 

*****

MT

 

 

 

 


(ରିଲିଜ ଆଡି: 2306194) ପରିଦର୍ଶକ କାଉଣ୍ଟର : 12