ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପରୋପକାରୀ କାର୍ଯ୍ୟ ଓ ଅନ୍ୟମାନଙ୍କ କଲ୍ୟାଣର ଗୁରୁତ୍ୱ ଉପରେ ଆଧାରିତ ସଂସ୍କୃତ ସୁଭାଷିତମ୍ ସେୟାର କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
03 SEP 2026 10:27AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି। ଅନ୍ୟ ଜୀବଜଗତର କଲ୍ୟାଣ ଓ ମଙ୍ଗଳ ପାଇଁ ନିରନ୍ତର କାର୍ଯ୍ୟ କରିବାରେ ହିଁ ମାନବ ଜୀବନର ପ୍ରକୃତ ସାର୍ଥକତା ରହିଛି ବୋଲି ଏଥିରେ ଉଲ୍ଲେଖ କରାଯାଇଛି।
ପ୍ରଧାନମନ୍ତ୍ରୀ ଏହି ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି:
“ଏତାବଜ୍ଜନ୍ମସାଫଲ୍ୟଂ ଦେହିନାମିହ ଦେହିଷୁ।
ପ୍ରାଣୈରର୍ଥୈର୍ଧିୟା ବାଚା ଶ୍ରେୟ ଏବାଚରେତ୍ସଦା॥”
ଏହି ସୁଭାଷିତମ୍ର ଅର୍ଥ ହେଉଛି, ଏହି ଦୁନିଆରେ ମାନବ ଜୀବନର ପରମ ସାର୍ଥକତା ଅନ୍ୟ ଜୀବମାନଙ୍କ ପ୍ରତି ନିଜର ଶାରୀରିକ ସାମର୍ଥ୍ୟ, ଧନ, ବୁଦ୍ଧି ଓ ବାଣୀ ମାଧ୍ୟମରେ ନିରନ୍ତର ପରୋପକାର ଓ କଲ୍ୟାଣମୂଳକ କାର୍ଯ୍ୟ କରିବାରେ ନିହିତ।
ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ଲେଖିଛନ୍ତି:
“ଏତାବଜ୍ଜନ୍ମସାଫଲ୍ୟଂ ଦେହିନାମିହ ଦେହିଷୁ।
ପ୍ରାଣୈରର୍ଥୈର୍ଧିୟା ବାଚା ଶ୍ରେୟ ଏବାଚରେତ୍ସଦା॥”
*****
MT
(ରିଲିଜ ଆଡି: 2306192)
ପରିଦର୍ଶକ କାଉଣ୍ଟର : 25
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Bengali-TR
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam