ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମୁନ୍ସି ପ୍ରେମଚାନ୍ଦଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 31 JUL 2026 1:48PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଖ୍ୟାତ ସାହିତ୍ୟିକ ମୁନ୍ସି ପ୍ରେମଚାନ୍ଦଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ କାଳଜୟୀ ସାହିତ୍ୟ କୃତି ମାଧ୍ୟମରେ ମୁନ୍ସି ପ୍ରେମଚାନ୍ଦ ମାନବୀୟ ଆବେଗକୁ ଏକ ଶକ୍ତିଶାଳୀ ଅଭିବ୍ୟକ୍ତି ପ୍ରଦାନ କରିଥିଲେ ଯାହା ଆଜି ମଧ୍ୟ ପ୍ରାସଙ୍ଗିକ ହୋଇ ରହିଛି। କାଶୀର ସାହିତ୍ୟିକ ଐତିହ୍ୟ, ତାଙ୍କ ଜନ୍ମସ୍ଥାନ ଏବଂ କର୍ମଭୂମିକୁ ବିଶ୍ୱ ସ୍ୱୀକୃତି ଦେବାରେ ତାଙ୍କର ଅମୂଲ୍ୟ ଅବଦାନ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ।

ଶ୍ରୀ ମୋଦୀ କହିଥିଲେ ଯେ ବାସ୍ତବବାଦ ଏବଂ ସାମାଜିକ ସମାନତା ଉପରେ ଆଧାରିତ ମୁନ୍ସି ପ୍ରେମଚାନ୍ଦଙ୍କ ଅମର ସାହିତ୍ୟ ଦେଶର ଜନସାଧାରଣଙ୍କୁ ନିରନ୍ତର ପ୍ରେରଣା ଯୋଗାଇବ।

ପ୍ରଧାନମନ୍ତ୍ରୀ ଏକ୍ସ ଉପରେ ଲେଖିଛନ୍ତି;

"ମହାନ କାହାଣୀକାର ମୁନ୍ସି ପ୍ରେମଚାନ୍ଦ ଜୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି। ନିଜର କାଳଜୟୀ ରଚନା ମାଧ୍ୟମରେ ସେ ମାନବ ସମ୍ବେଦନଶୀଳତାକୁ ଏତେ ଶକ୍ତିଶାଳୀ ଅଭିବ୍ୟକ୍ତି ପ୍ରଦାନ କରିଥିଲେ ଯେ ଏହା ଆଜି ମଧ୍ୟ ପ୍ରାସଙ୍ଗିକ ହୋଇ ରହିଛି। ତାଙ୍କ ଜନ୍ମସ୍ଥାନ ଏବଂ କର୍ମଭୂମି କାଶୀର ସାହିତ୍ୟିକ ଐତିହ୍ୟକୁ ବିଶ୍ୱ ମଞ୍ଚରେ ପରିଚିତ କରାଇବାରେ ମଧ୍ୟ ସେ ଅମୂଲ୍ୟ ଯୋଗଦାନ ଦେଇଛନ୍ତି। ବାସ୍ତବତା ଏବଂ ସାମାଜିକ ସମାନତା ଉପରେ ଆଧାରିତ ତାଙ୍କର ଅମର ସାହିତ୍ୟ ଦେଶବାସୀଙ୍କ ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ ।’’

HS


(ରିଲିଜ ଆଡି: 2304876) ପରିଦର୍ଶକ କାଉଣ୍ଟର : 14