ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଶ୍ରୀ ଏ. ବାଲକ୍ରିଷ୍ଣନ ଜୀଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
27 AUG 2026 12:11PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିବେକାନନ୍ଦ କେନ୍ଦ୍ରର ସର୍ବଭାରତୀୟ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିବା ଶ୍ରୀ ଏ. ବାଲକ୍ରିଷ୍ଣନ ଜୀଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି। ଶ୍ରୀ ମୋଦୀ ଶ୍ରୀ ବାଲକ୍ରିଷ୍ଣନ ଜୀଙ୍କ ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନକୁ ସ୍ମରଣ କରି କହିଥିଲେ ଯେ ସେ ତାଙ୍କ ଜୀବନର ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ଏବଂ ରାଷ୍ଟ୍ର ସେବା ପାଇଁ ଉତ୍ସର୍ଗ କରିଥିଲେ। ବିଶେଷ କରି ଉତ୍ତର-ପୂର୍ବ ଅଞ୍ଚଳ ସହିତ ତାଙ୍କର ଗଭୀର ସମ୍ପର୍କ ଥିଲା। ଶିକ୍ଷା, ସାମାଜିକ ଏବଂ ରାଷ୍ଟ୍ର ନିର୍ମାଣ କାର୍ଯ୍ୟରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ।
ପ୍ରଧାନମନ୍ତ୍ରୀ 'ଏକ୍ସ ’ ରେ ପୋଷ୍ଟ କରିଛନ୍ତି:
ଶ୍ରୀ ଏ. ବାଲକ୍ରିଷ୍ଣନ ଜୀଙ୍କ ବିୟୋଗରେ ଗଭୀର ଦୁଃଖିତ, ଯିଏକି ବିବେକାନନ୍ଦ କେନ୍ଦ୍ରର ସର୍ବଭାରତୀୟ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ।
ବାଲକ୍ରିଷ୍ଣନ ଜୀ ତାଙ୍କ ଜୀବନର ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ଏବଂ ସମାଜର ସେବା ପାଇଁ ଉତ୍ସର୍ଗ କରିଥିଲେ। ବିବେକାନନ୍ଦ କେନ୍ଦ୍ରର ପ୍ରାରମ୍ଭିକ ଜୀବନବ୍ରତମାନଙ୍କ ମଧ୍ୟରୁ ଜଣେ ଭାବେ ସେ ସାରା ଦେଶରେ ଅକ୍ଳାନ୍ତ ପରିଶ୍ରମ କରିଥିଲେ। ବିଶେଷ କରି ଉତ୍ତର-ପୂର୍ବାଞ୍ଚଳ ସହିତ ତାଙ୍କର ଗଭୀର ସମ୍ପର୍କ ଥିଲା। ଶିକ୍ଷା, ସାମାଜିକ ଏବଂ ରାଷ୍ଟ୍ର ନିର୍ମାଣ କାର୍ଯ୍ୟରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ସମଗ୍ର ବିବେକାନନ୍ଦ କେନ୍ଦ୍ର ପରିବାର ଏବଂ ତାଙ୍କ ପ୍ରଶଂସକମାନଙ୍କୁ ମୋର ହୃଦୟରୁ ସମବେଦନା ଜଣାଉଛି। ଓମ୍ ଶାନ୍ତି।
@vkendra
HS
(ରିଲିଜ ଆଡି: 2304164)
ପରିଦର୍ଶକ କାଉଣ୍ଟର : 13
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Bengali-TR
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam