ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କରୁଣା ଏବଂ ସନ୍ତୋଷର ମୂଲ୍ୟବୋଧ ଉପରେ ଆଲୋକପାତ କରୁଥିବା ସଂସ୍କୃତ 'ସୁଭାଶିତମ୍ ’ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
24 AUG 2026 8:08AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ କରୁଣା ଆତ୍ମସମ୍ମାନ ଆଣିଥାଏ ଏବଂ ସନ୍ତୋଷ ପ୍ରକୃତ ସୁଖ ଆଣିଥାଏ। ସେ ଉଲ୍ଲେଖ କରିଥିଲେ ଯେ ଏହି ଭାବନା ସମାଜରେ ସହଯୋଗ ଏବଂ ସୌହାର୍ଦ୍ଦ୍ୟର ବନ୍ଧନକୁ ଆହୁରି ସୁଦୃଢ଼ କରିଥାଏ।
ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି –
‘‘କାରୁଣ୍ୟେନାତ୍ମନୋ ମାନଂ ତୃଷ୍ଣାଂ ଚ ପରିତେପତଃ ।
ଉତ୍ଥାନେନ ଜୟେନ୍ତନ୍ଦ୍ରିଂ ବିତର୍କ ନିଶ୍ଚ୍ରୟା ଜୟେତ୍ ।।’’
ସୁଭାଶିତମ୍ ସୂଚିତ କରେ ଯେ ଅନ୍ୟମାନଙ୍କ ପ୍ରତି ଦୟା କିମ୍ବା କରୁଣା ପ୍ରଦର୍ଶନ ଦ୍ୱାରା ଆତ୍ମସମ୍ମାନ ହାସଲ କରାଯାଏ । ଜୀବନରେ ନିଜ ଭାଗ୍ୟରେ ସନ୍ତୁଷ୍ଟ ରହିବା ଦ୍ୱାରା ଲୋଭ ଦୂର ହୋଇଥାଏ। ପରିଶ୍ରମ ଏବଂ ଉଦ୍ୟୋମିତା ଦ୍ୱାରା ଜଣେ ଅଳସୁଆ, ସନ୍ଦେହଜନକ ଯୁକ୍ତି ଏବଂ ଅନିଶ୍ଚିତତାକୁ ଜିତିବା ଆବଶ୍ୟକ ।
ପ୍ରଧାନମନ୍ତ୍ରୀ ଏକ୍ସ ଉପରେ ଲେଖିଛନ୍ତି;
"ସହାନୁଭୂତି ଆତ୍ମସମ୍ମାନକୁ ନେଇଥାଏ ଏବଂ ସନ୍ତୋଷ ପ୍ରକୃତ ସୁଖକୁ ନେଇଥାଏ ।" ଏହି ଭାବନା ସମାଜରେ ସହଯୋଗ ଏବଂ ସୌହାର୍ଦ୍ଦ୍ୟକୁ ଆହୁରି ସୁଦୃଢ଼ କରିଥାଏ।
‘‘କାରୁଣ୍ୟେନାତ୍ମନୋ ମାନଂ ତୃଷ୍ଣାଂ ଚ ପରିତେପତଃ ।
ଉତ୍ଥାନେନ ଜୟେନ୍ତନ୍ଦ୍ରିଂ ବିତର୍କ ନିଶ୍ଚ୍ରୟା ଜୟେତ୍ ।।’’
HS
(रिलीज़ आईडी: 2302930)
आगंतुक पटल : 4
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Bengali-TR
,
Assamese
,
Punjabi
,
Gujarati
,
Tamil
,
Telugu
,
Malayalam