ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜାମ୍ବିଆର ରାଷ୍ଟ୍ରପତି ଭାବରେ ପୁନର୍ବାର ନିର୍ବାଚିତ ହୋଇଥିବାରୁ ରାଷ୍ଟ୍ରପତି ହାକାଇଣ୍ଡେ ହିଚିଲେମାଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
20 AUG 2026 9:50PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାମ୍ବିଆର ରାଷ୍ଟ୍ରପତି ଭାବରେ ପୁନର୍ବାର ନିର୍ବାଚିତ ହୋଇଥିବାରୁ ରାଷ୍ଟ୍ରପତି ହାକାଇଣ୍ଡେ ହିଚିଲେମାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ ଜାମ୍ବିଆ ସହିତ ଥିବା ନିଜର ବହୁମୁଖୀ ଭାଗୀଦାରୀକୁ ଅତ୍ୟନ୍ତ ଗୁରୁତ୍ୱ ଦେଇଥାଏ ।
ଶ୍ରୀ ମୋଦୀ ରାଷ୍ଟ୍ରପତି ହାକାଇଣ୍ଡେ ହିଚିଲେମାଙ୍କ ନେତୃତ୍ୱରେ ଭାରତ ଓ ଜାମ୍ବିଆ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଆଶା ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି;
“ଜାମ୍ବିଆର ରାଷ୍ଟ୍ରପତି ଭାବରେ ପୁନର୍ବାର ନିର୍ବାଚିତ ହୋଇଥିବାରୁ ରାଷ୍ଟ୍ରପତି ହାକାଇଣ୍ଡେ ହିଚିଲେମାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ।
ଭାରତ ଜାମ୍ବିଆ ସହିତ ନିଜର ବହୁମୁଖୀ ଭାଗୀଦାରୀକୁ ଅତ୍ୟନ୍ତ ଗୁରୁତ୍ୱ ଦେଇଥାଏ ଏବଂ ତାଙ୍କ ନେତୃତ୍ୱରେ ଆମ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ମୁଁ ଆଶା ରଖିଛି ।
@HHichilema”
SR
(ରିଲିଜ ଆଡି: 2302502)
ପରିଦର୍ଶକ କାଉଣ୍ଟର : 29
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Telugu
,
Kannada
,
Malayalam