ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକା ଉପରାଷ୍ଟ୍ରପତିଙ୍କ ଟେଲିଫୋନ
ଭାରତ-ଆମେରିକା ରଣନୈତିକ ସହଭାଗିତାର ଅଗ୍ରଗତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ଏବଂ ଉପରାଷ୍ଟ୍ରପତି ଭାନ୍ସ
ଉଭୟ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ଘଟଣାବଳୀ ଉପରେ ମତାମତ ଆଦାନପ୍ରଦାନ କଲେ
ପୁତ୍ର ଜନ୍ମ ପାଇଁ ଉପରାଷ୍ଟ୍ରପତି ଭାନ୍ସ ଏବଂ ଉଷା ଭାନ୍ସଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
08 AUG 2026 11:05PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଆମେରିକାର ଉପରାଷ୍ଟ୍ରପତି ଶ୍ରୀ ଜେ. ଡି. ଭାନ୍ସ ଟେଲିଫୋନ କଲ୍ କରିଥିଲେ ।
ପ୍ରଧାନମନ୍ତ୍ରୀ ଏବଂ ଉପରାଷ୍ଟ୍ରପତି ଭାନ୍ସ ଭାରତ-ଆମେରିକା ବ୍ୟାପକ ବିଶ୍ୱ ରଣନୈତିକ ସହଭାଗୀତାରେ ପ୍ରଗତି ସମୀକ୍ଷା କରିଛନ୍ତି । ସେମାନେ ଉଚ୍ଚସ୍ତରୀୟ ସମ୍ପର୍କର ନିରନ୍ତର ଗତିକୁ ଉଲ୍ଲେଖ କରିଛନ୍ତି । ଏଥିସହ ବାଣିଜ୍ୟ, ପ୍ରତିରକ୍ଷା, ଗୁରୁତ୍ୱପୂର୍ଣ୍ଣ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଶକ୍ତି ସୁରକ୍ଷା ତଥା ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ କ୍ଷେତ୍ରରେ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃ ଦୋହରାଇଛନ୍ତି ।
ସେମାନେ ପାରସ୍ପରିକ ସ୍ୱାର୍ଥର ଆଞ୍ଚଳିକ ଏବଂ ବିଶ୍ୱ ବିକାଶ ଉପରେ ମଧ୍ୟ ମତ ବିନିମୟ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଉପରାଷ୍ଟ୍ରପତି ଭାନ୍ସ ଏବଂ ସୁଶ୍ରୀ ଉଷା ଭାନ୍ସଙ୍କୁ ସେମାନଙ୍କ ପୁତ୍ର ଜନ୍ମ ପାଇଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ଏବଂ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି ।
SR
(ରିଲିଜ ଆଡି: 2296920)
ପରିଦର୍ଶକ କାଉଣ୍ଟର : 28
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Bengali-TR
,
Punjabi
,
Gujarati
,
Telugu
,
Kannada
,
Malayalam