ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ଟେଲିଫୋନ୍
ଭାରତ-ଇସ୍ରାଏଲ ସ୍ୱତନ୍ତ୍ର ରଣନୈତିକ ସହଭାଗିତାର ପ୍ରଗତି ସମୀକ୍ଷା କଲେ ଦୁଇ ନେତା
ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ ଦୁଇ ନେତାଙ୍କ ମତ ବିନିମୟ
ପୋଷ୍ଟ କରାଯିବା ଦିନାଙ୍କ:
06 AUG 2026 7:01PM by PIB Bhubaneswar
ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଶ୍ରୀ ବେଞ୍ଜାମିନ ନେତନ୍ୟାହୁ ଟେଲିଫୋନରେ ଯୋଗାଯୋଗ କରିଥିଲେ ।
ଉଭୟ ନେତା ଭାରତ-ଇସ୍ରାଏଲ୍ ସ୍ୱତନ୍ତ୍ର ରଣନୈତିକ ସହଭାଗିତା କ୍ଷେତ୍ରରେ ହୋଇଥିବା ନିରନ୍ତର ଅଗ୍ରଗତିର ସମୀକ୍ଷା କରିଥିଲେ ଏବଂ ଉଭୟ ଦେଶର ପାରସ୍ପରିକ ଲାଭ ପାଇଁ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ନିଜର ପ୍ରତିବଦ୍ଧତା ଦୋହରାଇଥିଲେ ।
ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାବଳୀ ସମ୍ପର୍କରେ ମତ ବିନିମୟ କରିଥିଲେ ।
ଉଭୟ ନେତା ପରସ୍ପର ସହ ଯୋଗାଯୋଗରେ ରହିବାକୁ ସହମତ ହୋଇଥିଲେ ।
SR
(ରିଲିଜ ଆଡି: 2295809)
ପରିଦର୍ଶକ କାଉଣ୍ଟର : 25
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam