ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୬ର ମହିଳା ୬୯ କିଲୋଗ୍ରାମ ଭାରୋତ୍ତୋଳନ ବିଭାଗରେ ରୌପ୍ୟ ପଦକ ଜିତିଥିବା ହରଜିନ୍ଦର କୌରଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 29 JUL 2026 7:34PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ଲାସଗୋରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୬ରେ ମହିଳା ୬୯ କିଲୋଗ୍ରାମ ଭାରୋତ୍ତୋଳନ ଇଭେଣ୍ଟରେ ରୌପ୍ୟ ପଦକ ଜିତି ଥିବାରୁ ହରଜିନ୍ଦର କୌରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

 

ପ୍ରଧାନମନ୍ତ୍ରୀ ହରଜିନ୍ଦରଙ୍କ ପ୍ରଦର୍ଶନକୁ ବ୍ୟକ୍ତିଗତ ସର୍ବୋତ୍ତମ ବୋଲି ଉଲ୍ଲେଖ କରିଛନ୍ତି ଏବଂ କହିଛନ୍ତି ଯେ, ଭାରତର ଭାରୋତ୍ତୋଳନକାରୀମାନେ ଏହି କ୍ରୀଡ଼ାରେ ଏତେ ଭଲ ପ୍ରଦର୍ଶନ କରୁଛନ୍ତି ତାହା ଉତ୍ସାହଜନକ।

 

ଶ୍ରୀ ମୋଦୀ ହରଜିନ୍ଦର କୌରଙ୍କ ଭବିଷ୍ୟତ ଉଦ୍ୟମ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

 

ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି:

 

“ଗ୍ଲାସ୍‌ଗୋରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମହିଳା ୬୯ କିଲୋଗ୍ରାମ ବିଭାଗରେ ରୌପ୍ୟ ପଦକ ଜିତିଥିବାରୁ ହରଜିନ୍ଦର କୌରଙ୍କୁ ଅଭିନନ୍ଦନ। ଗତକାଲିର ତାଙ୍କ ପ୍ରଦର୍ଶନ ତାଙ୍କର ବ୍ୟକ୍ତିଗତ ସର୍ବଶ୍ରେଷ୍ଠ ଥିବା ମଧ୍ୟ ବିଶେଷ ଉଲ୍ଲେଖନୀୟ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆମର ଭାରୋତ୍ତୋଳକମାନଙ୍କ ଏଭଳି ଉତ୍କୃଷ୍ଟ ପ୍ରଦର୍ଶନ ଦେଖି ଆନନ୍ଦିତ। ହରଜିନ୍ଦରଙ୍କ ଭବିଷ୍ୟତ ପାଇଁ ମୋର ହାର୍ଦ୍ଦିକ ଶୁଭେଚ୍ଛା।”

 

*****

MT


(ରିଲିଜ ଆଡି: 2293871) ପରିଦର୍ଶକ କାଉଣ୍ଟର : 16