|
କ୍ରମିକ ସଂଖ୍ୟା
|
ଶୀର୍ଷକ
|
ବର୍ଣ୍ଣନା
|
|
୧.
|
ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ନ୍ୟୁଜିଲ୍ୟାଣ୍ଡ ପ୍ରତିରକ୍ଷା ବାହିନୀ ମଧ୍ୟରେ ସାମୁଦ୍ରିକ ସହଯୋଗ ଉପରେ ବୁଝାମଣାପତ୍ର
|
ଏହି ବୁଝାମଣାପତ୍ର ସମ୍ବାଦ, ସମନ୍ୱୟ, ସୂଚନା ଆଦାନପ୍ରଦାନ ଏବଂ ମିଳିତ କାର୍ଯ୍ୟକଳାପ ମାଧ୍ୟମରେ ହିନ୍ଦ-ପ୍ରଶାନ୍ତ ମହାସାଗରରେ ସାମୁଦ୍ରିକ ସହଯୋଗ ବୃଦ୍ଧି ପାଇଁ ଏକ ଢ଼ାଞ୍ଚା ପ୍ରତିଷ୍ଠା କରେ ।
|
|
୨.
|
ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଜଳବିଜ୍ଞାନ ଏବଂ ସାମୁଦ୍ରିକ ମାନଚିତ୍ରକଳା କ୍ଷେତ୍ରରେ ସହଯୋଗ ସମ୍ବନ୍ଧୀୟ କାର୍ଯ୍ୟାନ୍ୱୟନ ବୁଝାମଣା
|
ନାଭିଗେସନାଲ ଚାର୍ଟ, ଜଳବିଜ୍ଞାନ ତଥ୍ୟ ଆଦାନ ପ୍ରଦାନ, ତାଲିମ ଏବଂ କ୍ଷମତା ବିକାଶ ମାଧ୍ୟମରେ ଜଳବିଜ୍ଞାନ ସହଯୋଗକୁ ମଜବୁତ କରିବ।
|
|
୩.
|
ଭାରତୀୟ ନୌସେନା ଏବଂ ନ୍ୟୁଜିଲ୍ୟାଣ୍ଡ ପ୍ରତିରକ୍ଷା ବାହିନୀ ମଧ୍ୟରେ ପାରସ୍ପରିକ ଲଜିଷ୍ଟିକ୍ ସହାୟତା ପ୍ରଦାନ ସମ୍ବନ୍ଧୀୟ ବ୍ୟବସ୍ଥା
|
ଏହି ଅନୁମୋଦିତ କାର୍ଯ୍ୟକଳାପ ଏବଂ ଅଭିଯାନ ସମୟରେ ଭାରତୀୟ ନୌସେନା ଏବଂ ନ୍ୟୁଜିଲ୍ୟାଣ୍ଡ ପ୍ରତିରକ୍ଷା ବାହିନୀ ମଧ୍ୟରେ ପାରସ୍ପରିକ ଲଜିଷ୍ଟିକ୍ ସହାୟତାକୁ ସୁଗମ କରେ।
|
|
୪.
|
ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆତଙ୍କବାଦ ବିରୋଧୀ ମିଳିତ କାର୍ଯ୍ୟଗୋଷ୍ଠୀ ପ୍ରତିଷ୍ଠା କରିବା ସମ୍ବନ୍ଧରେ ବୁଝାମଣା
|
ଆତଙ୍କବାଦ ବିରୋଧରେ ସହଯୋଗକୁ ସୁଦୃଢ଼ କରିବା, ସୂଚନା ଆଦାନପ୍ରଦାନ କରିବା ଏବଂ ଆତଙ୍କବାଦ ବିରୋଧରେ ପ୍ରୟାସରେ ସମନ୍ୱୟ କରିବା ପାଇଁ ଆତଙ୍କବାଦ ବିରୋଧୀ ଏକ ମିଳିତ କାର୍ଯ୍ୟଗୋଷ୍ଠୀ ପ୍ରତିଷ୍ଠା କରାଯାଇଛି ।
|
|
୫.
|
ଭାରତର ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଏବଂ ନ୍ୟୁଜିଲ୍ୟାଣ୍ଡର ଜାତୀୟ
ଜରୁରୀକାଳୀନ ପରିଚାଳନା ସଂସ୍ଥା (ଏନ୍ଇଏମ୍ଏ) ମଧ୍ୟରେ ସହଯୋଗ ପାଇଁ ବୁଝାମଣାପତ୍ର
|
ଏହି ବୁଝାମଣା ଭୂମିକମ୍ପ ସ୍ଥିରତା, ସୁନାମି ପ୍ରସ୍ତୁତି, ଉପକୂଳ ବିପଦ ହ୍ରାସ, ଜ୍ଞାନ ଆଦାନପ୍ରଦାନ, ନୀତି ଆଲୋଚନା ଏବଂ କ୍ଷମତା ବିକାଶ ଉପରେ ଗୁରୁତ୍ୱ ଦେଇ ବିପର୍ଯ୍ୟୟ ବିପଦ ପରିଚାଳନାରେ ସହଯୋଗକୁ ପ୍ରୋତ୍ସାହିତ କରେ ।
|
|
୬.
|
ଭାରତର ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ମନ୍ତ୍ରଣାଳୟ ଏବଂ ନ୍ୟୁଜିଲ୍ୟାଣ୍ଡର ପ୍ରାଥମିକ ଶିଳ୍ପ ମନ୍ତ୍ରଣାଳୟ ମଧ୍ୟରେ ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ସହଯୋଗ ବୁଝାମଣାପତ୍ର
|
ଏହି ବୁଝାମଣା ପ୍ରଯୁକ୍ତି ସହଯୋଗ, ଜ୍ଞାନ ଆଦାନପ୍ରଦାନ ଏବଂ ସର୍ବୋତ୍ତମ ବ୍ୟବସ୍ଥା ମାଧ୍ୟମରେ ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନରେ ବୃଦ୍ଧି ପାଇଁ ଏକ ଢ଼ାଞ୍ଚା ପ୍ରସ୍ତୁତ କରେ ।
|
|
୭.
|
ଭାରତର ପର୍ଯ୍ୟଟନ ମନ୍ତ୍ରଣାଳୟ ଏବଂ ନ୍ୟୁଜିଲ୍ୟାଣ୍ଡର ବ୍ୟବସାୟ, ନବାଚାର ତଥା ନିଯୁକ୍ତି ମନ୍ତ୍ରଣାଳୟ ମଧ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ବୁଝାମଣାପତ୍ର
|
ଏହି ବୁଝାମଣା ଆର୍ଥିକ ସମ୍ପର୍କକୁ ସୁଦୃଢ଼ କରିବା, ପର୍ଯ୍ୟଟକ ପ୍ରବାହ ବୃଦ୍ଧି କରିବା ଏବଂ ଉଭୟ ଉଭୟଙ୍କର ସଂସ୍କୃତିର ପାରସ୍ପରିକ ବୁଝାମଣା ବୃଦ୍ଧି କରିବା ପାଇଁ ପର୍ଯ୍ୟଟନରେ ସହଯୋଗକୁ ପ୍ରୋତ୍ସାହିତ କରେ ।
|
|
୮.
|
କ୍ରୀଡା ଉପରେ ଭାରତ-ନ୍ୟୁଜିଲ୍ୟାଣ୍ଡ ମିଳିତ କାର୍ଯ୍ୟ ଯୋଜନା
|
ଏହା ଉଚ୍ଚ-ପ୍ରଦର୍ଶିତ କ୍ରୀଡା, କ୍ରୀଡା ବିଜ୍ଞାନ, କ୍ରୀଡା ଔଷଧ ଏବଂ କ୍ରୀଡାବିତ ବିକାଶ ସମେତ କ୍ରୀଡାରେ ସହଯୋଗ ପାଇଁ ଏକ ଢ଼ାଞ୍ଚା ପ୍ରଦାନ କରେ ।
|
|
୯.
|
ଏନ୍ଏମ୍ଏଚ୍ସି ଏବଂ ନ୍ୟୁଜିଲ୍ୟାଣ୍ଡ ସାମୁଦ୍ରିକ ସଂଗ୍ରହାଳୟ ମଧ୍ୟରେ ଗୁଜରାଟର ଲୋଥାଲରେ ଜାତୀୟ ସାମୁଦ୍ରିକ ଐତିହ୍ୟ କମ୍ପେ୍ଲକ୍ସ (ଏନ୍ଏମ୍ଏଚ୍ସି) ବିକାଶ ପାଇଁ ବୁଝାମଣାପତ୍ର
|
ଏହା ସହଯୋଗ ଏବଂ ପାରସ୍ପରିକ ସହମତରେ ହୋଇଥିବା ପ୍ରକଳ୍ପ ମାଧ୍ୟମରେ ଲୋଥାଲରେ ଏନ୍ଏମ୍ଏଚ୍ସି ବିକାଶରେ ସହଯୋଗ ପାଇଁ ଏକ ଢ଼ାଞ୍ଚା ପ୍ରଦାନ କରେ ।
|
|
୧୦.
|
ଭାରତର ସଂସ୍କୃତି ମନ୍ତ୍ରଣାଳୟ ଏବଂ ନ୍ୟୁଜିଲ୍ୟାଣ୍ଡର ସଂସ୍କୃତି ଏବଂ ଐତିହ୍ୟ ମନ୍ତ୍ରଣାଳୟ ମଧ୍ୟରେ ସାଂସ୍କୃତିକ ସହଯୋଗ ପାଇଁ ବ୍ୟବସ୍ଥା
|
ପାରସ୍ପରିକ ବୁଝାମଣା ଏବଂ ଲୋକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ କଳା, ଐତିହ୍ୟ ଏବଂ ସାଂସ୍କୃତିକ ପଦକ୍ଷେପରେ ଆଦାନପ୍ରଦାନ ମାଧ୍ୟମରେ ସାଂସ୍କୃତିକ ସହଯୋଗକୁ ପ୍ରୋତ୍ସାହିତ କରିବ ।
|