ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆଲଷ୍ଟମ୍ର ସିଇଓ ମାର୍ଟିନ୍ ସିଓନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ; ଭାରତର ଯୁବପିଢ଼ିଙ୍କ ସହ ବୈଶ୍ୱିକ ସହଯୋଗର ସୁଯୋଗ ଉପରେ କଲେ ଆଲୋକପାତ
प्रविष्टि तिथि:
18 JUN 2026 6:42PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଲଷ୍ଟମ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଶ୍ରୀ ମାର୍ଟିନ୍ ସିଓନଙ୍କ ସହ ଏକ ଫଳପ୍ରଦ ଆଲୋଚନା କରିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଲଷ୍ଟମ୍ର ଭାରତରେ ପୂର୍ବରୁ ହିଁ ଏକ ଦୃଢ଼ ଉପସ୍ଥିତି ରହିଛି। ଭାରତର ଅଭିବୃଦ୍ଧିର କାହାଣୀ ଉପରେ କମ୍ପାନିର ବିଶ୍ୱାସ ଏବଂ ‘ମେକ୍ ଇନ୍ ଇଣ୍ଡିଆ’ ଓ ‘ମେକ୍ ଫର୍ ଦ ୱାର୍ଲ୍ଡ’ ଦିଗରେ ଏହାର ପ୍ରୟାସକୁ ଶ୍ରୀ ମୋଦୀ ପ୍ରଶଂସା କରିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଗାମୀ ସମୟରେ ଏହି ସୁଯୋଗଗୁଡ଼ିକ ଆହୁରି ବ୍ୟାପକ ଓ ଉନ୍ନତ ହେବାକୁ ଯାଉଛି।
ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ଯେ, ଭାରତ ନିଜର ଯୁବପିଢିଙ୍କୁ ସହଯୋଗ କରିବା ପାଇଁ ବିଶ୍ୱ ସମୁଦାୟକୁ ଆମନ୍ତ୍ରଣ କରୁଛି।
ଏକ୍ସ (X)ରେ କରାଯାଇଥିବା ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
“ଆଲଷ୍ଟମ୍ର ସିଇଓ ଶ୍ରୀ ମାର୍ଟିନ୍ ସିଓନଙ୍କ ସହ ଏକ ଫଳପ୍ରଦ ଆଲୋଚନା ହେଲା। ଆଲଷ୍ଟମ୍ର ଭାରତରେ ପୂର୍ବରୁ ହିଁ ଦୃଢ଼ ଉପସ୍ଥିତି ରହିଛି। ଭାରତ ଅଭିବୃଦ୍ଧିର କାହାଣୀ ଉପରେ ସେମାନଙ୍କର ବିଶ୍ୱାସ ଏବଂ ‘ମେକ୍ ଇନ୍ ଇଣ୍ଡିଆ’ ଓ ‘ମେକ୍ ଫର୍ ଦ ୱାର୍ଲ୍ଡ’ ଦିଗରେ ସେମାନଙ୍କର ପ୍ରୟାସ ପ୍ରଶଂସନୀୟ। ଆଗାମୀ ସମୟରେ ଏହି ସୁଯୋଗଗୁଡ଼ିକ ଆହୁରି ବୃଦ୍ଧି ପାଇବ।
ଭାରତ ନିଜର ଯୁବପିଢିଙ୍କ ସହ ସହଯୋଗ କରିବା ପାଇଁ ବିଶ୍ୱକୁ ଆମନ୍ତ୍ରଣ କରୁଛି।”
@Alstom”
*****
MT
(रिलीज़ आईडी: 2283162)
आगंतुक पटल : 12
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam