ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ କୁ ଏକ ବିଶ୍ୱସ୍ତରୀୟ ଉତ୍ସବରେ ପରିଣତ କରିଥିବାରୁ କୃତଜ୍ଞତା ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 21 JUN 2026 10:11PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୬ ମସିହାର ଅନ୍ତର୍ଜାତୀୟ ଯୋଗ ଦିବସକୁ ବାସ୍ତବରେ ଏକ ବୈଶ୍ୱିକ ଉତ୍ସବରେ ପରିଣତ କରିଥିବାରୁ ସମଗ୍ର ବିଶ୍ୱବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସୁସ୍ଥତା ଏବଂ ଉତ୍ତମ ସ୍ୱାସ୍ଥ୍ୟର ସହଭାଗୀ ପ୍ରୟାସରେ ଯୋଗ ସମସ୍ତ ବର୍ଗର, ବିଭିନ୍ନ ରାଷ୍ଟ୍ରର ଲୋକମାନଙ୍କୁ ଏକାଠି କରୁଥିବାର ଦେଖିବା ଉତ୍ସାହଜନକ ଅଟେ।

ଶ୍ରୀ ମୋଦୀ ଆଶା ବ୍ୟକ୍ତ କରିଥିଲେ ଯେ ଆଗାମୀ ଦିନରେ ଯୋଗକୁ ଦୈନନ୍ଦିନ ଜୀବନର ଅଂଶବିଶେଷ କରିବା ଲାଗି ଏହି ଦିବସ ଅଧିକରୁ ଅଧିକ ଲୋକଙ୍କୁ ପ୍ରେରଣା ଯୋଗାଇବ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;

"ସାରା ବିଶ୍ୱରେ ଏକ ସ୍ମରଣୀୟ ଯୋଗ ଦିବସ!

ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ କୁ ପ୍ରକୃତରେ ଏକ ବିଶ୍ୱସ୍ତରୀୟ ଉତ୍ସବରେ ପରିଣତ କରିଥିବାରୁ ସମଗ୍ର ବିଶ୍ୱର ଲୋକଙ୍କୁ କୃତଜ୍ଞତା।

ସୁସ୍ଥତା ଏବଂ ଉତ୍ତମ ସ୍ୱାସ୍ଥ୍ୟର ମିଳିତ ପ୍ରୟାସରେ ଯୋଗ ଜୀବନର ସମସ୍ତ ବର୍ଗର, ବିଭିନ୍ନ ରାଷ୍ଟ୍ରର ଲୋକଙ୍କୁ ଏକାଠି କରୁଥିବା ଦେଖିବା ଉତ୍ସାହଜନକ ଅଟେ।

ଆଗାମୀ ଦିନରେ ଯୋଗକୁ ନିଜ ଦୈନନ୍ଦିନ ଜୀବନର ଅଂଶବିଶେଷ କରିବା ପାଇଁ ଏହି ଦିନ ଅଧିକରୁ ଅଧିକ ଲୋକଙ୍କୁ ପ୍ରେରଣା ଯୋଗାଇବ।

#IDY2026

#YogaForHealthyAgeing”

HS


(रिलीज़ आईडी: 2281599) आगंतुक पटल : 18
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam