ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆଇ. ଏନ୍. ଏସ୍. ଆଗୟ, ଆଇ. ଏନ୍. ଏସ୍. ଦୁନାଗିରି ଏବଂ ଆଇ. ଏନ୍. ଏସ୍. ସଂଶୋଧକର ତ୍ରିସ୍ତରୀୟ ଜଳାବତରଣ ସମାରୋହରେ ତାଙ୍କ ଅଭିଭାଷଣର ଝଲକ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 21 JUN 2026 10:05PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର କୋଲକାତାରେ ଆଇ. ଏନ୍. ଏସ୍. ଅଗ୍ରୟେ, ଆଇ. ଏନ୍. ଏସ୍. ଦୁନାଗିରି ଏବଂ ଆଇ. ଏନ୍. ଏସ୍. ସଂଶୋଧକର ତ୍ରିସ୍ତରୀୟ ଜଳାବତରଣ ସମାରୋହରେ ତାଙ୍କ ଅଭିଭାଷଣର ଝଲକ ସେୟାର କରିଛନ୍ତି।

ଏକାଧିକ ଏକ୍ସ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;

"ଏକ ଦେଶର ସାମୁଦ୍ରିକ ଶକ୍ତି ଯେତେ ଶକ୍ତିଶାଳୀ ହେବ, ଏହାର ଅର୍ଥନୈତିକ ଏବଂ ରଣନୈତିକ ପ୍ରଭାବ ସେତେ ଶକ୍ତିଶାଳୀ ହେବ। ଭାରତ ଏଥିପାଇଁ ନିଜକୁ ପ୍ରସ୍ତୁତ କରୁଛି "

"ଭାରତର ଶକ୍ତିର ପରିଚୟ ଆତ୍ମନିର୍ଭରଶୀଳତା ଉପରେ ନିର୍ଭର କରେ ଏବଂ ଯେଉଁଦିନ ଆମେ ଜଣେ ଉତ୍ପାଦନକାରୀ ହେବୁ, ସେହିଦିନ ଏହା ନିର୍ଣ୍ଣାୟକ ହେବ।"

"ଭାରତ ଆଜି ନିଜର ସମଗ୍ର ସାମୁଦ୍ରିକ ଇକୋସିଷ୍ଟମକୁ ସଶକ୍ତ କରୁଛି। ଏହା ବାଣିଜ୍ୟ ଖର୍ଚ୍ଚ ହ୍ରାସ କରିଛି, ଶିଳ୍ପଗୁଡ଼ିକୁ ନୂତନ ପ୍ରୋତ୍ସାହନ ଦେଇଛି ଏବଂ ଉପକୂଳ ଅଞ୍ଚଳରେ ନୂତନ ସୁଯୋଗ ସୃଷ୍ଟି କରୁଛି ।’’

"୨୦୧୪ ମସିହାରୁ, ଆମେ ନୀତିଗତ ସ୍ତରରେ ପ୍ରମୁଖ ସଂସ୍କାର ହାତକୁ ନେଇଛୁ। ଏହାଦ୍ୱାରା ପ୍ରତିରକ୍ଷା ଉତ୍ପାଦନ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଏବଂ ଆମର ପ୍ରତିରକ୍ଷା ରପ୍ତାନୀ ମଧ୍ୟ ଅଭୂତପୂର୍ବ ଗତିରେ ବୃଦ୍ଧି ପାଇଛି ।’’

HS


(रिलीज़ आईडी: 2281598) आगंतुक पटल : 19
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Telugu , Kannada , Malayalam