|
କ୍ରମିକ ସଂଖ୍ୟା
|
ଫଳାଫଳ
|
ବର୍ଣ୍ଣନା
|
|
୧.
|
ଅର୍ଥନୈତିକ ସୁରକ୍ଷା ଉପରେ ଭାରତ-ଜାପାନ ମିଳିତ ଘୋଷଣାନାମା
|
ଏହି ସେମିକଣ୍ଡକ୍ଟର, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ସମେତ ଏଆଇ, ସ୍ୱଚ୍ଛ ଶକ୍ତି ଏବଂ ଔଷଧ ସମେତ ପ୍ରମୁଖ କ୍ଷେତ୍ରଗୁଡିକରେ ମିଳିତ ସ୍ଥିରତା ବୃଦ୍ଧି ପାଇଁ ପ୍ରକଳ୍ପ-ଆଧାରିତ ସହଯୋଗକୁ ପ୍ରୋତ୍ସାହିତ କରିବ । ଭାରତ-ଜାପାନ ତଥ୍ୟ ପତ୍ର ୨.୦ ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବର୍ଦ୍ଧିତ ଭାରତ-ଜାପାନ ମଧ୍ୟରେ ଜି୨ଜି ଏବଂ ବି୨ବି ସମ୍ପର୍କର ବର୍ଦ୍ଧିତ ପରିସରକୁ ରେଖାଙ୍କିତ କରୁଛି।
|
|
୨.
|
କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ସହଯୋଗ ପାଇଁ ଭାରତ-ଜାପାନ ମିଳିତ ବୁଝାମଣା
|
କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଭାରତ-ଜାପାନ ସମ୍ପର୍କକୁ ରଣନୈତିକ ଗବେଷଣା ଏବଂ ବିକାଶ ସହଭାଗୀତାକୁ ଉନ୍ନତ କରେ। ଭାରତ-ଜାପାନ ଏଆଇ ପ୍ରୟାସ ଉପରେ ଆଧାରିତ ମିଳିତ ବିବୃତ୍ତି ସୁରକ୍ଷିତ, ସଂରକ୍ଷିତ, ବିଶ୍ୱସ୍ତ, ସମାବେଶୀ ତଥା ମାନବ-କୈନ୍ଦ୍ରିକ ଏଆଇର ସହଭାଗୀ ଦୃଷ୍ଟିକୋଣ ଅନୁସରଣ କରି ସମଗ୍ର ଏଆଇ ପ୍ରଯୁକ୍ତିବିଦ୍ୟା ଷ୍ଟାକରେ ଅଧିକ ସହଯୋଗ ପାଇଁ ଏକ ରୋଡମ୍ୟାପ ପ୍ରଦାନ କରେ ।
|
|
୩.
|
ଶକ୍ତି କ୍ଷେତ୍ରରେ ସ୍ଥିରତା ଉପରେ ମିଳିତ ବୁଝାମଣା (ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ତଥା ଜାପାନର ଏମ୍ଇଟିଆଇ ମଧ୍ୟରେ)
|
ଅଶୋଧିତ ତୈଳ ଏବଂ ପେଟ୍ରୋଲିୟମ ଉତ୍ପାଦ ପାଇଁ ରଣନୈତିକ ଷ୍ଟକ୍ପିଲିଂ ଏବଂ ସଂରକ୍ଷଣ ତନ୍ତ୍ରରେ ସହଯୋଗକୁ ସୁଦୃଢ଼ କରିଥାଏ। ସାମୁଦ୍ରିକ ଶକ୍ତି ପରିବହନ ମୂଲ୍ୟ ଶୃଙ୍ଖଳାରେ ମିଳିତ ନିବେଶରେ ସହଯୋଗକୁ ପ୍ରୋତ୍ସାହିତ କରିଥାଏ ।
|
|
୪.
|
ଭାରତ-ଜାପାନୀ କୂଟନୈତିକ ସମ୍ପର୍କର ୭୫ତମ ବାର୍ଷିକୀ ପାଳନ
|
୨୦୨୭ରେ କୂଟନୈତିକ ସମ୍ପର୍କ ପ୍ରତିଷ୍ଠାର ୭୫ତମ ବାର୍ଷିକୀକୁ ଭାରତ-ଜାପାନୀ ସହଭାଗୀ ଦିଗନ୍ତ ବର୍ଷ ଭାବରେ ପାଳନ କରିବା ପାଇଁ ସ୍ମାରକୀ କାର୍ଯ୍ୟକ୍ରମର ଏକ ଶୃଙ୍ଖଳାକୁ ରୂପରେଖ ପ୍ରଦାନ କରେ।
|
|
୫.
|
ଭାରତ-ଜାପାନ କୋ-ଅପରେଟିଭ୍ ବାୟୋଗ୍ୟାସ ଫର୍ ଗ୍ରୋଥ୍ (ସିବିଜି) ପଦକ୍ଷେପ ପାଇଁ ସହଯୋଗ ନିମନ୍ତେ ବୁଝାମଣାଚୁକ୍ତି
|
ଦୁଗ୍ଧ ସମବାୟର ବ୍ୟାପକ ନେଟୱାର୍କକୁ ଉପଯୋଗ କରି ସମଗ୍ର ଭାରତରେ ୧୦୦୦ ବାୟୋଗ୍ୟାସ୍ ଏବଂ ଜୈବିକ ସାର କାରଖାନା ପ୍ରତିଷ୍ଠା ଲକ୍ଷ୍ୟ ଦିଗରେ ସହଯୋଗକୁ ପ୍ରୋତ୍ସାହିତ କରେ ।
|
|
୬.
|
ବ୍ୟାଟେରୀ କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣାଚୁକ୍ତି
|
ବ୍ୟାଟେରୀ ସମ୍ବନ୍ଧୀୟ ପ୍ରକଳ୍ପଗୁଡିକରେ ସହଯୋଗକୁ ପ୍ରୋତ୍ସାହିତ କରେ ଏବଂ ଏକ ବିଶ୍ୱସନୀୟ, ସୁଦୃଢ଼ ଏବଂ ସ୍ଥାୟୀ ବ୍ୟାଟେରୀ ଯୋଗାଣ ଶୃଙ୍ଖଳ ନିର୍ମାଣ କରିବା ଲକ୍ଷ୍ୟରେ ବ୍ୟବସାୟିକ ସୁଯୋଗକୁ ବିସ୍ତାର କରେ ।
|
|
୭.
|
ଔଷଧ ଏବଂ ଚିକିତ୍ସା ଉପକରଣ କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣାପତ୍ର
|
ଦ୍ୱିପାକ୍ଷିକ ନିବେଶ ଏବଂ ବ୍ୟବସାୟିକ ସଂଯୋଗୀକରଣ, ବୈଷୟିକ ସହଯୋଗ ଏବଂ ଶିଳ୍ପ-ଶିକ୍ଷା ସହଯୋଗକୁ ପ୍ରୋତ୍ସାହିତ କରି ସକ୍ରିୟ ଔଷଧ ଉପାଦାନ (ଏପିଆଇ) ଏବଂ ମୁଖ୍ୟ ପ୍ରାରମ୍ଭିକ ସାମଗ୍ରୀ (କେଏସ୍ଏମ୍) ସମେତ ଫାର୍ମା ଯୋଗାଣ ଶୃଙ୍ଖଳାକୁ ସୁଦୃଢ଼ କରିବ ।
|
|
୮.
|
ଭୂବିଜ୍ଞାନ ଏବଂ ଖଣିଜ ଅନୁସନ୍ଧାନ କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣାପତ୍ର
|
ବୈଷୟିକ ବିଶେଷଜ୍ଞତାର ଆଦାନପ୍ରଦାନ ମାଧ୍ୟମରେ ଖଣିଜର ଅପ୍ଷ୍ଟ୍ରିମ୍ ଅନୁସନ୍ଧାନରେ ସହଯୋଗ ସୁଦୃଢ଼ କରିବ ।
|
|
୯.
|
ଇଣ୍ଡିଆଏଆଇ ମିଶନ ଏବଂ ଜାପାନର ଅର୍ଥନୀତି, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ (ଏମ୍ଇଟିଆଇ) ମଧ୍ୟରେ ସହଯୋଗ ପାଇଁ ବୁଝାମଣା
|
ବି୨ବି ମ୍ୟାଚ୍ମେକିଂ, ଏଆଇ ନୀତି ଏବଂ ଆହ୍ୱାନ ଉପରେ ୱେବିନାର ଆୟୋଜନ କରିବା ତଥା କମ୍ପୁୟଟିଂ ସମ୍ବଳ ଜରିଆରେ ମିଳିତ ପ୍ରକଳ୍ପଗୁଡିକୁ ସମର୍ଥନ ମାଧ୍ୟମରେ ଇଣ୍ଡିଆଏଆଇ ମିଶନ ଏବଂ ଜାପାନର ଜେନିଏକ୍ (ଜିଇଏନ୍ଆଇଏସି) ପଦକ୍ଷେପ ମଧ୍ୟରେ ସଂସ୍ଥାଗତ ସହଯୋଗକୁ ପ୍ରୋତ୍ସାହିତ କରିବ ।
|
|
୧୦.
|
ନେକ୍ସଟ୍ ଜେନେରେସନ୍ ମୋବିଲିଟି ପାର୍ଟନରସିପ୍ (ଏନ୍ଜିଏମ୍ପି) ଉପରେ ସହଯୋଗ ପାଇଁ ବୁଝାମଣା
|
ଅଗଷ୍ଟ ୨୦୨୫ରେ ଆୟୋଜିତ ୧୫ତମ ବାର୍ଷିକ ଶିଖର ସମ୍ମିଳନୀରେ ଘୋଷଣା କରାଯାଇଥିବା ପରବର୍ତ୍ତୀ ପିଢ଼ି ଗତିଶୀଳତା ସହଭାଗୀତା (ଏନ୍ଜିଏମ୍ପି)କୁ କାର୍ଯ୍ୟକାରୀ କରିବା ପାଇଁ ଏକ ରୂପରେଖ ପ୍ରତିଷ୍ଠା କରିଥାଏ । ଏନ୍ଜିଏମ୍ପି ରେଳ, ଅଟୋମୋଟିଭ ଏବଂ ସଡ଼କ ଭିତ୍ତିଭୂମି, ବିମାନ ଚଳାଚଳ, ଜାହାଜ ନିର୍ମାଣ ଏବଂ ବନ୍ଦର, ଲଜିଷ୍ଟିକ୍ସ ତଥା ସହରାଞ୍ଚଳ ବିକାଶ ସମେତ ଗତିଶୀଳତା କ୍ଷେତ୍ରରେ ଘରୋଇ କ୍ଷେତ୍ର-ନେତୃତ୍ୱାଧୀନ ସହଯୋଗ ଏବଂ ନିବେଶକୁ ତ୍ୱରାନ୍ୱିତ କରିବ, ଯାହା ଭାରତକୁ ତୃତୀୟ ଦେଶଗୁଡିକୁ “ମେକ୍ ଇନ୍ ଇଣ୍ଡିଆ ଫର୍ ଦି ୱାର୍ଲ୍ଡ” ରପ୍ତାନି ପାଇଁ ଏକ କେନ୍ଦ୍ର ଭାବରେ ସ୍ଥାନିତ କରାଯାଇପାରିବ ।
|
|
୧୧.
|
ଭାରତର ସେଣ୍ଟର ଫର୍ ସେଲ୍ୟୁଲାର ଆଣ୍ଡ୍ ମୋଲିକ୍ୟୁଲାର୍ ପ୍ଲାଟ୍ଫର୍ମସ୍ (ସି-କ୍ୟାମ୍ପ) ଏବଂ ଜାପାନର ରାଇକେନ୍ ମଧ୍ୟରେ ବୁଝାମଣାପତ୍ର
|
ଡିପ୍-ଟେକ୍ ତଥା ଜୀବନ ବିଜ୍ଞାନ କ୍ଷେତ୍ରରେ ସ୍ୱାସ୍ଥ୍ୟସେବା, କୃଷି ଏବଂ ପରିବେଶକୁ ଅନ୍ତର୍ଭୁକ୍ତ କରି ଶୈକ୍ଷିକ, ଅନୁବାଦମୂଳକ ଗବେଷଣା ଏବଂ ଷ୍ଟାର୍ଟ-ଅପ ମୁଖୀ ନବାଚାର ପାଇଁ ଏକ ଢ଼ାଞ୍ଚା ସ୍ଥାପନ କରେ ।
|
|
୧୨.
|
ଜାତୀୟ ଜୈବିକ ବିଜ୍ଞାନ କେନ୍ଦ୍ର-ଟାଟା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ ଏବଂ ଜାପାନର ରାଇକେନ ମଧ୍ୟରେ ବୁଝାମଣା
|
ଦୁଇଟି ପ୍ରମୁଖ ଗବେଷଣା ପ୍ରତିଷ୍ଠାନ ମଧ୍ୟରେ ମୌଳିକ ଜୈବିକ ଏବଂ ନ୍ୟୁରୋସାଇନ୍ସ ଗବେଷଣାରେ ସହଯୋଗ ପାଇଁ ଏକ ରୂପରେଖ ପ୍ରସ୍ତୁତ କରେ ।
|
|
୧୩.
|
ଆଇଆଇଟି ମୁମ୍ବାଇ, ଭାରତଜେନ୍ ଟେକ୍ନୋଲୋଜି ଫାଉଣ୍ଡେସନ୍ ଏବଂ ଜାପାନର ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇନ୍ଫର୍ମେଟିକ୍ସ ମଧ୍ୟରେ ବୁଝାମଣା
|
ମିଳିତ ଗବେଷଣା ଆଦାନପ୍ରଦାନ ମାଧ୍ୟମରେ ବର୍ଦ୍ଧିତ ବୈଜ୍ଞାନିକ ଯୁକ୍ତି ପାଇଁ ଏଲ୍ଏଲ୍ଏମ୍ ବିକାଶ ଉପରେ ଧ୍ୟାନ ଦେଇ ବୃହତ ଭାଷା ମଡେଲ୍ (ଏଲ୍ଏଲ୍ଏମ୍) ଉପରେ ସହଯୋଗକୁ ଆହୁରି ବୃଦ୍ଧି କରିବ।
|
|
୧୪.
|
ଏଲ୍ଏଲ୍ଏମ୍ ବିକାଶ ଉପରେ ସର୍ବମ୍ଏଆଇ ଏବଂ ପ୍ରିଫର୍ଡ ନେଟୱାର୍କ ମଧ୍ୟରେ ବୁଝାମଣାପତ୍ର
|
ଫାଉଣ୍ଡେସନ୍ ମଡେଲ ସମେତ ସମ୍ପୂର୍ଣ୍ଣ ଏଆଇ ପ୍ରଯୁକ୍ତିବିଦ୍ୟା ଷ୍ଟାକରେ ସହଯୋଗ ପାଇଁ ଏକ ରୂପରେଖ ପ୍ରସ୍ତୁତ କରେ ।
|
|
୧୫.
|
ନ୍ୟାଶନାଲ ଇଣ୍ଟରନେଟ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ (ଏନ୍ଆଇଏକ୍ସଆଇ) ଏବଂ ଜାପାନ ନେଟୱାର୍କ ଇନ୍ଫରମେଶନ୍ ସେଣ୍ଟର (ଜେପିଏନ୍ଆଇସି) ମଧ୍ୟରେ ବୁଝାମଣାପତ୍ର
|
ଜାତୀୟ ଇଣ୍ଟରନେଟ୍ ରେଜିଷ୍ଟ୍ରି ପରିଚାଳନା, ଆଇପିଭି୬ ଗ୍ରହଣ, ଇଣ୍ଟରନେଟ୍ ସୁରକ୍ଷାରେ ଉନ୍ନତି, ଦକ୍ଷତା ବିକାଶ, ଛାତ୍ର/ବୃତ୍ତିଗତ ଆଦାନପ୍ରଦାନ ଏବଂ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ଫୋରମରେ ଇଣ୍ଟରନେଟ୍ ଶାସନ ଉପରେ ମତ ବିନିମୟରେ ସହଯୋଗକୁ ପ୍ରୋତ୍ସାହିତ କରେ ।
|
|
୧୬.
|
ଅନ୍ତର୍ଜାତୀୟ ଆର୍ଥିକ ସେବା କେନ୍ଦ୍ର ପ୍ରାଧିକରଣ (ଆଇଏଫ୍ଏସ୍ସିଏ) ଏବଂ
ଜାପାନର ଆର୍ଥିକ ସେବା ଏଜେନ୍ସି (ଜେଏଫ୍ଏସ୍ଏ) ମଧ୍ୟରେ ପତ୍ର ବିନିମୟ
|
ଆର୍ଥିକ ସେବାର ବିକାଶ, ନିୟନ୍ତ୍ରଣ ଏବଂ ତଦାରଖ ସହିତ ଆର୍ଥିକ ବଜାର ଧାରା ଏବଂ ସର୍ବୋତ୍ତମ ଅଭ୍ୟାସ, ବିଶେଷକରି ଫିନ୍ଟେକ୍ ତଥା ରେଗ୍ଟେକ୍ କ୍ଷେତ୍ରରେ ସୂଚନା ବିନିମୟ କ୍ଷେତ୍ରରେ ସହଯୋଗ ପାଇଁ ଏକ ରୂପରେଖ ସ୍ଥାପନ କରିଥାଏ ।
|