ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀଙ୍କ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତ
प्रविष्टि तिथि:
03 JUL 2026 8:42PM by PIB Bhubaneswar
ଇଣ୍ଡୋନେସିଆର ରାଷ୍ଟ୍ରପତି ଶ୍ରୀ ପ୍ରବୋବୋ ସୁବିୟାନ୍ତୋଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୬-୮ ଜୁଲାଇ, ୨୦୨୬ରେ ଇଣ୍ଡୋନେସିଆ ଗସ୍ତ କରିବେ। ପ୍ରଧାନମନ୍ତ୍ରୀଙ୍କର ଏହା ଚତୁର୍ଥ ଇଣ୍ଡୋନେସିଆ ଗସ୍ତ ହେବ ଏବଂ ମେ’ ୨୦୧୮ ରେ ଭାରତ-ଇଣ୍ଡୋନେସିଆ ସମ୍ପର୍କ 'ବ୍ୟାପକ ରଣନୀତିକ ସହଭାଗିତା' ସ୍ତରକୁ ଉନ୍ନୀତ ହେବା ପରେ ଏହା ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ଗସ୍ତ ହେବ। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ପ୍ରବୋବୋଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ଏବଂ ଏହି ସହଭାଗିତା ଅଧିନରେ ହୋଇଥିବା ପ୍ରଗତିର ସମୀକ୍ଷା କରିବେ। ଜାକର୍ତ୍ତାଠାରେ ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟଙ୍କ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିବେ। ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଐତିହାସିକ ତଥା ସୌହାର୍ଦ୍ଦ୍ୟପୂର୍ଣ୍ଣ ଜନ-ସମ୍ପର୍କ ରହିଛି। ଏହି ବିଶେଷ ସମ୍ପର୍କକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଇଣ୍ଡୋନେସିଆର ଏକ ପ୍ରମୁଖ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ଯୋଗ୍ୟାକର୍ତ୍ତାସ୍ଥିତ 'ପ୍ରାମ୍ବନନ ମନ୍ଦିର' ପରିସର ପରିଦର୍ଶନ କରିବେ।
ଇଣ୍ଡୋନେସିଆ ପରେ, ଅଷ୍ଟ୍ରେଲିଆର ମାନ୍ୟବର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ୮-୧୦ ଜୁଲାଇ, ୨୦୨୬ ପର୍ଯ୍ୟନ୍ତ ମେଲବୋର୍ଣ୍ଣ ଗସ୍ତ କରିବେ। ମେଲବୋର୍ଣ୍ଣରେ ସେ ପ୍ରଧାନମନ୍ତ୍ରୀ ଆଲବାନିଜଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ସେ ଅଷ୍ଟ୍ରେଲିଆର ଗଭର୍ଣ୍ଣର ଜେନେରାଲ୍ ଶୁଶ୍ରୀ ସାମ୍ ମୋଷ୍ଟିନ୍ଙ୍କୁ ମଧ୍ୟ ସାକ୍ଷାତ କରିବେ। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ 'ଭାରତ-ଅଷ୍ଟ୍ରେଲିଆ ସିଇଓ ଫୋରମ' ରେ ମଧ୍ୟ ଅଂଶଗ୍ରହଣ କରିବେ, ଯେଉଁଠାରେ ସେ ଦୁଇ ଦେଶର ଶୀର୍ଷ ବ୍ୟବସାୟିକ ନେତୃବୃନ୍ଦଙ୍କ ଏକ ସମାବେଶକୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟଙ୍କ ଏକ ବୃହତ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ, ଯେଉଁମାନେ କି ଭାରତ-ଅଷ୍ଟ୍ରେଲିଆ ସମ୍ପର୍କର ଏକ ମଜବୁତ ସ୍ତମ୍ଭ ସଦୃଶ।
ଏହାପରେ, ନ୍ୟୁଜିଲ୍ୟାଣ୍ଡର ମାନ୍ୟବର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ୧୦-୧୧ ଜୁଲାଇ, ୨୦୨୬ ପର୍ଯ୍ୟନ୍ତ ଏକ ରାଜକୀୟ ଗସ୍ତରେ ଅକ୍ଲାଣ୍ଡ ଯାତ୍ରା କରିବେ। ବିଗତ ଚାରି ଦଶନ୍ଧି ମଧ୍ୟରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ନ୍ୟୁଜିଲ୍ୟାଣ୍ଡ ରାଷ୍ଟ୍ରୀୟ ଗସ୍ତ ହେବ। ଅକ୍ଲାଣ୍ଡରେ ପ୍ରଧାନମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଲକ୍ସନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ଏବଂ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିବେ, ଯେଉଁଥିରେ ଗତ ଦୁଇ ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପ୍ରଗତି ପରିଲକ୍ଷିତ ହୋଇଛି। ବିଶେଷକରି ବିଶେଷ କରି ବାଣିଜ୍ୟ, ବ୍ୟବସାୟ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହୋଇଛି । ଅକ୍ଲାଣ୍ଡରେ ଥିବା ସମୟରେ ପ୍ରଧାନମନ୍ତ୍ରୀ ବିଶିଷ୍ଟ ବ୍ୟବସାୟିକ ଏବଂ କ୍ରୀଡ଼ାବିତ୍ମାନଙ୍କ ସହ ମଧ୍ୟ ମତବିନିମୟ କରିବେ। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଥିବା ସୁଦୃଢ଼ ଜନ-ସମ୍ପର୍କର ପ୍ରତିଫଳନ ସ୍ୱରୂପ, ପ୍ରଧାନମନ୍ତ୍ରୀ ଏହି ଗସ୍ତ କାଳରେ ପ୍ରବାସୀ ଭାରତୀୟଙ୍କ ଏକ ବିଶାଳ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।
***
TKM
(रिलीज़ आईडी: 2281111)
आगंतुक पटल : 13
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam