ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ହଜରତ ଇମାମ ହୁସେନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
26 JUN 2026 12:30PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହଜରତ ଇମାମ୍ ହୁସେନ୍ (ଏ.ଏସ୍.) ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କର ଚିରନ୍ତନ ବଳିଦାନ ଏବଂ ସତ୍ୟ ଓ ନ୍ୟାୟ ପ୍ରତି ଅତୁଟ ପ୍ରତିବଦ୍ଧତାକୁ ସ୍ମରଣ କରିଛନ୍ତି। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଇମାମ ହୁସେନଙ୍କ ଜୀବନ ଏବଂ ସହିଦ ହେବା ତାଙ୍କ ସାହସ ଏବଂ ଦୃଢ଼ ବିଶ୍ୱାସର ଶକ୍ତିକୁ ସ୍ମରଣ କରାଇଥାଏ।
ପ୍ରଧାନମନ୍ତ୍ରୀ 'ଏକ୍ସ ’ ରେ ପୋଷ୍ଟ କରିଛନ୍ତି:
"ହଜରତ ଇମାମ ହୁସେନ୍ (ଏ.ଏସ୍.) ଙ୍କ ବଳିଦାନ ଅନେକ ଲୋକଙ୍କୁ ସତ୍ୟ ଏବଂ ନ୍ୟାୟ ଅନ୍ୱେଷଣରେ ସ୍ଥିର ରହିବାକୁ ପ୍ରେରଣା ଦେଉଛି। ଏହା ମଧ୍ୟ ସାହସ ଏବଂ ଦୃଢ଼ ବିଶ୍ୱାସର ସ୍ଥାୟୀ ଶକ୍ତିର ଏକ ସ୍ମାରକୀ । "
HS
(रिलीज़ आईडी: 2278336)
आगंतुक पटल : 7
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Manipuri
,
Assamese
,
Bengali
,
Gujarati
,
Tamil
,
Telugu
,
Kannada
,
Malayalam