ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

ନିଟ୍‌ ପୁନଃପରୀକ୍ଷାର ସୁରକ୍ଷା ଏବଂ ଲଜିଷ୍ଟିକ୍ସ ପ୍ରସ୍ତୁତି ଉପରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କଲେ କେନ୍ଦ୍ର ଗୃହ ସଚିବ

प्रविष्टि तिथि: 15 JUN 2026 8:58PM by PIB Bhubaneswar

କେନ୍ଦ୍ର ଗୃହ ସଚିବ ଆଜି ନିଟ୍‌(ସ୍ନାତକ) ପୁନଃପରୀକ୍ଷା, ୨୦୨୬ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ବୈଠକରେ ଛାତ୍ରଛାତ୍ରୀଙ୍କ ସୁବିଧା, ସୁରକ୍ଷା ବ୍ୟବସ୍ଥା ଏବଂ ପରୀକ୍ଷା ପ୍ରକ୍ରିୟାର ବିଶ୍ୱସନୀୟତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ରେଳବାଇ ବୋର୍ଡର ଅଧ୍ୟକ୍ଷ; ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ; ଉଚ୍ଚଶିକ୍ଷା ବିଭାଗ ସଚିବ; ଡାକ ବିଭାଗ ସଚିବ; ସିଆରପିଏଫ, ସିଆଇଏସଏଫ, ବିସିଏଏସର ଡିଜି ଏବଂ ଏନଟିଏର ଡିଜି; ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

କେନ୍ଦ୍ର ଗୃହ ସଚିବ ସମସ୍ତ ରାଜ୍ୟ /କେନ୍ଦ୍ରଶାସିତ ପ୍ରଦେଶ ସରକାର ଏବଂ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ସୁରକ୍ଷା ନିୟମାବଳିକୁ କଡ଼ାକଡ଼ି ପାଳନ କରିବା ଏବଂ ପରୀକ୍ଷାକୁ ନିର୍ଦ୍ଦୋଷ ଭାବରେ ପରିଚାଳନା କରିବା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ସୁଗମ ଯାତ୍ରା ନିମନ୍ତେ ସୁବିଧା ଯୋଗାଇଦେବା ଲାଗି ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ଅନୁରୋଧ କରାଯାଇଥିଲା। ରେଳ ବୋର୍ଡର ଅଧ୍ୟକ୍ଷ ପୂର୍ଣ୍ଣ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ।

******

PS


(रिलीज़ आईडी: 2273321) आगंतुक पटल : 11
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Gujarati , Tamil , Kannada , Malayalam