ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଡ. ସୁଭାଷ ସି. କାଶ୍ୟପଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
04 JUN 2026 10:22PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବରୁ ଲୋକସଭାର ମହାସଚିବ ଭାବେ କାର୍ଯ୍ୟ କରିଥିବା ଡକ୍ଟର ସୁଭାଷ ସି. କାଶ୍ୟପଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଡକ୍ଟର କାଶ୍ୟପ ଭାରତର ପ୍ରମୁଖ ସାମ୍ବିଧାନିକ ବିଦ୍ୱାନମାନଙ୍କ ମଧ୍ୟରୁ ଜଣେ ଥିଲେ, ଯାହାଙ୍କର ସଂସଦୀୟ ଏବଂ ସାମ୍ବିଧାନିକ ଆଲୋଚନାରେ ଅବଦାନ ଆମ ସମାଜକୁ ସମୃଦ୍ଧ କରିଥିଲା। ଶ୍ରୀ ମୋଦୀ କହିଥିଲେ ଯେ ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକୁ ସୁଦୃଢ଼ କରିବା ଲାଗି ତାଙ୍କର ଲେଖା ଏବଂ ପ୍ରତିବଦ୍ଧତା ଉଲ୍ଲେଖନୀୟ। ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କୁ ଗଭୀର ସମବେଦନା ଜଣାଇଥିଲେ।
ପ୍ରଧାନମନ୍ତ୍ରୀ 'ଏକ୍ସ ’ ରେ ପୋଷ୍ଟ କରିଛନ୍ତି:
"ପୂର୍ବରୁ ଲୋକସଭାର ମହାସଚିବ ଭାବେ କାର୍ଯ୍ୟ କରିଥିବା ଡକ୍ଟର ସୁଭାଷ ସି. କାଶ୍ୟପଙ୍କ ବିୟୋଗରେ ମୁଁ ମର୍ମାହତ। ସେ ଭାରତର ପ୍ରମୁଖ ସାମ୍ବିଧାନିକ ବିଦ୍ୱାନମାନଙ୍କ ମଧ୍ୟରୁ ଜଣେ ଥିଲେ, ଯାହାଙ୍କର ସଂସଦୀୟ ଏବଂ ସାମ୍ବିଧାନିକ ଆଲୋଚନାରେ ଅବଦାନ ଆମ ସମାଜକୁ ସମୃଦ୍ଧ କରିଥିଲା। ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରିବା ପାଇଁ ତାଙ୍କର ଲେଖା ଏବଂ ପ୍ରତିବଦ୍ଧତା ଉଲ୍ଲେଖନୀୟ ଥିଲା। ତାଙ୍କ ପରିବାର ଏବଂ ବନ୍ଧୁବର୍ଗଙ୍କୁ ସମବେଦନା ଜଣାଉଛି। ଓମ୍ ଶାନ୍ତି । "
HS
(रिलीज़ आईडी: 2270534)
आगंतुक पटल : 17
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam