ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତର ଡିଜିଟାଲ ଭିତ୍ତିଭୂମି ଯାତ୍ରାରେ ଉଲ୍ଲେଖନୀୟ ଅଗ୍ରଗତି ବିଷୟରେ ଆଲୋକପାତ କରିଛନ୍ତି ପ୍ରଧାନମନ୍ତ୍ରୀ


୫ ଗିଗାୱାଟ୍ ଡାଟା ସେଣ୍ଟର କ୍ଷମତା ବିକାଶ ପାଇଁ ଏୟାରଟ୍ରଙ୍କର ପ୍ରାୟ ୩ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବିତ ନିବେଶକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 05 JUN 2026 5:10PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁରୁତ୍ୱାରୋପ କରିଛନ୍ତି ଯେ ଭାରତର ଡିଜିଟାଲ ଭିତ୍ତିଭୂମି ଯାତ୍ରା ଉଲ୍ଲେଖନୀୟ ଗତି ହାସଲ କରୁଛି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଏୟାରଟ୍ରଙ୍କ ଭାରତରେ ପାଖାପାଖି ଲକ୍ଷ କୋଟି ଟଙ୍କା (୩୦ ବିଲିୟନ ଡଲାର) ନିବେଶ କରିବା ଏବଂ ଗିଗାୱାଟ ଡାଟା ସେଣ୍ଟର କ୍ଷମତା ବିକଶିତ କରିବାର ଯୋଜନା ଘୋଷଣା କରିଛି, ଏହା ଦେଶର ଡିଜିଟାଲ ଭିତ୍ତିଭୂମି ଇକୋସିଷ୍ଟମରେ ସର୍ବବୃହତ ପ୍ରସ୍ତାବିତ ନିବେଶ ମଧ୍ୟରୁ ଅନ୍ୟତମ

ଶ୍ରୀ ମୋଦୀ କହିଥିଲେ ଯେ ଏଭଳି ନିବେଶ କ୍ଲାଉଡ୍ କମ୍ପ୍ୟୁଟିଂ ଏବଂ ଏଆଇ ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ଭାବେ ଭାରତର ସ୍ଥିତିକୁ ଗୁରୁତ୍ୱପୂର୍ଣ୍ଣ ଭାବେ ସୁଦୃଢ଼ କରିବ ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ ଏହି ବିକାଶଗୁଡ଼ିକ ଏକାସାଙ୍ଗରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ, ସ୍ଥାନୀୟ ଯୋଗାଣ ଶୃଙ୍ଖଳକୁ ସମର୍ଥନ କରିବ ଏବଂ ନବସୃଜନ ପରିଚାଳିତ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ଏବଂ ବିଶ୍ୱର ଡିଜିଟାଲ ଅର୍ଥବ୍ୟବସ୍ଥାର ଭବିଷ୍ୟତ ଭାରତରେ ଅଧିକରୁ ଅଧିକ ଆକାର ନେଉଛି

ପ୍ରଧାନମନ୍ତ୍ରୀ 'ଏକ୍ସ ’ ରେ ପୋଷ୍ଟ କରିଛନ୍ତି:

ଭାରତର ଡିଜିଟାଲ ଭିତ୍ତିଭୂମି ଯାତ୍ରା ଉଲ୍ଲେଖନୀୟ ଗତି ହାସଲ କରୁଛି

ଏୟାରଟ୍ରଙ୍କ ଭାରତରେ ପାଖାପାଖି ଲକ୍ଷ କୋଟି ଟଙ୍କା (୩୦ ବିଲିୟନ ଡଲାର) ନିବେଶ କରିବା ଏବଂ ଗିଗାୱାଟ ଡାଟା ସେଣ୍ଟର କ୍ଷମତା ବିକଶିତ କରିବାର ଯୋଜନା ଘୋଷଣା କରିଛି ଦେଶର ଡିଜିଟାଲ ଭିତ୍ତିଭୂମି ଇକୋସିଷ୍ଟମରେ ଏହା ସର୍ବବୃହତ ପ୍ରସ୍ତାବିତ ନିବେଶ ମଧ୍ୟରୁ ଅନ୍ୟତମ

ଏହିପରି ନିବେଶ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା, ସ୍ଥାନୀୟ ଯୋଗାଣ ଶୃଙ୍ଖଳକୁ ସମର୍ଥନ କରିବା ଏବଂ ନବସୃଜନ ପରିଚାଳିତ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହିତ କ୍ଲାଉଡ କମ୍ପ୍ୟୁଟିଂ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପାଇଁ ଏକ ବିଶ୍ୱସ୍ତରୀୟ ହବ୍ ଭାବେ ଭାରତର ସ୍ଥିତିକୁ ସୁଦୃଢ଼ କରିବ

ଏହା ସ୍ପଷ୍ଟ ଯେ ବିଶ୍ୱର ଡିଜିଟାଲ ଅର୍ଥବ୍ୟବସ୍ଥାର ଭବିଷ୍ୟତ ଭାରତରେ ଅଧିକରୁ ଅଧିକ ଆକାର ନେଉଛି!

HS


(रिलीज़ आईडी: 2270520) आगंतुक पटल : 7
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam