ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭେଟେରାନ୍ ଅଭିନେତା ଶ୍ରୀ ସଲିମ କୁମାର ଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ ବ୍ୟକ୍ତ
प्रविष्टि तिथि:
07 JUN 2026 1:52PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭେଟେରାନ ଅଭିନେତା ଶ୍ରୀ ସଲିମ କୁମାର ଜୀଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ତାଙ୍କ କ୍ୟାରିଅରରେ ସେ ବିଭିନ୍ନ ଭୂମିକାରେ ନିଜର ବହୁମୁଖୀ ପ୍ରତିଭା ଏବଂ ସ୍ମରଣୀୟ ପ୍ରଦର୍ଶନ ଦ୍ୱାରା ନିଜର ପରିଚୟ ସୃଷ୍ଟି କରିଛନ୍ତି।
ଶ୍ରୀ ମୋଦୀ କହିଥିଲେ ଯେ ଏହି ଦୁଃଖଦ ସମୟରେ ତାଙ୍କ ଚିନ୍ତାଧାରା ତାଙ୍କ ପରିବାର ଏବଂ ଭେଟେରାନ୍ ଅଭିନେତାଙ୍କ ଅଗଣିତ ପ୍ରଶଂସକଙ୍କ ସହ ରହିଛି।
ପ୍ରଧାନମନ୍ତ୍ରୀ 'ଏକ୍ସ ’ ରେ ପୋଷ୍ଟ କରିଛନ୍ତି:
"ଭେଟେରାନ୍ ଅଭିନେତା ଶ୍ରୀ ସଲିମ୍ କୁମାର ଜୀଙ୍କ ବିୟୋଗରେ ଗଭୀର ଦୁଃଖିତ। ତାଙ୍କ କ୍ୟାରିଅରରେ, ସେ ବିଭିନ୍ନ ଭୂମିକାରେ ନିଜର ବହୁମୁଖୀ ପ୍ରତିଭା ଏବଂ ସ୍ମରଣୀୟ ପ୍ରଦର୍ଶନ ଦ୍ୱାରା ଏକ ପରିଚୟ ସୃଷ୍ଟି କରିଥିଲେ। ଏହି ଦୁଃଖଦ ସମୟରେ ମୋର ଚିନ୍ତାଧାରା ତାଙ୍କ ପରିବାର ଏବଂ ଅଗଣିତ ପ୍ରଶଂସକଙ୍କ ସହ ଅଛି। ଓମ୍ ଶାନ୍ତି । "
HS
(रिलीज़ आईडी: 2270515)
आगंतुक पटल : 3
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Bengali-TR
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam