କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ କୃଷି ଓ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ସଂସ୍କାର ଦ୍ରୁତ ଗତିରେ ଆଗକୁ ବଢ଼ୁଛି: ଶ୍ରୀ ଶିବରାଜ ସିଂ ଚୌହାନ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶନାମା ଉପରେ କାର୍ଯ୍ୟ ଆରମ୍ଭ କଲେ କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଚୌହାନ

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ମନ୍ତ୍ରୀ ପରିଷଦ ବୈଠକର ଗୋଟିଏ ଦିନ ପରେ, ଶ୍ରୀ ଶିବରାଜ ସିଂହ ଚୌହାନଙ୍କ ଉଚ୍ଚସ୍ତରୀୟ ସମୀକ୍ଷା; ବରିଷ୍ଠ ଅଧିକାରୀମାନଙ୍କୁ ଦେଲେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

ପୋଷ୍ଟ କରାଯିବା ଦିନାଙ୍କ: 22 MAY 2026 7:43PM by PIB Bhubaneswar

କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ନିର୍ଦ୍ଦେଶ ଜାରି କରିବାର ଗୋଟିଏ ଦିନ ପରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଶୁକ୍ରବାର ଉଭୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ପ୍ରଶାସନ କାଗଜପତ୍ରରେ ସୀମିତ ନରହି ଜନସାଧାରଣଙ୍କ ଜୀବନରେ ପ୍ରତିଫଳିତ ହେବା ଉଚିତ୍‌ ବୋଲି ସେ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି । l କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ସଂସ୍କାର ଏକ୍ସପ୍ରେସରେ ସବାର ହୋଇ ଆଗକୁ ବଢ଼ୁଛି ।

ବୈଠକରେ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ସମୀକ୍ଷା କରି ଶ୍ରୀ ଚୌହାନ ଚାଷୀ, ଗରିବ, ଗ୍ରାମାଞ୍ଚଳ ନାଗରିକ ଏବଂ ସାଧାରଣ ଜନତାଙ୍କୁ ତୁରନ୍ତ ସରକାରୀ ଯୋଜନାର ଲାଭ ନିର୍ଦ୍ଦେଶ ଦେଇଛନ୍ତି । ଲୋକମାନଙ୍କୁ ନିଜ ଅଭିଯୋଗର ସମାଧାନ ପାଇଁ ଯେପରି ଦୌଡ଼ିବାକୁ ନପଡ଼େ ତାହା ନିଶ୍ଚିତ କରିବା ପାଇଁ ସେ ଅଧିକାରୀମାନଙ୍କୁ ତୁରନ୍ତ ଏକ ଯୋଜନାବଦ୍ଧ, ସମୟବଦ୍ଧ ଏବଂ ପରିଣାମ ଆଧାରିତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶ ମୁତାବକ ଅନାବଶ୍ୟକ ଅମଲାତନ୍ତ୍ରିକ ବିଳମ୍ବ ଏଡ଼ାଇବା ଏବଂ ସରକାରୀ ଯୋଜନାର ଲାଭ ବାଧାମୁକ୍ତ ଓ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପହଞ୍ଚାଇବା ଲାଗି ସେ ଦୁଇ ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ଆଦେଶ ଦେଇଛନ୍ତି। ପ୍ରଶାସନକୁ ଅଧିକ ପ୍ରଭାବୀ, ଉତ୍ତରଦାୟୀ ତଥା ସକ୍ରିୟ କରିବା ଲାଗି ଅଭିଯୋଗ ସମାଧାନ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ମଧ୍ୟ ଶ୍ରୀ ଚୌହାନ କହିଛନ୍ତି । ଭିନ୍ନ ଭିନ୍ନ ବିଭାଗର ଅଭିଯୋଗ ସମାଧାନ ବ୍ୟବସ୍ଥାକୁ ସମନ୍ୱିତ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । କୃଷି ଏବଂ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ଅତି କମରେ ୧୦ ଜଣ ଲେଖାଏଁ ଅଧିକାରୀମାନଙ୍କୁ ନେଇ ଏକ ସମର୍ପିତ ଦଳ ଗଢ଼ିବା ଲାଗି ସେ ପରାମର୍ଶ ଦେଇଛନ୍ତି। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସ୍କାର ଉପରେ ନିରନ୍ତର ଗୁରୁତ୍ୱାରୋପ କରି ଶ୍ରୀ ଚୌହାନ କହିଛନ୍ତି, ପ୍ରତ୍ୟେକ ପ୍ରଭାଗ, ଯୋଜନା ଏବଂ ବିଭାଗକୁ ସଠିକ୍ ବିନ୍ଦୁଗୁଡ଼ିକୁ ଚିହ୍ନଟ କରିବାକୁ ପଡିବ ସମସ୍ତ ଅସୁବିଧାକୁ ଦୂର କରିବାକୁ ହେବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସଡ଼କ ଯୋଜନା, କୃଷି କାର୍ଯ୍ୟକ୍ରମ, ଉଦ୍ୟାନ କୃଷି, ବୀମା, ମାର୍କେଟିଂ କିମ୍ବା ଅନ୍ୟ କୌଣସି ପଦକ୍ଷେପ ହେଉ, ହିତାଧିକାରୀମାନଙ୍କୁ ଅନାବଶ୍ୟକ ଅସୁବିଧା ସୃଷ୍ଟି କରୁଥିବା ଯେକୌଣସି ପ୍ରକ୍ରିୟାକୁ ନିୟମ, ପ୍ରକ୍ରିୟା ଏବଂ ବ୍ୟବସ୍ଥାରେ ସଂସ୍କାର ମାଧ୍ୟମରେ ସରଳୀକରଣ କରାଯିବା ଉଚିତ।

କେନ୍ଦ୍ରମନ୍ତ୍ରୀ ପ୍ରକ୍ରିୟାଗୁଡ଼ିକୁ ସରଳ କରିବା ଏବଂ ପୁରୁଣା ଏବଂ ଅପ୍ରାସଙ୍ଗିକ ନିୟମାବଳୀକୁ ଦୂର କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଶାସନରେ କୃତ୍ରିମ ବୁଦ୍ଧିମତ୍ତା ଏବଂ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ମଧ୍ୟ ବୈଠକରେ ବ୍ୟାପକ ଭାବରେ ଧ୍ୟାନ ଦିଆଯାଇଥିଲା। ଶ୍ରୀ ଚୌହାନ କହିଥିଲେ, କୃଷି, ଗ୍ରାମୀଣ ବିକାଶ, ଭୂମି ସମ୍ପଦ ଏବଂ ଆଇସିଏଆର ମଧ୍ୟରେ ଏଆଇ, ଡିଜିଟାଲ୍ ପ୍ଲାଟଫର୍ମ, ତଥ୍ୟ ଆଦାନପ୍ରଦାନ, ତଥ୍ୟ-ଚାଳିତ ନିଷ୍ପତ୍ତି ଗ୍ରହଣ, ମନିଟରିଂ ସିଷ୍ଟମ ଏବଂ ଆନ୍ତଃ-ବିଭାଗୀୟ ସମନ୍ୱୟକୁ ସୁଦୃଢ଼ କରାଯିବା ଉଚିତ। ପ୍ରଯୁକ୍ତିବିଦ୍ୟା ସମନ୍ୱୟ ଅଧ୍ୟୟନ କରିବା ଏବଂ ବ୍ୟବହାରିକ ପ୍ରସ୍ତାବ ଦାଖଲ କରିବା ପାଇଁ ଏକ ଉତ୍ସର୍ଗୀକୃତ ଦଳ ଗଠନ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ଚୌହାନ ପ୍ରଶାସନିକ କାର୍ଯ୍ୟ ସଂସ୍କୃତିକୁ ପରିବର୍ତ୍ତନ କରିବାର ଆବଶ୍ୟକତା ବିଷୟରେ ମଧ୍ୟ ସ୍ପଷ୍ଟ ଭାବରେ କହିଥିଲେ।

କୋର୍ଟରେ କ୍ଷତି ସିଧାସଳଖ ଜନସ୍ୱାର୍ଥକୁ ପ୍ରଭାବିତ କରେ ବୋଲି ସେ ଉଲ୍ଲେଖ କରିଥିଲେ। ଏହାସହିତ ସମସ୍ତ ବିଭାଗକୁ ବିଚାରାଧୀନ ମାମଲାଗୁଡ଼ିକର ତାଲିକା ପ୍ରସ୍ତୁତ କରିବା, ସମୀକ୍ଷା କରିବା, ନୋଡାଲ ଅଧିକାରୀମାନଙ୍କୁ ନିଯୁକ୍ତି କରିବା, ଆଇନଗତ ପ୍ରସ୍ତୁତିକୁ ସୁଦୃଢ଼ କରିବା ଏବଂ ଆବଶ୍ୟକସ୍ଥଳେ ଉତ୍ତମ ଆଇନଗତ ପ୍ରତିନିଧିତ୍ୱ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ଯୋଜନା ଓ ସଂସ୍କାରର ପ୍ରଭାବୀ କାର୍ଯ୍ୟକାରିତା ନିମନ୍ତେ ସେ କୃଷକ ସଂଗଠନ, ସରପଞ୍ଚ, ନିର୍ବାଚିତ ପ୍ରତିନିଧିଙ୍କ ସମେତ ଅନ୍ୟାନ୍ୟ ଅଂଶୀଦାରଙ୍କ ଜରିଆରେ ବ୍ୟାପକ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ । ବୈଠକରେ ‘‘ବିକଶିତ ଭାରତ ୨୦୪୭’’ ଲକ୍ଷ୍ୟ ସହ ସମନ୍ୱିତ ବିଭାଗୀୟ ଭିଜନ୍‌ ଦସ୍ତାବିଜ ପ୍ରସ୍ତୁତି ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ଶ୍ରୀ ଚୌହାନ ପିଏମ ସୂର୍ଯ୍ୟ ଘର ଭଳି ଯୋଜନା ସହିତ ସରକାରୀ କୋଠା ଏବଂ ପ୍ରତିଷ୍ଠାନଗୁଡ଼ିକରେ ସୌର ବିଦ୍ୟୁତିକରଣ ପାଇଁ ପଦକ୍ଷେପକୁ ତ୍ୱରାନ୍ୱିତ କରିବାକୁ ମଧ୍ୟ ସେ ଆହ୍ୱାନ କରିଥିଲେ। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳର ସଫଳତାଗୁଡ଼ିକୁ ସାମ୍ବାଦିକ ସମ୍ମିଳନୀ ଏବଂ ଅନ୍ୟ ପ୍ରଚାର ପ୍ରସାର ମାଧ୍ୟମରେ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ କେନ୍ଦ୍ର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ ବାର୍ତ୍ତା ଦେଇଥିଲେ ଯେ କୌଣସି ବିଭାଗ ପଛରେ ରହିବା ଉଚିତ୍ ନୁହେଁ। ଅଭିଯୋଗ ସମାଧାନ ଓ ସଂସ୍କାର ଠାରୁ ଆରମ୍ଭ କରି ପ୍ରଯୁକ୍ତିବିଦ୍ୟା ଗ୍ରହଣ, କୋର୍ଟ ମାମଲା, ରାଜ୍ୟଗୁଡ଼ିକ ସହିତ ସମନ୍ୱୟ, ଜନସମ୍ପର୍କ, ଭିଜନ ୨୦୪୭ ଯୋଜନା ପ୍ରସ୍ତୁତି ଏବଂ ସଫଳତାର ଉପସ୍ଥାପନା ପର୍ଯ୍ୟନ୍ତ ସବୁ କାର୍ଯ୍ୟକୁ ଠିକ୍‌ ସମୟରେ ତୁଲାଇବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ପ୍ରତ୍ୟେକ ବିଭାଗକୁ ଏକ ସକ୍ରିୟ, ଉତ୍ତରଦାୟୀ ଏବଂ ସମୟସୀମାବଦ୍ଧ କାର୍ଯ୍ୟ ସଂସ୍କୃତି ଗ୍ରହଣ କରିବାକୁ ସେ ପରାମର୍ଶ ଦେବା ସହିତ ଶେଷ ଧାଡ଼ିରେ ଥିବା ଲୋକଙ୍କ ନିକଟରେ ସୁଶାସନର ଲାଭ ପହଞ୍ଚାଇବାକୁ କହିଥିଲେ ।

*********

PS


(ରିଲିଜ ଆଡି: 2264414) ପରିଦର୍ଶକ କାଉଣ୍ଟର : 8
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Gujarati , Kannada