ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ଶ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ


ପଶ୍ଚିମବଙ୍ଗ ସରକାରରେ ନବନିଯୁକ୍ତ ମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 09 MAY 2026 1:55PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ଶ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଶ୍ରୀ ଶୁଭେନ୍ଦୁ ଅଧିକାରୀ ଜଣେ ନେତା ଭାବରେ ଏକ ଛାପ ସୃଷ୍ଟି କରିଛନ୍ତି। ସେ ଲୋକଙ୍କ ସହିତ ଘନିଷ୍ଠ ଭାବରେ ଜଡିତ ଅଛନ୍ତି ଏବଂ ସେମାନଙ୍କ ଆକାଂକ୍ଷାକୁ ଅତି ନିକଟରୁ ବୁଝିଛନ୍ତି । ଶ୍ରୀ ମୋଦୀ ତାଙ୍କୁ ଆଗାମୀ ଫଳପ୍ରଦ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

ସେହିପରି ପଶ୍ଚିମବଙ୍ଗ ସରକାରରେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ଶ୍ରୀ ଦିଲୀପ ଘୋଷ, ଶ୍ରୀମତୀ ଅଗ୍ନିମିତ୍ର ପଲ, ଶ୍ରୀ ଅଶୋକ କୀର୍ତ୍ତନିଆ, ଶ୍ରୀ ଖୁଦିରାମ ଟୁଡୁ ଏବଂ ଶ୍ରୀ ନିଶିଥ ପ୍ରମାଣିକଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି, ଏହି ନେତାମାନେ ତୃଣମୂଳ ସ୍ତରରେ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି ଏବଂ ଲୋକଙ୍କ ସେବା କରିଛନ୍ତି । ସେମାନେ ମନ୍ତ୍ରୀ ଭାବରେ ପଶ୍ଚିମବଙ୍ଗର ବିକାଶ ଯାତ୍ରାକୁ ଆହୁରି ମଜବୁତ କରିବେ ବୋଲି ସେ ବିଶ୍ୱାସ ପ୍ରକାଶ କରିବା ସହିତ ସେମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;

“ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ଶ୍ରୀ ଶୁଭେନ୍ଦୁ ଅଧିକାରୀ ଜୀଙ୍କୁ ଅଭିନନ୍ଦନ। ସେ ଜଣେ ନେତା ଭାବରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଏବଂ ଲୋକଙ୍କ ସହିତ ଘନିଷ୍ଠ ଭାବରେ ଜଡିତ ଅଛନ୍ତି। ଅତି ନିକଟରୁ ସେ ଲୋକଙ୍କ ଆକାଂକ୍ଷାକୁ ବୁଝିଛନ୍ତି। ଆଗାମୀ ଫଳପ୍ରଦ କାର୍ଯ୍ୟକାଳ ପାଇଁ ତାଙ୍କୁ ମୋର ଶୁଭକାମନା।

 

@SuvenduWB”

 

“ପଶ୍ଚିମବଙ୍ଗ ସରକାରରେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ପାଇଁ ଦିଲୀପ ଘୋଷ ଜୀ, ଅଗ୍ନିମିତ୍ର ପାଉଲ ଜୀ, ଅଶୋକ କୀର୍ତ୍ତ ନିଆ ଜୀ, ଖୁଦିରାମ ଟୁଡୁ ଜୀ ଏବଂ ନିଶି ଥ ପ୍ରମାଣିକ ଜୀଙ୍କୁ ଅଭିନନ୍ଦନ। ଏହି ନେତାମାନେ ତୃଣମୂଳ ସ୍ତରରେ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି ଏବଂ ଲୋକଙ୍କ ସେବା କରିଛନ୍ତି । ମୁଁ ନିଶ୍ଚିତ ଯେ ସେମାନେ ମନ୍ତ୍ରୀ ଭାବରେ ପଶ୍ଚିମବଙ୍ଗର ବିକାଶ ଯାତ୍ରାକୁ ଆହୁରି ମଜବୁତ କରିବେ। ମୋର ଶୁଭକାମନା।

 

@DilipGhoshBJP

 

@paulagnimitra1

 

@NisithPramanik”

 

****

PS


(ରିଲିଜ ଆଡି: 2259391) ପରିଦର୍ଶକ କାଉଣ୍ଟର : 5