ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମା’ କାତ୍ୟାୟନୀଙ୍କ ଆଶୀର୍ବାଦ କାମନା କରି ସଂସ୍କୃତ ସୁଭାଷିତମ୍ ଓ ଭକ୍ତିଭିତ୍ତିକ ପାଠ ସେୟାର କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
24 MAR 2026 8:06AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମା’ କାତ୍ୟାୟନୀଙ୍କ ଆଶୀର୍ବାଦ ଗ୍ରହଣ କରି କହିଛନ୍ତି ଯେ, ମା’ ଜଗଦମ୍ବାଙ୍କ ଆରାଧନା ମନକୁ ଅସୀମ ଶକ୍ତି ଓ ଆନ୍ତରିକ ସାମର୍ଥ୍ୟରେ ପରିପୂର୍ଣ୍ଣ କରିଥାଏ, ତାଙ୍କର ଦିବ୍ୟ ଆଭା ହୃଦୟକୁ ଉଚ୍ଚ ଚେତନାରେ ପ୍ରକାଶିତ କରେ। ସେ ପ୍ରାର୍ଥନା କରିଛନ୍ତି ଯେ, ଦିବ୍ୟତା ଓ ଶୌର୍ଯ୍ୟର ସାକ୍ଷାତ୍ ପ୍ରତିମୂର୍ତ୍ତି ଥିବା ଦେବୀଙ୍କ ଆଶୀର୍ବାଦରେ ତାଙ୍କ ସମସ୍ତ ଭକ୍ତମାନେ ଅପାର ଶକ୍ତି ଓ ଆତ୍ମବିଶ୍ୱାସ ପାଆନ୍ତୁ।
ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ଶ୍ଳୋକ ସେୟାର କରିଛନ୍ତି-
“चन्द्रहासोज्ज्वलकरा शार्दूलवरवाहना।
कात्यायनी शुभं दद्याद् देवी दानवघातिनी॥”
ପ୍ରଧାନମନ୍ତ୍ରୀ ମା’ଙ୍କ ପ୍ରଶଂସାରେ ଏକ ସ୍ତୋତ୍ର ପାଠ ମଧ୍ୟ ସେୟାର କରିଛନ୍ତି-
ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି-
“ମା କାତ୍ୟାୟନୀଙ୍କୁ ନମନ! ଦିବ୍ୟତା ଓ ପରାକ୍ରମର ଅଧିଷ୍ଠାତ୍ରୀ ଦେବୀ ମାଙ୍କ କୃପାରେ ତାଙ୍କ ସମସ୍ତ ଭକ୍ତମାନଙ୍କ ମଧ୍ୟରେ ଅପାର ଶକ୍ତି ଓ ଆତ୍ମବିଶ୍ୱାସର ସଂଚାର ହେଉ।
ଚନ୍ଦ୍ରହାସୋଜ୍ଜ୍ୱଳକରା ଶାର୍ଦୂଳବରବାହନା।
କାତ୍ୟାୟନୀ ଶୁଭଂ ଦଦ୍ୟାଦ୍ ଦେବୀ ଦାନବଘାତିନୀ॥”
*****
MT
(ରିଲିଜ ଆଡି: 2255098)
ପରିଦର୍ଶକ କାଉଣ୍ଟର : 18
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Bengali-TR
,
Punjabi
,
Gujarati
,
Telugu
,
Kannada
,
Malayalam