ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କରିବା ଅବସରରେ ଶ୍ରୀ ନିତୀଶ କୁମାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
10 APR 2026 2:07PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭା ସଦସ୍ୟ ଭାବେ ଶପଥ ଗ୍ରହଣ ଅବସରରେ ଶ୍ରୀ ନିତୀଶ କୁମାରଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶ୍ରୀ ନିତୀଶ କୁମାର ହେଉଛନ୍ତି ଦେଶର ଅନ୍ୟତମ ଅଭିଜ୍ଞ ନେତା, ଯାହାଙ୍କ ସୁଶାସନ ପ୍ରତି ପ୍ରତିବଦ୍ଧତା ଏବଂ ବିହାରର ବିକାଶରେ ଯୋଗଦାନକୁ ବ୍ୟାପକ ଭାବେ ସ୍ୱୀକୃତି ମିଳିଛି। ଜଣେ ବରିଷ୍ଠ ବିଧାୟକ ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭାବେ ତାଙ୍କର ବ୍ୟାପକ ଅଭିଜ୍ଞତା ଗୃହର ମର୍ଯ୍ୟାଦାକୁ ଉଲ୍ଲେଖନୀୟ ଭାବେ ବୃଦ୍ଧି କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରି ଶ୍ରୀ ମୋଦୀ କହିଥିଲେ ଯେ ତାଙ୍କୁ ସଂସଦକୁ ଫେରିବା ଦେଖି ଖୁସି ଲାଗୁଛି।
ପ୍ରଧାନମନ୍ତ୍ରୀ 'ଏକ୍ସ ’ ରେ ଲେଖିଛନ୍ତି:
ସେ କହିଛନ୍ତି, "ନିତିଶ କୁମାର ଜୀ ଦେଶର ସବୁଠାରୁ ଅଭିଜ୍ଞ ନେତାମାନଙ୍କ ମଧ୍ୟରୁ ଜଣେ। ସୁଶାସନ ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ବ୍ୟାପକ ଭାବେ ପ୍ରଶଂସା କରାଯାଇଛି। ବିହାରର ବିକାଶରେ ତାଙ୍କର ଯୋଗଦାନ ରହିଛି। ତାଙ୍କୁ ପୁଣିଥରେ ସଂସଦରେ ଦେଖି ବହୁତ ଭଲ ଲାଗିବ। ସେ ଅନେକ ବର୍ଷ ଧରି ସାଂସଦ ଏବଂ କେନ୍ଦ୍ର ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ମୋର ବିଶ୍ୱାସ ଯେ ତାଙ୍କର ଦୀର୍ଘ ରାଜନୈତିକ ଅଭିଜ୍ଞତା ସଂସଦର ମର୍ଯ୍ୟାଦା ବୃଦ୍ଧି କରିବ। ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କରିଥିବାରୁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଆଗାମୀ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ।’’
HS
(ରିଲିଜ ଆଡି: 2252488)
ପରିଦର୍ଶକ କାଉଣ୍ଟର : 5
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Bengali-TR
,
Manipuri
,
Assamese
,
Punjabi
,
Gujarati
,
Kannada
,
Malayalam