ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଡକ୍ଟର. ବି. ଆର. ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
14 APR 2026 9:14AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡ. ବି. ଆର. ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଷ୍ଟ୍ର ନିର୍ମାଣରେ ବାବାସାହେବ ଆମ୍ବେଦକରଙ୍କ ଅତୁଳନୀୟ ଅବଦାନ ପିଢ଼ିକୁ ପ୍ରେରଣା ଯୋଗାଇବ। ସେ ଉଲ୍ଲେଖ କରିଥିଲେ ଯେ ଡ. ଆମ୍ବେଦକରଙ୍କ ଜୀବନ ଏବଂ ଆଦର୍ଶ ନାଗରିକମାନଙ୍କୁ ଏକ ନ୍ୟାୟପୂର୍ଣ୍ଣ, ସମାବେଶୀ ଏବଂ ପ୍ରଗତିଶୀଳ ସମାଜ ଗଠନ ଦିଗରେ କାର୍ଯ୍ୟ କରିବା ଲାଗି ପ୍ରେରିତ କରିଥାଏ।
ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଡକ୍ଟର ଆମ୍ବେଦକରଙ୍କ ବ୍ୟକ୍ତିତ୍ୱ ଏବଂ କାର୍ଯ୍ୟ ସର୍ବଦା ରାଷ୍ଟ୍ରର ବିକାଶ ପାଇଁ ଏକ ମାର୍ଗଦର୍ଶକ ଶକ୍ତି ହୋଇ ରହିବ।
ଶ୍ରୀ ମୋଦୀ ଏକ ସଂସ୍କୃତ ଶୁଭାଶିତମ୍ ସେୟାର କରିଛନ୍ତି –
ଅୟଂ ନିଜଃ ପରୋ ବେତି ଗଣନା ଲଘୁଚେତସାମ୍ ।
ଉଦାରଚରିତାନାଂ ତୁ ବସୁଧୈବ କୁଟୁମ୍ବକମ୍ ।।
ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;
"ଡକ୍ଟର ବାବାସାହେବ ଆମ୍ବେଦକରଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି। ରାଷ୍ଟ୍ର ନିର୍ମାଣ ଦିଗରେ ତାଙ୍କର ପ୍ରୟାସ ଗଭୀର ଭାବେ ପ୍ରେରଣାଦାୟୀ। ତାଙ୍କର ଜୀବନ ଏବଂ କାର୍ଯ୍ୟ ପିଢ଼ି ପିଢ଼ିଙ୍କୁ ଏକ ନ୍ୟାୟପୂର୍ଣ୍ଣ ଏବଂ ପ୍ରଗତିଶୀଳ ସମାଜ ଗଠନ ପାଇଁ ପ୍ରେରଣା ଯୋଗାଇବ
ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ବ୍ୟକ୍ତିତ୍ୱ ଏବଂ କାର୍ଯ୍ୟ ରାଷ୍ଟ୍ର ନିର୍ମାଣ ପାଇଁ ପ୍ରେରଣା ହୋଇ ରହିବ।
ଅୟଂ ନିଜଃ ପରୋ ବେତି ଗଣନା ଲଘୁଚେତସାମ୍ ।
ଉଦାରଚରିତାନାଂ ତୁ ବସୁଧୈବ କୁଟୁମ୍ବକମ୍ ।।
HS
(ରିଲିଜ ଆଡି: 2252462)
ପରିଦର୍ଶକ କାଉଣ୍ଟର : 6
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Bengali
,
Bengali-TR
,
Manipuri
,
Punjabi
,
Gujarati
,
Telugu
,
Kannada
,
Malayalam