ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ୟୁଏଇ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ


ଇଦ୍‌ର ଶୁଭେଚ୍ଛା ଜଣାଇଲେ ଏବଂ ପଶ୍ଚିମ ଏସିଆର ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 17 MAR 2026 10:38PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୟୁଏଇର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାୟଦ୍ ଅଲ୍ ନହ୍ୟାନଙ୍କ ସହ କଥା ହେବା ସହ ତାଙ୍କୁ ଇଦ୍ ପାଇଁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ନହ୍ୟାନ ପଶ୍ଚିମ ଏସିଆର ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ୟୁଏଇ ଉପରେ ହୋଇଥିବା ସମସ୍ତ ଆକ୍ରମଣର କଡ଼ା ନିନ୍ଦା କରିଥିଲେ, ଯାହାଦ୍ୱାରା ନିରୀହ ଲୋକଙ୍କ ଜୀବନହାନି ହୋଇଛି ଏବଂ ନାଗରିକ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି ।

ପ୍ରଧାନମନ୍ତ୍ରୀ ଏବଂ ୟୁଏଇ ରାଷ୍ଟ୍ରପତି ହର୍ମୁଜ ପ୍ରଣାଳୀ ଦେଇ ନିରାପଦ ଏବଂ ମୁକ୍ତ ନୌଚାଳନା ସୁନିଶ୍ଚିତ କରିବାର ଗୁରୁତ୍ୱ ଉପରେ ସହମତ ହେଇଥିଲେ । ଶ୍ରୀ ମୋଦୀ ଜୋର ଦେଇଥିଲେ ଯେ, ଉଭୟ ରାଷ୍ଟ୍ର ଏହି କ୍ଷେତ୍ରରେ ଶାନ୍ତି, ସୁରକ୍ଷା ଏବଂ ସ୍ଥିରତାର ଶୀଘ୍ର ପୁନଃସ୍ଥାପନ ପାଇଁ ଏକତ୍ର କାମ ଜାରି ରଖିବେ ।

ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;

“ମୋ ଭାଇ, ୟୁଏଇର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ୍ ନହ୍ୟାନଙ୍କ ସହ କଥା ହେଲି ଏବଂ ତାଙ୍କୁ ଇଦ୍ ପାଇଁ ଆଗୁଆ ଶୁଭେଚ୍ଛା ଜଣାଇଲି ।

ଆମେ ପଶ୍ଚିମ ଏସିଆର ବର୍ତ୍ତମାନର ପରିସ୍ଥିତି ବିଷୟରେ ଆଲୋଚନା କଲୁ । ୟୁଏଇ ଉପରେ ହୋଇଥିବା ସମସ୍ତ ଆକ୍ରମଣର କଡ଼ା ନିନ୍ଦା କରିଥିଲୁ, ଯାହା ଫଳରେ ନିରୀହ ଜୀବନ ହାନି ହେବା ସହ ନାଗରିକ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି ।

ଆମେ ହର୍ମୁଜ ପ୍ରଣାଳୀ ଦେଇ ନିରାପଦ ଏବଂ ମୁକ୍ତ ନୌଚାଳନା ସୁନିଶ୍ଚିତ କରିବାର ଗୁରୁତ୍ୱ ଉପରେ ସହମତ ହେଲୁ।

ଆମେ ଏହି କ୍ଷେତ୍ରରେ ଶାନ୍ତି, ସୁରକ୍ଷା ଏବଂ ସ୍ଥିରତାର ଶୀଘ୍ର ପୁନଃସ୍ଥାପନ ପାଇଁ ଏକତ୍ର କାମ କରିବୁ।”

 

SR


(ରିଲିଜ ଆଡି: 2242185) ପରିଦର୍ଶକ କାଉଣ୍ଟର : 4