ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

‘ସଦୈବ ଅଟଲ୍’ରେ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 25 DEC 2025 11:21AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମବାର୍ଷିକୀରେ ତାଙ୍କ ସ୍ମାରକୀ ସ୍ଥଳ 'ସଦୈବ ଅଟଳ'ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ, ଅଟଳଜୀଙ୍କ ଜୀବନ ଜନସେବା ଏବଂ ଜାତୀୟ ସେବା ପାଇଁ ଉତ୍ସର୍ଗୀକୃତ ଥିଲା ଏବଂ ସେ ସଦା ଦେଶବାସୀଙ୍କୁ ପ୍ରେରିତ କରିବେ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି:

"ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମବାର୍ଷିକୀରେ, ଆଜି ଦିଲ୍ଲୀରେ ତାଙ୍କ ସ୍ମାରକୀ ସ୍ଥଳ 'ସଦୈବ ଅଟଳ' ପରିଦର୍ଶନ କରିବାର ସୌଭାଗ୍ୟ ମୋତେ ମିଳିଛି ଏବଂ ସେ ସର୍ବଦା ଆମକୁ ପ୍ରେରଣା ଦେବେ।"

 

*****

MT

 

 


(ରିଲିଜ ଆଡି: 2237125) ପରିଦର୍ଶକ କାଉଣ୍ଟର : 38