ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଉତ୍ତରାଖଣ୍ଡର ଅଲମୋରା ଜିଲ୍ଲାରେ ଘଟିଥିବା ବସ୍ ଦୁର୍ଘଟଣାରେ ପ୍ରାଣହାନୀ ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ ଶୋକ ବ୍ୟକ୍ତ

ପୋଷ୍ଟ କରାଯିବା ଦିନାଙ୍କ: 30 DEC 2025 12:37PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରାଖଣ୍ଡର ଅଲମୋରା ଜିଲ୍ଲାରେ ଏକ ବସ୍ ଦୁର୍ଘଟଣା ଜନିତ ପ୍ରାଣହାନି ପାଇଁ ଶୋକ ପ୍ରକାଶ କରିଛନ୍ତି।

 

ପିଏମଓ ଇଣ୍ଡିଆର ଏକ୍ସର ଏକ ପୋଷ୍ଟରେ କୁହାଯାଇଛି:

"ଉତ୍ତରାଖଣ୍ଡର ଅଲମୋରା ଜିଲ୍ଲାରେ ଏକ ବସ୍ ଦୁର୍ଘଟଣା ଯୋଗୁଁ ହୋଇଥିବା ଜୀବନହାନୀ ଅତ୍ୟନ୍ତ ଦୁଃଖଦ। ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ସମବେଦନା। ଆହତମାନେ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ: ପ୍ରଧାନମନ୍ତ୍ରୀ @narendramodi"

 

 

*****

MT


(ରିଲିଜ ଆଡି: 2237123) ପରିଦର୍ଶକ କାଉଣ୍ଟର : 44