ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଓମାନ ସୁଲତାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 03 MAR 2026 6:56PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓମାନର ସୁଲତାନ ହାଇଥାମ ବିନ୍ ତାରିକଙ୍କ ସହ କଥା ହେବା ସହ ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାବଳୀ ଉପରେ ମତ ବିନିମୟ କରିଥିଲେ

ଆଲୋଚନା ସମୟରେ, ପ୍ରଧାନମନ୍ତ୍ରୀ ଓମାନର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତାର ଉଲ୍ଲଂଘନକୁ ନିନ୍ଦା କରିଥିଲେ ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତାର ଶୀଘ୍ର ପୁନଃସ୍ଥାପନ ପାଇଁ ନିରନ୍ତର କୂଟନୈତିକ ସମ୍ପର୍କ ଜରୁରୀ ବୋଲି ଦୁଇ ନେତା ସହମତ ହୋଇଥିଲେ

ପ୍ରଧାନମନ୍ତ୍ରୀ ଓମାନ ଦ୍ୱାରା ଭାରତୀୟ ସମ୍ପ୍ରଦାୟକୁ ଦିଆଯାଉଥିବା ନିରନ୍ତର ସମର୍ଥନକୁ ଗଭୀର ପ୍ରଶଂସା କରିଥିଲେ

ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;

“ଓମାନର ସୁଲତାନ ହାଇଥାମ ବିନ୍ ତାରିକଙ୍କ ସହ କଥା ହେଲି ଏବଂ ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାବଳୀ ଉପରେ ମତ ବିନିମୟ କଲି ଓମାନର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତାର ଉଲ୍ଲଂଘନର ନିନ୍ଦା କଲି ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତାର ଶୀଘ୍ର ପୁନଃସ୍ଥାପନ ପାଇଁ ନିରନ୍ତର କୂଟନୈତିକ ସମ୍ପର୍କ ଜରୁରୀ ବୋଲି ଆମେ ସହମତ ହୋଇଥିଲୁ ଭାରତୀୟ ସମ୍ପ୍ରଦାୟକୁ ଓମାନ ଦ୍ୱାରା ନିରନ୍ତର ଦିଆଯାଉଥିବା ସହଯୋଗ ତଥା ସମର୍ଥନକୁ ଗଭୀର ପ୍ରଶଂସା କରିଥିଲି

 

@SultanHaithamb1”

 

SR


(ରିଲିଜ ଆଡି: 2235653) ପରିଦର୍ଶକ କାଉଣ୍ଟର : 41