ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav AI Impact Summit 2026

ଭାରତ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ 2026 ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ପୋଷ୍ଟ କରାଯିବା ଦିନାଙ୍କ: 19 FEB 2026 12:36PM by PIB Bhubaneswar

 

ମହାମହିମ , ମାନ୍ୟବର ମନ୍ତ୍ରୀଗଣ , ଶିଳ୍ପ ନେତା, ଉଦ୍ଭାବକ, ଉଦ୍ୟୋଗୀ, ଗବେଷକ, ପ୍ରତିନିଧିଗଣ , ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି , ମହିଳା ଏବଂ ଭଦ୍ର ବ୍ୟକ୍ତିମାନେ ! ନମସ୍କାର !

ବିଶ୍ୱର ସର୍ବବୃହତ ଏବଂ ଐତିହାସିକ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀକୁ ମୁଁ ଆପଣମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ  କରୁଛି। ଏହି ଶିଖର ସମ୍ମିଳନୀ ଯେଉଁ ଭାରତରେ ଅନୁଷ୍ଠିତ ହେଉଛି , ସେହି ଭାରତ  ମାନବତାର ଏକ ଷଷ୍ଠାଂଶ ପ୍ରତିନିଧିତ୍ୱ କରିଥାଏ । ଭାରତ, ବିଶ୍ୱର ସର୍ବବୃହତ ଯୁବ ଜନସଂଖ୍ୟାର ଦେଶ , ସର୍ବବୃହତ ଟେକ୍ ପ୍ରତିଭା ପୁଲ ଏବଂ ସର୍ବବୃହତ ଟେକ୍-ସକ୍ଷମ ଇକୋସିଷ୍ଟମର ଏକ ଉଦାହରଣ।  ଭାରତ ନୂତନ ପ୍ରଯୁକ୍ତି ବିଦ୍ୟା ମଧ୍ୟ ସୃଷ୍ଟି କରେ ଏବଂ ସେଗୁଡ଼ିକୁ ଅଭୂତପୂର୍ବ ଗତିରେ ଗ୍ରହଣ ମଧ୍ୟ କରିଥାଏ ।  ନୂତନ ପ୍ରଯୁକ୍ତିବିଦ୍ୟା ପାଇଁ ଆଗ୍ରହୀ ୧୪୦କୋଟି  ଭାରତୀୟଙ୍କ ପକ୍ଷରୁ,ମୁଁ  ଆପଣ ସମସ୍ତ ସରକାରଙ୍କ  ମୁଖ୍ୟ, ବିଶ୍ୱ ଏଆଇ ଇକୋସିଷ୍ଟମର ମୁଖ୍ୟ  ଏବଂ ଉଦ୍ଭାବକଙ୍କୁ ଏହି ଶିଖର ସମ୍ମିଳନୀରେ ସ୍ୱାଗତ କରୁଛି , ଆପଣସମସ୍ତଙ୍କୁ ମୁଁ  କୃତଜ୍ଞତା ଜଣାଉଛି ।

ଏହି ଶିଖର ସମ୍ମିଳନୀ ଭାରତରେ ଅନୁଷ୍ଠିତ ହେବା, ଭାରତ ସହିତ  ସମଗ୍ର ବିଶ୍ୱ ଦକ୍ଷିଣ ପାଇଁ ଗର୍ବର ବିଷୟ। ଏହି ଶିଖର ସମ୍ମିଳନୀରେ ଏଆଇ ଜଗତର କିଏ କିଏ ଉପସ୍ଥିତ ଅଛନ୍ତି। ଦେଶରୁ  ୧୦୦ ରୁ ଅଧିକ ଦେଶର ପ୍ରତିନିଧିତ୍ୱ, ବିଶ୍ୱର କୋଣ ଅନୁକୋଣରୁ ଆସିଥିବା ବିଶିଷ୍ଟ ବ୍ୟକ୍ତିମାନେ ଏହାର ସଫଳତାକୁ ନୂତନ ଶିଖରକୁକୁ ନେଇ ଯାଉଛନ୍ତି। ଏଠାରେ ଯୁବ ପିଢ଼ିଙ୍କ ଉପସ୍ଥିତି ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରେ। କିଛି ଲୋକ ସାଧାରଣତଃ ନୂତନ ପ୍ରଯୁକ୍ତିବିଦ୍ୟା ପ୍ରତି ସନ୍ଦେହବାଦୀ ଥିବାବେଳେ, ବିଶ୍ୱର ଯୁବ ପିଢ଼ି ଯେଉଁ ଗତି ଏବଂ ଆତ୍ମବିଶ୍ୱାସ ସହିତ ଏଆଇ କୁ ଗ୍ରହଣ କରୁଛନ୍ତି, ଏହାର ମାଲିକାନା ନେଉଛନ୍ତି ଏବଂ ଏହାକୁ ବ୍ୟବହାର କରୁଛନ୍ତି ତାହା ଅଭୂତପୂର୍ବ। ଏଆଇ ସମ୍ମିଳନୀ ପ୍ରଦର୍ଶନୀ ପାଇଁ ମଧ୍ୟ ପ୍ରବଳ ଉତ୍ସାହ ଦେଖାଦେଇଛି, ଯେଉଁଥିରେ ବିଶେଷ ଭାବରେ ବହୁ ସଂଖ୍ୟକ ଯୁବ ପ୍ରତିଭା ଯୋଗ ଦେଉଛନ୍ତି। କୃଷି, ସୁରକ୍ଷା, ଦିବ୍ୟାଙ୍ଗମାନଙ୍କୁ ସହାୟତା ଏବଂ ବହୁଭାଷୀ ଜନସଂଖ୍ୟାର ବିଭିନ୍ନ ଆବଶ୍ୟକତାକୁ ସମ୍ବୋଧିତ କରି ଏଠାରେ ଉପସ୍ଥାପିତ ସମାଧାନଗୁଡ଼ିକ 'ମେଡ୍ ଇନ୍ ଇଣ୍ଡିଆ'ର ଶକ୍ତି ଏବଂ ଏହି କ୍ଷେତ୍ରଗୁଡ଼ିକରେ ଭାରତର ଅଭିନବ କ୍ଷମତାର ଏକ ବହୁତ ବଡ଼  ଉଦାହରଣ।

ବନ୍ଧୁଗଣ,

ମାନବ ଇତିହାସରେ ପ୍ରତି କିଛି ଶତାବ୍ଦୀ ପରେ, ଏକ ମୋଡ଼ ଆସିଥାଏ, ଏବଂ ସେହି ମୋଡ଼ ସଭ୍ୟତାର ଦିଗକୁ ପୁନଃସ୍ଥାପିତ କରିଥାଏ , ଏବଂ ସେହିଠାରୁ ବିକାଶର ଗତି ପରିବର୍ତ୍ତନ ହୁଏ, ଚିନ୍ତାଧାରା, ବୁଝାମଣା ଏବଂ କାର୍ଯ୍ୟ କରିବାର ଢାଞ୍ଚା ପରିବର୍ତ୍ତନ ହୁଏ। ଏବଂ ମଜାଦାର କଥା ହେଉଛି, ଯେତେବେଳେ ଆମେ ପରିବର୍ତ୍ତନର ସେହି ସମୟରେ ଅଛୁ, ଆମେ ଏହାର ପ୍ରକୃତ ପ୍ରଭାବ କଳ୍ପନା ମଧ୍ୟ କରିପାରିବା ନାହିଁ। ଯେତେବେଳେ ପଥରରୁ ପ୍ରଥମଥର  ଚିଙ୍ଗାରୀ ବାହାରିଥିଲା, କେହି କଳ୍ପନା କରିନଥିଲେ ଯେ ସେହି ଚିଙ୍ଗାରୀ ସଭ୍ୟତାର ମୂଳଦୁଆ ହେବ। ଯେତେବେଳେ ଭାଷାକୁ ପ୍ରଥମ ଥର ପାଇଁ ଲିପିରେ ରୂପାନ୍ତରିତ କରାଯାଇଥିଲା, କେହି ଜାଣିନଥିଲେ ଯେ ଲିଖିତ ଜ୍ଞାନ ଭବିଷ୍ୟତର ବ୍ୟବସ୍ଥାର ମେରୁଦଣ୍ଡ ହେବ।  ଯେତେବେଳେ ପ୍ରଥମଥର ବେତାର ସଂକେତ ପ୍ରସାରିତ ହୋଇଥିଲା, କେହି କଳ୍ପନା କରିନଥିଲେ ଯେ ଗୋଟିଏ ଦିନ ସମଗ୍ର ବିଶ୍ୱ ବାସ୍ତବ ସମୟରେ ସଂଯୋଗ ହେବ।

ବନ୍ଧୁଗଣ,

କୃତ୍ରିମ ବୁଦ୍ଧିମତା ହେଉଛି ମାନବ ଇତିହାସରେ ଏପରି ଏକ ପରିବର୍ତ୍ତନ। ଆଜି ଆମେ ଯାହା ଦେଖୁଛୁ ଏବଂ ଭବିଷ୍ୟବାଣୀ କରୁଛୁ ତାହା ଏହାର ପ୍ରଭାବର ଆରମ୍ଭ ମାତ୍ର।  ଏଆଇ ମେସିନଗୁଡ଼ିକୁ ବୁଦ୍ଧିମାନ କରୁଛି, କିନ୍ତୁ ତା'ଠାରୁ ଅଧିକ, ଏହା ମାନବ ଦକ୍ଷତାକୁ ଅନେକ ଗୁଣ ବୃଦ୍ଧି କରୁଛି। ପାର୍ଥକ୍ୟ କେବଳ ହେଉଛି, ଏଥର ଗତି ମଧ୍ୟ ଅଭୂତପୂର୍ବ ଏବଂ ପରିମାଣ ଅପ୍ରତ୍ୟାଶିତ ।  ପୂର୍ବରୁ, ପ୍ରଯୁକ୍ତିବିଦ୍ୟାର ପ୍ରଭାବ ଦେଖିବାକୁ ଦଶନ୍ଧି ଲାଗିଯାଉଥିଲା, ଆଜି, ମେସିନ୍ ଶିକ୍ଷଣ ରୁ ଶିକ୍ଷଣ ମେସିନ୍ ପର୍ଯ୍ୟନ୍ତ ଯାତ୍ରା ଦ୍ରୁତ ମଧ୍ୟ ରହିଛି, ଗଭୀର ରହିଛି ଏବଂ ବ୍ୟାପକ ମଧ୍ୟ ରହିଛି ।  ତେଣୁ, ଆମର ଏକ ବ୍ୟାପକ ଦୃଷ୍ଟିକୋଣ ରହିବା ଉଚିତ, ଏବଂ ସେଥିପାଇଁ  ସେତିକି ବ୍ୟାପକ ଦାୟିତ୍ୱ ବହନ କରିବାକୁ ପଡିବ। ବର୍ତ୍ତମାନ ପିଢ଼ି ସହିତ ଆମେ ସେହି କଥା ମଧ୍ୟ ଚିନ୍ତା କରିବାକୁ  ହେବ ଯେ ଆଗାମୀ ପିଢ଼ି ପାଇଁ ଆମେ ଏଆଇର  କଣ ସ୍ବରୁପ ଛାଡିଯିବୁ। ସେଥିପାଇଁ, ଆଜି ସେ ବିଷୟରେ ମଧ୍ୟ ଚିନ୍ତା କରିବା ଉଚିତ। ସେଥିପାଇଁ , ଆଜିର ପ୍ରକୃତ ପ୍ରଶ୍ନ ଏହା ନୁହେଁ ଯେ   ଭବିଷ୍ୟତରେ କୃତ୍ରିମ ବୁଦ୍ଧିମତା କ'ଣ କରିପାରିବ,  ତାହା ନୁହେଁ, ବରଂ ବର୍ତ୍ତମାନ ଆମେ କୃତ୍ରିମ ବୁଦ୍ଧିମତା ସହିତ କ'ଣ କରୁଛୁ ।  ମାନବଜାତି ପୂର୍ବରୁ ଏପରି ପ୍ରଶ୍ନର ସମ୍ମୁଖୀନ ହୋଇଛି।  ସବୁଠାରୁ ଶକ୍ତ ଉଦାହରଣ ହେଉଛି ପରମାଣୁ ଶକ୍ତି; ଆମେ ଏହାର ବିନାଶ ଏବଂ ସକାରାତ୍ମକ ଅବଦାନ ଦେଖିଛୁ। ଏଆଇ ମଧ୍ୟ ଏକ ପରିବର୍ତ୍ତନକାରୀ ଶକ୍ତି ।  ଯଦି ଏହା ଦିଗହୀନ, ତେବେ ଏହା ବିଭ୍ରାଟ ସୃଷ୍ଟି କରିପାରିବ; ଯଦି ଏହାକୁ ସଠିକ୍ ଭାବରେ ନିର୍ଦ୍ଦେଶିତ କରାଯାଏ, ତେବେ ଏହା ସମାଧାନ ଆଡ଼କୁ ନେଇପାରିବ। ଏଆଇ କୁ ମେସିନ-କେନ୍ଦ୍ରିକରୁ ମାନବ-କେନ୍ଦ୍ରିକରେ କିପରି ପରିଣତ କରାଯିବ, ଏହାକୁ କିପରି ସମ୍ବେଦନଶୀଳ ଏବଂ ପ୍ରତିକ୍ରିୟାଶୀଳ କରାଯିବ, ଏହା ହେଉଛି ଏହି ଗ୍ଲୋବାଲ୍ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀର ମୌଳିକ ଉଦ୍ଦେଶ୍ୟ।

ବନ୍ଧୁଗଣ,

ଭାରତର ଏଆଇ କୁ କେଉଁ ଦୃଷ୍ଟିକୋଣ ନେଇ ଦେଖୁଛି, ଏହାର ସ୍ପଷ୍ଟ ପ୍ରତିବିମ୍ବ ଏହି ଶିଖର ସମ୍ମିଳନୀରେ ବିଷୟବସ୍ତୁ ରହିଛି : "ସର୍ବଜନ ହିତାୟ, ସର୍ବଜନ ସୁଖୟ !" ସମସ୍ତଙ୍କ ପାଇଁ କଲ୍ୟାଣ, ସମସ୍ତଙ୍କର ଖୁସି। ଏହା ହେଉଛି ଆମର ମାନଦଣ୍ଡ। ମଣିଷ କେବଳ ଏଆଇ ପାଇଁ ତଥ୍ୟ ବିନ୍ଦୁ ନୁହେଁ, କେବଳ କଞ୍ଚାମାଲ ନୁହେଁ ତାହା ନିଶ୍ଚିତ କରିବା ପାଇଁ, ଏଆଇ କୁ ଗଣତାନ୍ତ୍ରିକ କରାଯିବା ଆବଶ୍ୟକ। ଏହାକୁ ଅନ୍ତର୍ଭୁକ୍ତି ଏବଂ ସଶକ୍ତିକରଣ ପାଇଁ ଏକ ମାଧ୍ୟମ କରାଯିବା ଆବଶ୍ୟକ, ଏବଂ ବିଶେଷକରି ଗ୍ଲୋବାଲ୍ ଦକ୍ଷିଣରେ।

ବନ୍ଧୁଗଣ,

ଆମେ ଏଆଇ କୁ ମୁକ୍ତ ଆକାଶ ମଧ୍ୟ ଦେବା ଉଚିତ୍ , ଏବଂ ଆମ ହାତରେ ନିର୍ଦ୍ଦେଶ ଦେବା ଦୟୀତ୍ବ ମଧ୍ୟ ରଖିବା ଉଚିତ୍।  ଜିପିଏସ୍ ପରି, ଏହା ଆମକୁ ମାର୍ଗଦର୍ଶନ କରିବ, କିନ୍ତୁ କେଉଁ ଦିଗରେ ନିଆଯିବ ତାହାର ଚୂଡ଼ାନ୍ତ ନିଷ୍ପତ୍ତି ଆମର ହେବା ଉଚିତ୍ । ଆଜି ଆମେ ଏଆଇ କୁ କେଉଁ ଦିଗରେ ନେବୁ ତାହା ଆମର ଭବିଷ୍ୟତ ନିର୍ଣ୍ଣୟ କରିବ।

ବନ୍ଧୁଗଣ,

ଆଜି ନୂଆଦିଲ୍ଲୀ ଏଆଇ ପ୍ରଭାବ ସମ୍ମିଳନୀରେ, ମୁଁ ଏଆଇ ପାଇଁ ଏମ୍.ଏ.ଏନ୍.ଏ.ଭି. ମାନବ  ମାନବ  ଦୃଷ୍ଟିକୋଣ ଉପସ୍ଥାପନ କରୁଛି।  ମାନବ ର ଅର୍ଥହେଉଛି -  ହ୍ୟମାନ,  ମାନବ ଦୃଷ୍ଟିକୋଣ କହୁଛି – ନୈତିକ ଏବଂ ଉଚିତ୍ ଅନୁଚିତ୍ ବିଚାର ପ୍ରଣାଳୀ, ଅର୍ଥାତ୍ ଏଆଇ ନୈତିକ ମାର୍ଗଦର୍ଶିକା ଉପରେ ଆଧାରିତ ହେବା ଉଚିତ।  ଏ -ଉତ୍ତରଦାୟୀ ଶାସନ, ଅର୍ଥାତ୍ ସ୍ୱଚ୍ଛ ନିୟମ, ଦୃଢ଼ ତଦାରଖ।  ଏନ୍ - ଜାତୀୟ ସାର୍ବଭୌମତ୍ୱ, ଅର୍ଥାତ୍ ଯାହାର ତଥ୍ୟ, ତାହାର ଅଧିକାର।  ଏ - ପ୍ରବେଶଯୋଗ୍ୟ ଏବଂ ଅନ୍ତର୍ଭୁକ୍ତ, ଅର୍ଥାତ୍ ଏଆଇ ଏକ ଗୁଣକ ହେବା ଉଚିତ, ଏକାଧିକ ନୁହେଁ।  ଭି - ବୈଧ ଏବଂ ନ୍ୟାୟସଂଗତ , ଅର୍ଥାତ୍ ଏଆଇ ଆଇନଗତ ଏବଂ ଯାଞ୍ଚଯୋଗ୍ୟ ହେବା ଉଚିତ।  ଭାରତର ଏହି 'ମାନବ' ଦୃଷ୍ଟିକୋଣ ଏକବିଂଶ  ଶତାବ୍ଦୀର  ଏଆଇ -ଆଧାରିତ ବିଶ୍ୱରେ ମାନବତାର କଲ୍ୟାଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ  ହୋଇଯିବ।

ବନ୍ଧୁଗଣ,

ଦଶନ୍ଧି ପୂର୍ବରୁ ଯେତେବେଳେ ଇଣ୍ଟରନେଟ୍ ଆରମ୍ଭ ହୋଇଥିଲା, ସେତେବେଳେ କେହି କଳ୍ପନା କରିପାରି ନଥିଲେ ଯେ ଏଇତରୁ  କେତେ ନିଯୁକ୍ତି ସୃଷ୍ଟି ହେବ।  ଏଆଇ ପାଇଁ ମଧ୍ୟ ସମାନ କଥା।  ଆଜି, ଏହି କ୍ଷେତ୍ରରେ କି ପ୍ରକାରର ଚାକିରି ଆସିବ ତାହା କଳ୍ପନା କରିବା କଷ୍ଟକର। ଏଆଇ ରେ କାର୍ଯ୍ୟର ଭବିଷ୍ୟତ ପୂର୍ବ-ନିର୍ଭାଷିତ ନୁହେଁ; ଏହା ଆମର ନିଷ୍ପତ୍ତି ଏବଂ ଆମର କାର୍ଯ୍ୟପନ୍ଥା ଉପରେ ନିର୍ଭର କରିବ। ମୁଁ ବୁଝିପାରୁଛି ଯେ , କାମ ର ଭବିଷ୍ୟତ , ଆମ ପାଇଁ ଏକ ନୂତନ ସୁଯୋଗ।  ଏହା ମଣିଷ ଏବଂ ବୁଦ୍ଧିମାନ ବ୍ୟବସ୍ଥାର ଏକାଠି କାମ କରିବାର ଏକ ଯୁଗ। "ଆମେ ଏପରି ଏକ ଯୁଗରେ ପ୍ରବେଶ କରୁଛୁ ଯେଉଁଠାରେ ବୁଦ୍ଧିମାନ ବ୍ୟବସ୍ଥା ସହ-ସୃଷ୍ଟି, ସହ-କାର୍ଯ୍ୟ ଏବଂ ସହ-ବିକଶିତ ହେବ।" ଏଆଇ ଆମର କାର୍ଯ୍ୟକୁ ଅଧିକ ସ୍ମାର୍ଟ, ଦକ୍ଷ ଏବଂ ପ୍ରଭାବଶାଳୀ କରିବ। ଆମେ ଭଲ ଡିଜାଇନ୍ କରିବୁ, ଦ୍ରୁତ ନିର୍ମାଣ କରିବୁ ଏବଂ ଭଲ ନିଷ୍ପତ୍ତି ନେବୁ। ଏହା ଅଧିକ ଲୋକଙ୍କୁ ଉଚ୍ଚ-ମୂଲ୍ୟ, ସୃଜନଶୀଳ ଏବଂ ଅର୍ଥପୂର୍ଣ୍ଣ ଭୂମିକା ପ୍ରଦାନ କରିବ। ଏହା ନବସୃଜନ, ଉଦ୍ୟୋଗ ଏବଂ ନୂତନ ଶିଳ୍ପ ପାଇଁ ଏକ ବିରାଟ ସୁଯୋଗ। ତେଣୁ, ଆମକୁ ଦକ୍ଷତା ଏବଂ ଜୀବନବ୍ୟାପୀ ଶିକ୍ଷାକୁ ଏକ ଗଣ ଆନ୍ଦୋଳନରେ ପରିଣତ କରିବାକୁ ପଡିବ।

ବନ୍ଧୁଗଣ,

କାର୍ଯ୍ୟର ଭବିଷ୍ୟତ – ଅନ୍ତର୍ଭୁକ୍ତ , ବିଶ୍ୱସ୍ତ ଏବଂ ମାନବ-କୈନ୍ଦ୍ରିକ ହେବ। ଯଦି ଆମେ ଏକାଠି କାମ କରିବା, ତେବେ କୃତ୍ରିମ ବୁଦ୍ଧିମତା ସମଗ୍ର ମାନବଜାତିର ସମ୍ଭାବନାକୁ ନୂତନ ଶିଖରକୁ ନେଇଯିବ।

ବନ୍ଧୁଗଣ,

କୁହାଯାଏ ଯେ ସୂର୍ଯ୍ୟକିରଣ ହେଉଛି ସର୍ବୋତ୍ତମ ଜୀବାଣୁନାଶକ, ଅର୍ଥାତ୍ ସ୍ୱଚ୍ଛତା ହେଉଛି ସର୍ବୋତ୍ତମ ସୁରକ୍ଷା। କିଛି ଦେଶ ଏବଂ କମ୍ପାନୀ ବିଶ୍ୱାସ କରନ୍ତି ଯେ ଏଆଇ ଏକ "ରଣନୈତିକ ସମ୍ପତ୍ତି" ତେଣୁ ଏହାକୁ ଗୋପନୀୟ ଭାବରେ ବିକଶିତ କରାଯିବା ଉଚିତ, କିନ୍ତୁ ଭାରତର ଚିନ୍ତାଧାରା ଭିନ୍ନ।  ଆମେ ବିଶ୍ୱାସ କରୁ ଯେ, ଏଆଇ ଭଳି ପ୍ରଯୁକ୍ତିବିଦ୍ୟା କେବଳ ସେତେବେଳେ ବିଶ୍ୱକୁ ଲାଭଦାୟକ ହେବ , ଯେତେବେଳେ ଏହାକୁ ସେୟାର କରାଯିବ। ଯେତେବେଳେ କୋଡ୍ ଖୋଲାରହିବ ଏବଂ ସେୟାର କରାଯିବ, ସେତେବେଳେ ଆମର ଲକ୍ଷ ଲକ୍ଷ ଯୁବଗୋଷ୍ଠି ମନଖୋଲି ସେଗୁଡ଼ିକୁ  ଉନ୍ନତ ଏବଂ ସୁରକ୍ଷିତ କରିପାରିବେ । ତେଣୁ, ଆସନ୍ତୁ ଆମେ ଏଆଇ କୁ ଏକ ବିଶ୍ୱ ସାଧାରଣ ଭଲ ଭାବରେ ବିକଶିତ କରିବାକୁ ପ୍ରତିଜ୍ଞା କରିବା।

ବନ୍ଧୁଗଣ,

ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ହେଉଛି ବିଶ୍ୱ ସ୍ତରୀୟ ମାନଦଣ୍ଡ ସ୍ଥାପନ  କରିବା ।  ଡିପ୍-ଫେକ୍ ଏବଂ ତିଆରି ବିଷୟବସ୍ତୁ ଖୋଲା ସମାଜକୁ ଅସ୍ଥିର କରୁଛି। ଭୌତିକ ଜଗତରେ, ଆମେ ଖାଦ୍ୟରେ ପୁଷ୍ଟିକର ଲେବଲ୍ ଦେଖୁ , ଯାହା ଦ୍ୱାରା ଆମେ ଜାଣିପାରୁ ଯେ ଆମେ କ'ଣ ଖାଉଛୁ। ସେହିପରି, ଡିଜିଟାଲ୍ ଦୁନିଆରେ, ବିଷୟବସ୍ତୁରେ ମଧ୍ୟ ପ୍ରାମାଣିକତା ଲେବଲ୍ ରହିବା ଉଚିତ। ଯାହା ଦ୍ୱାରା ଲୋକମାନେ ପ୍ରକୃତ ଏବଂ ଏଆଇ -ସୃଷ୍ଟ ବିଷୟବସ୍ତୁ ମଧ୍ୟରେ ପାର୍ଥକ୍ୟ କରିପାରିବେ।  ଯେହେତୁ ଏଆଇ ଅଧିକ ପାଠ୍ୟ, ପ୍ରତିଛବି ଏବଂ ଭିଡିଓ ସୃଷ୍ଟି କରୁଛି, ଶିଳ୍ପକୁ ୱାଟରମାର୍କିଂ ଏବଂ ସ୍ପଷ୍ଟ ଉତ୍ସମାନକ ଗୁଡ଼ିକର ଆବଶ୍ୟକତା ବୃଦ୍ଧି ପାଉଛି। ତେଣୁ, ଆରମ୍ଭରୁ ପ୍ରଯୁକ୍ତିବିଦ୍ୟାରେ ଏହି ବିଶ୍ୱାସକୁ ଗଢ଼ି ତୋଳିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ବନ୍ଧୁଗଣ,

ଆମକୁ ଶିଶୁ ସୁରକ୍ଷା ପ୍ରତି ଅଧିକ ସଚେତନ ହେବାକୁ ପଡିବ। ଯେପରି ସ୍କୁଲ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି, ସେହିପରି ଏଆଇ ସ୍ଥାନ ମଧ୍ୟ ଶିଶୁ-ସୁରକ୍ଷିତ ଏବଂ ପରିବାର-ନିର୍ଦ୍ଦେଶିତ ହେବା ଉଚିତ।

ବନ୍ଧୁଗଣ,

ଆଜି ବିଶ୍ୱରେ ଦୁଇ ପ୍ରକାରର ଲୋକ ଅଛନ୍ତି, ଜଣେ ଯେଉଁମାନେ ଏଆଇ ରେ ଭୟ ଦେଖାନ୍ତି, ସେମାନେ ସର୍ବଦା ଏପରି କଥା କୁହନ୍ତି, ଏପରି ଲୋକ ଯେଉଁମାନେ ଏଆଇ ରେ ଭୟ ଦେଖନ୍ତି, ଏବଂ ଅନ୍ୟ ଜଣେ ଯେଉଁମାନେ ଏଆଇ ରେ ଭାଗ୍ୟ ଦେଖନ୍ତି।

ଏବଂ ସାଥୀଗଣ,

ମୁଁ  ଦାୟିତ୍ୱର ସହ କହୁଛି,  ଗର୍ବର ସହିତ କହୁଛି, ଆମେ ଏହାକୁ ଭୟ ନୁହେଁ ,  ଭାରତକୁ ଏଆଇ ରେ ଭାଗ୍ୟ ଦେଖୁଛି , ଭାରତ ଏଆଇ ରେ ଭବିଷ୍ୟତ ଦେଖେ।  ଆମର ନିକଟରେ  ପ୍ରତିଭା , ଶକ୍ତି କ୍ଷମତା ମଧ୍ୟ ଅଛି ଏବଂ ନୀତିରେ ସ୍ପଷ୍ଟତା ମଧ୍ୟ ଅଛି। ଏବଂ ମୁଁ ଆପଣଙ୍କୁ କହି ଖୁସି ଲାଗୁଛି ଯେ ଏହି ଶିଖର ସମ୍ମିଳନୀରେ ତିନୋଟି ଭାରତୀୟ କମ୍ପାନୀ ସେମାନଙ୍କର ଏଆଇ ମଡେଲ ଏବଂ ଆପ୍ ଲଞ୍ଚ କରିଛନ୍ତି। ଏହି ମଡେଲଗୁଡ଼ିକ ଆମର ଯୁବପିଢ଼ିଙ୍କ ପ୍ରତିଭା ପ୍ରଦର୍ଶନ କରୁଛି ଏବଂ ଭାରତ ଯେଉଁ ସମାଧାନ ପ୍ରଦାନ କରୁଛି,ତାହାର ଗଭୀରତା ଏବଂ ବିବିଧତାକୁ ମଧ୍ୟ ପ୍ରତିଫଳିତ କରୁଛି।

ବନ୍ଧୁଗଣ

ଭାରତ ସେମିକଣ୍ଡକ୍ଟର ଏବଂ ଚିପ୍ ତିଆରି ଠାରୁ ଆରମ୍ଭ କରି କ୍ୱାଣ୍ଟମ୍ କମ୍ପ୍ୟୁଟିଂ ପର୍ଯ୍ୟନ୍ତ ଏକ ସ୍ଥିର ଇକୋସିଷ୍ଟମ ନିର୍ମାଣ କରୁଛି। ସୁରକ୍ଷିତ ଡାଟା ସେଣ୍ଟର ,ଏକ ଦୃଢ଼ IT ମେରୁଦଣ୍ଡ , ଏକ ଗତିଶୀଳ ଷ୍ଟାର୍ଟଅପ୍ ଇକୋସିଷ୍ଟମ , ଭାରତକୁ ସୁଲଭ, ସ୍କେଲେବଲ୍ ଏବଂ ସୁରକ୍ଷିତ ଏଆଇ ସମାଧାନ ପାଇଁ ଏକ ପ୍ରାକୃତିକ କେନ୍ଦ୍ର କରିଥାଏ ।  ଭାରତ ନିକଟରେ ବିବିଧତା ଅଛି, ଜନସଂଖ୍ୟା ଏବଂ ଗଣତନ୍ତ୍ର ମଧ୍ୟ ଅଛି। ଭାରତରେ ସଫଳ ହେଉଥିବା ଯେକୌଣସି ଏଆଇ ମଡେଲକୁ ବିଶ୍ୱବ୍ୟାପୀ ନିୟୋଜିତ କରାଯାଇପାରିବ। ସେଥିପାଇଁ, ମୁଁ  ଆପଣସମସ୍ତଙ୍କୁ ଭାରତରେ ଡିଜାଇନ୍ ଏବଂ ବିକାଶ କରିବାକୁ  ନିମନ୍ତ୍ରଣ କରୁଛି । ତାହା ବିଶ୍ୱକୁ ପ୍ରଦାନ କରନ୍ତୁ। ମାନବତାକୁ ପ୍ରଦାନ କରନ୍ତୁ। ପୁଣିଥରେ, ଆପଣମାନଙ୍କୁ ସମସ୍ତଙ୍କୁ ମୋର ବହୁତ-ବହୁତ ଶୁଭକାମନା।

ଧନ୍ୟବାଦ!


(ରିଲିଜ ଆଡି: 2232613) ପରିଦର୍ଶକ କାଉଣ୍ଟର : 34