ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କମନୱେଲଥ ସମୁଦାୟ ସହ ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକଚର ସେୟାର କରିବାକୁ ଭାରତ ପ୍ରସ୍ତୁତ ବୋଲି ପ୍ରକାଶିତ ପାଇଥିବା ଏକ ସମ୍ବାଦ ଲେଖାକୁ ସେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 15 JAN 2026 1:58PM by PIB Bhubaneswar

କମନୱେଲଥ ସମୁଦାୟ ସହ ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକଚର ସେୟାର କରିବାକୁ ଭାରତ ପ୍ରସ୍ତୁତ ବୋଲି ପ୍ରକାଶିତ ପାଇଥିବା ଏକ ସମ୍ବାଦ ଲେଖାକୁ ଆଜି ପ୍ରଧାନମନ୍ତ୍ରୀ ସେୟାର କରିଛନ୍ତି

କମନୱେଲଥର ବାଚସ୍ପତି ନୀରିକ୍ଷଣ ଅଧିକାରୀ (ସିଏସପିଓସି)ଙ୍କ ୨୮ତମ କନଫରେନ୍ସ ଆରମ୍ଭ କରି ଲୋକସଭା ବାଚସ୍ପତି ଶ୍ରୀ ଓମ ବିର୍ଲା ଭାରତର ଚିରନ୍ତନୀ ମୂଲ୍ୟବୋଧ ବସୁଧୈବ କୁଟୁମ୍ବକମ ବା ସମଗ୍ର ପୃଥିବା ଏକ ପରିବାର ଭାବନା ପ୍ରତି ଦେଶ ପ୍ରତିବଦ୍ଧ ବୋଲି କହିଥିଲେ

ଏକ୍ସରେ ଲୋକସଭା ସଚିବାଳୟ ହ୍ୟାଣ୍ଡେଲରେ ସ୍ଥାନିତ ଏକ ପୋଷ୍ଟର ଉତ୍ତର ଦେଇ ପିଏମଓ ହ୍ୟାଣ୍ଡେଲ ପକ୍ଷରୁ କୁହାଯାଇଛି,

‘ଯେହେତୁ ଭାରତ ୨୮ତମ କନଫରେନ୍ସ (ସିଏସପିଓସି) ଆୟୋଜନ କରୁଛି, ସେହେତୁ ସମ୍ମାନନୀୟ ଲୋକସଭା ବାଚସ୍ପତି ଅକ୍ଷକ୍ଟଳଗ୍ଦବଭଷବଗ୍ଦକ୍ଟ୍ରରବଳରକ୍ସ  ଶ୍ରୀ ଅକ୍ଟଜ୍ଞଭସକ୍ସକ୍ଷବଳକ୍ଟଗ୍ଧବ ଓମ ବିର୍ଲା କହିଲେ ଯେ, ବସୁଧୈବ କୁଟୁମ୍ବକମ ନ୍ୟାୟରେ ଏହି ଦେଶ କମନୱେଲଥ ସମୁଦାୟ ସହ ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକଚର ସେୟାର କରିବାକୁ ପ୍ରସ୍ତୁତ

ସେ ଲେଖିଛନ୍ତି ଯେ, ପ୍ରଯୁକ୍ତି ବିଦ୍ୟାକୁ ଭାରତ ଏକ ପାରମ୍ପରିକ ବ୍ରାଣ୍ଡ ଭାବରେ ମାନୁନାହିଁ ବରଂ ଏହା ଏକ ଜନଭାଗିଦାରୀ ଦ୍ରବ୍ୟ ହିସାବରେ ସାରା ବିଶ୍ୱରେ ଗଣତାନ୍ତ୍ରିକ ମୂଲ୍ୟବୋଧ ମଜଭୂତ କରେ ।’

PBD


(ରିଲିଜ ଆଡି: 2231519) ପରିଦର୍ଶକ କାଉଣ୍ଟର : 27