ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବସନ୍ତ ପଞ୍ଚମୀ ଅବସରରେ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ
ପୋଷ୍ଟ କରାଯିବା ଦିନାଙ୍କ:
23 JAN 2026 9:25AM by PIB Bhubaneswar
ବସନ୍ତ ପଞ୍ଚମୀ ଅବସରରେ ପ୍ରଧାନମନ୍ତ୍ରୀ ଆଜି ସମସ୍ତଙ୍କୁ ଅଭିବାଦନ ଜଣାଇଛନ୍ତି ।
ପ୍ରକୃତିର ସୁନ୍ଦରତା ଓ ନୈସର୍ଗିକ ସୁଷମାର ପ୍ରତୀକ ଏହି ଉତ୍ସବର ପବିତ୍ରତାକୁ ପ୍ରଧାନମନ୍ତ୍ରୀ ଉଚ୍ଚକିତ କରିଛନ୍ତି । ସମସ୍ତଙ୍କ ଉପରେ ଜ୍ଞାନ ଓ କଳାର ଦେବୀ ମା ସରସ୍ୱତୀଙ୍କ ଆଶିଷ ରହୁ ବୋଲି ପ୍ରଧାନମନ୍ତ୍ରୀ ପ୍ରାର୍ଥନା କରିଥିଲେ ।
ମା ସରସ୍ୱତୀଙ୍କ କୃପା ବଳରେ ସମସ୍ତଙ୍କ ଜୀବନ ଜ୍ଞାନ, ପ୍ରଜ୍ଞା ଓ ମେଧାରେ ଉଦଭାସିତ ହେଉ ବୋଲି ପ୍ରଧାନମନ୍ତ୍ରୀ ଆଶାପୋଷଣ କରିଥିଲେ ।
ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ,
‘ଆପଣ ସମସ୍ତଙ୍କୁ ପ୍ରକୃତିର ସୁନ୍ଦରତା ଓ ଦିବ୍ୟତା ପ୍ରତି ସମର୍ପିତ ବସନ୍ତ ପଞ୍ଚମୀ ଉତ୍ସବ ଅବସରରେ ଅନେକ ଅନେକ ଶୁଭକାମନା । ସମସ୍ତଙ୍କୁ ଜ୍ଞାନ ଓ କଳାର ଦେବୀ ମା ସରସ୍ୱତୀଙ୍କ ଆଶିଷ ଲାଭ ହେଉ । ତାଙ୍କ କୃପା ବଳରେ ସମସ୍ତଙ୍କ ଜୀବନ ବିଦ୍ୟା, ବିବେକ ଓ ବୁଦ୍ଧି ଦ୍ୱାରା ଆଲୋକିତ ହେଉ ବୋଲି କାମନା ।’
PBD
(ରିଲିଜ ଆଡି: 2231518)
ପରିଦର୍ଶକ କାଉଣ୍ଟର : 27
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Bengali-TR
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam