ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପରାକ୍ରମ ଦିବସରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସାହାସ ଓ ପରାକ୍ରମକୁ ମନେ ପକାଇ ସଂସ୍କୃତ ସୁଭାଷିତମ ସେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 23 JAN 2026 9:00AM by PIB Bhubaneswar

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନି ତାଙ୍କ ସାହାସ ପରାକ୍ରମକୁ ସୂଚାଇଥାଏ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି

ପରାକ୍ରମ ଦିବସ ନେତାଜୀଙ୍କର ଅଦମ୍ୟ ସାହାସ, ଉତ୍ସର୍ଗ ଦେଶ ମାତୃକା ପ୍ରତି ରହିଥିବା ପ୍ରତିବଦ୍ଧତାକୁ ସୂଚାଇଥାଏ

ବୀରତ୍ୱର ଉଚ୍ଚତମ ଆଦର୍ଶକୁ ପ୍ରତିଫଳିତ କରୁଥିବା ଏକ ସଂସ୍କୃତ ସୁଭାଷିତମ ପ୍ରଧାନମନ୍ତ୍ରୀ ସେୟାର କରି କହିଛନ୍ତି,

‘ଏତଦେବ ପରଂ ଶୌର୍ଯ୍ୟଂ ଯତ ପରପ୍ରାଣରକ୍ଷଣମ ନହି ପ୍ରାଣହରଃ ଶୂରଃ ଶୂରଃ ପ୍ରାଣପ୍ରଦୋର୍ଥିନାମ ।’

ଏହି ସୁଭାଷିତମ କୁହେ ଯେ, ଅନ୍ୟର ଜୀବନ ରକ୍ଷା କରିବା ହିଁ ପ୍ରକୃତ ବୀରତ୍ୱ ଯିଏ ଅନ୍ୟର ଜୀବନ ନିଏ ସେ ପ୍ରକୃତ ବୀର ନୁହେଁ ଯିଏ ଅନ୍ୟର ଜୀବନଦାନ କରିଥାଏ ଦରକାରୀ ବ୍ୟକ୍ତିକୁ ସୁରକ୍ଷା ପ୍ରଦାନ କରେ ସିଏ ପ୍ରକୃତପକ୍ଷେ ବୀର

ଏକ୍ସରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି,

‘ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନି ଆମକୁ କୁହେ, ବୀରତ୍ୱ ଶୌର୍ଯ୍ୟର ମହତ୍ୱ କେତେ ପରାକ୍ରମ ଦିବସ ଆମକୁ ଏହା ହିଁ ସ୍ମରଣ କରାଇଥାଏ

ଏତଦେବ ପରଂ ଶୌର୍ଯ୍ୟଂ ଯତ ପରପ୍ରାଣରକ୍ଷଣମ

ନହି ପ୍ରାଣହରଃ ଶୂରଃ ଶୂରଃ ପ୍ରାଣପ୍ରଦୋର୍ଥିନାମ ।’

PBD


(ରିଲିଜ ଆଡି: 2231511) ପରିଦର୍ଶକ କାଉଣ୍ଟର : 20