ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜାତୀୟ ବିପର୍ଯ୍ୟୟ ପରିଚାଳନା ଫୋର୍ସର ରେଜିଂ ଦିବସରେ ସାହାସୀ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ମାନ

ପୋଷ୍ଟ କରାଯିବା ଦିନାଙ୍କ: 19 JAN 2026 9:30AM by PIB Bhubaneswar

ଜାତୀୟ ବିପର୍ଯ୍ୟୟ ପରିଚାଳନା ଫୋର୍ସର ବ୍ୟକ୍ତିଙ୍କ ସାହାସ, ଉତ୍ସର୍ଗ ଓ ସ୍ୱାର୍ଥରହିତ ସେବାକୁ ପ୍ରଶଂସା କରି ରେଜିଂ ଦିବସରେ ପ୍ରଧାନମନ୍ତ୍ରୀ ଅଭିବାଦନ ଜଣାଇଛନ୍ତି ।

ଏକ୍ସ ପୋଷ୍ଟରେ ସେ ଉଲ୍ଲେଖ କରିଛନ୍ତି ଯେ,

‘ଜାତୀୟ ବିପର୍ଯ୍ୟୟ ପରିଚାଳନା ଫୋର୍ସ (ଏନଡିଆରଏଫ)ର ରେଜିଂ ଦିବସରେ ସଙ୍କଟ ସମୟରେ ଛିଡା ହୋଇଥିବା ପୁରୁଷ ଓ ମହିଳାମାନଙ୍କୁ ଆମେ ଗଭୀର କୃତଜ୍ଞତା ଜ୍ଞାପନ କରୁଛୁ । ଯେତେବେଳେ ଆମେ କୌଣସି ବିପର୍ଯ୍ୟୟକୁ ମୁକାବିଲା କରୁ, ଆମର ସୁରକ୍ଷା ପାଇଁ ଏନଡିଆରଏଫ ବ୍ୟକ୍ତିମାନେ ଅବିଶ୍ରାନ୍ତ ଭାବେ କାମ କରନ୍ତି । ବିଭିନ୍ନ କଷ୍ଟକର ପରିସ୍ଥିତିରେ ଆମକୁ ରିଲିଫ ଦେବା ସହ ସେମାନେ ଆମ ବିଶ୍ୱାସକୁ କାଏମ ରଖିବାରେ ସାହାଯ୍ୟ କରନ୍ତି । ସେବାର ଉଚ୍ଚତମ ସୋପାନକୁ ସେମାନଙ୍କ ଦକ୍ଷତା ଓ କର୍ତବ୍ୟବୋଧତା ସୂଚିତ କରିଥାଏ । ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା କ୍ଷେତ୍ରରେ ଅନ୍ତର୍ଜାତୀୟସ୍ତରରେ ବର୍ଷ ବର୍ଷ ଧରି ଏନଡିଆରଏଫ ବେଂଚ ମାର୍କ ଭାବରେ ଛିଡା ହୋଇଛି ।

@NDRFHQ’

PBD


(ରିଲିଜ ଆଡି: 2229244) ପରିଦର୍ଶକ କାଉଣ୍ଟର : 53