ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପି.ଟି.ଆଇ ସହ ସାକ୍ଷାତକାରରେ ବଜେଟ୍, ସଂସ୍କାର ଏବଂ ଭାରତର ଅଭିବୃଦ୍ଧି କାହାଣୀ ଉପରେ ଅନ୍ତର୍ଦୃଷ୍ଟି ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
16 FEB 2026 12:01PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ (ପିଟିଆଇ) ସହିତ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଭାରତର ଅର୍ଥନୈତିକ ଏବଂ ବିକାଶମୂଳକ ଗତିପଥକୁ ରୂପ ଦେଉଥିବା ବିଭିନ୍ନ ପ୍ରସଙ୍ଗ ଉପରେ ନିଜର ଦୃଷ୍ଟିକୋଣ ସେୟାର କରିଛନ୍ତି।
ସମାବେଶୀ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଏବଂ ବିଶ୍ୱ ଅର୍ଥବ୍ୟବସ୍ଥାରେ ଭାରତର ସ୍ଥିତିକୁ ସୁଦୃଢ଼ କରିବାରେ ଏହାର ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଚଳିତ ବର୍ଷର କେନ୍ଦ୍ର ବଜେଟ୍ ବିଷୟରେ କହିଥିଲେ। ସ୍ୱଚ୍ଛତା, ଦକ୍ଷତା ଏବଂ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି କରୁଥିବା ଢାଞ୍ଚାଗତ ସଂସ୍କାର ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ରେଖାଙ୍କିତ କରି ସେ "ସସ୍କାର ଏକ୍ସପ୍ରେସ" ର ଗତି ଉପରେ ଗୁରୁତ୍ୱାରୋପ କରିଥିଲେ।
ଏକ୍ସର ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି:
"ପି. ଟି. ଆଇ. ସହିତ ଏହି ସାକ୍ଷାତକାରରେ, ମୁଁ ଚଳିତ ବର୍ଷର ବଜେଟ୍, ସଂସ୍କାର ଏକ୍ସପ୍ରେସ୍, ବିଶ୍ୱ କାହିଁକି ଭାରତ ସହିତ ବ୍ୟବସାୟ କରିବାକୁ ଚାହୁଁଛି, ଏମ୍. ଏସ୍. ଏମ୍. ଇ., ଷ୍ଟାର୍ଟଅପ୍ ପାଇଁ ଏନ୍. ଡି. ଏ. ସରକାରଙ୍କ ପ୍ରୟାସ, ପ୍ରତିରକ୍ଷା ଉପରେ ଗୁରୁତ୍ୱ ଏବଂ ଆହୁରି ଅନେକ ବିଷୟରେ ମୋର ଚିନ୍ତାଧାରା ପ୍ରକାଶ କରିଛି ।’’
HS
(ରିଲିଜ ଆଡି: 2229233)
ପରିଦର୍ଶକ କାଉଣ୍ଟର : 20
ଏହି ରିଲିଜ ପଢନ୍ତୁ :
Bengali
,
Telugu
,
Gujarati
,
English
,
Urdu
,
Marathi
,
हिन्दी
,
Bengali-TR
,
Assamese
,
Manipuri
,
Punjabi
,
Tamil
,
Kannada
,
Malayalam